ajay-devgan
ମୁମ୍ବାଇ: ଭାରତ- ପାକିସ୍ତାନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନାର ପ୍ରଭାବ ଦୁଇ ଦେଶର କଳାକାରମାନଙ୍କ ଉପରେ ବି ପଡ଼ିଛି। ଉରୀରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନ କଳାକାରଙ୍କୁ ବ୍ୟାନ୍ କରିବା ପାଇଁ ଜୋରଦାର ଦାବି ହେଉଛି। ଏହି ପ୍ରସଙ୍ଗକୁ ନେଇ ପ୍ରତିଦିନ ଉଭୟ ଦେଶର କଳାକାରମାନେ କିଛି କିଛି ମନ୍ତବ୍ୟ ଦେଉଛନ୍ତି। ଏବେ ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଅଜୟ ଦେବଗନ। ପାକିସ୍ତାନ କଳାକାରଙ୍କ ସହ ସେ କାମ କରିବେ ନାହିଁ ବୋଲି କହିଛନ୍ତି। ପାକିସ୍ତାନ କଳାକାର ଉପରେ ବ୍ୟାନ୍ ଲଗାଇବା ପାଇଁ ହେଉଥିବା ଦାବିକୁ ବି ସେ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ଏହି ସମୟରେ ଦେଶ ସହ ଠିଆ ହେବା କଥା।”
ସେ ଆହୁରି କହିଛନ୍ତି, “ମୁଁ ପ୍ରଥମେ ଭାରତୀୟ । ଯଦି ମୋ ଫିଲ୍ମ ପାକିସ୍ତାନରେ ରିଲିଜ ନ ହୁଏ ମୋର କୌଣସି ଚିନ୍ତା ନାହିଁ। ପାକିସ୍ତାନ କଳାକାର ତାଙ୍କ ଦେଶକୁ ସମର୍ଥନ କରୁଛନ୍ତି। ସେମାନେ ଆମ ଦେଶ ରୋଜଗାର କରି ତାଙ୍କ ଦେଶ ସାଥୀରେ ଠିଆ ହେଉଛନ୍ତି। ଆମେ ତାଙ୍କ ପାଖରୁ କିଛି ଶିଖିବା ଦରକାର।”
ଅଜୟଙ୍କ ଏହି ମନ୍ତବ୍ୟକୁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜୋଲ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି।
ଅକ୍ଟୋବରରେ ଅଜୟ ଦେବଗନ ଆଗାମୀ ଫିଲ୍ମ ‘ ଶିବାୟ’ ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/10/ajay-devgan.jpg)