୧୩ରେ ଆଉଟ୍‌ରିଚ୍‌ ଇଣ୍ଟରନ୍ୟାସନାଲ ରେଡିଓ ଫେୟାର

ଭୁବନେଶ୍ୱର: ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟ୍‌ରିଚ୍‌ ପକ୍ଷରୁ ଫେବ୍ରୁଆରୀ ୧୩ରୁ ଦୁଇଦିନିଆ ଆଉଟ୍‌ରିଚ୍‌ ଇଣ୍ଟରନ୍ୟାସନାଲ୍ ରେଡିଓ ଫେୟାର ସ୍ଥାନୀୟ ଭଞ୍ଜକଳାମଣ୍ଡପରେ ଆୟୋଜିତ ହେବ। ଏଥିରେ ଅତିଥି ଭାବେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ବିଶିଷ୍ଟ ଉପସ୍ଥାପକ ଉପେନ୍ଦ୍ର ପାହାଡସିଂହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିଭିନ୍ନ ଦେଶ ତଥା ରାଜ୍ୟରୁ ଆସିଥିବା କଳାକାରମାନେ ଡ୍ରାମା, ସ୍ୟାଣ୍ଡ ଆର୍ଟ […]

Logo_Radio Fair

Rakesh Mallick
  • Published: Tuesday, 09 February 2016
  • , Updated: 09 February 2016, 04:45 PM IST

ଭୁବନେଶ୍ୱର: ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟ୍‌ରିଚ୍‌ ପକ୍ଷରୁ ଫେବ୍ରୁଆରୀ ୧୩ରୁ ଦୁଇଦିନିଆ ଆଉଟ୍‌ରିଚ୍‌ ଇଣ୍ଟରନ୍ୟାସନାଲ୍ ରେଡିଓ ଫେୟାର ସ୍ଥାନୀୟ ଭଞ୍ଜକଳାମଣ୍ଡପରେ ଆୟୋଜିତ ହେବ। ଏଥିରେ ଅତିଥି ଭାବେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ବିଶିଷ୍ଟ ଉପସ୍ଥାପକ ଉପେନ୍ଦ୍ର ପାହାଡସିଂହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିଭିନ୍ନ ଦେଶ ତଥା ରାଜ୍ୟରୁ ଆସିଥିବା କଳାକାରମାନେ ଡ୍ରାମା, ସ୍ୟାଣ୍ଡ ଆର୍ଟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ଅବସରରେ ନୂଆ ଓ ପୁରୁଣା ରେଡିଓ ସେଟ୍, ପୁରୁଣା ପ୍ରସାରଣ ଯନ୍ତ୍ର, ହାମ ରେଡିଓ, ରେଡିଓ ଷ୍ଟୁଡିଓ ସମେତ ବହୁ ପ୍ରଦର୍ଶନୀ ଷ୍ଟଲ ଲାଗିବ ବୋଲି ଆଉଟ୍‌ରିଚ୍‌ ପକ୍ଷରୁ କୁହାଯାଇଛି।

Related story