/odisha-reporter/media/post_attachments/uploads/2016/10/shaan_sm_fb_650_101016084939.jpg)
shaan
ମୁମ୍ବାଇ: ଉରୀରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନ କଳାକାରଙ୍କୁ ବ୍ୟାନ୍ କରିବା ପାଇଁ ଦାବି ଜୋରଦାର ହେଉଛି। ଏହି ପ୍ରସଙ୍ଗକୁ ନେଇ ପ୍ରତିଦିନ କିଛି ନା କିଛି ମନ୍ତବ୍ୟ ଆସୁଛି। ଏବେ ଏହି କ୍ରମରେ ଯୋଡ଼ି ହୋଇଛନ୍ତି କଣ୍ଠଶିଳ୍ପୀ ସାନ । ସେ କହିଛନ୍ତି,“ମୁଁ ଭାବୁଛି ପାକିସ୍ତାନୀ କଳାକାର ନ ରହିଲେ ସେମାନଙ୍କ ଅନୁପସ୍ଥିତି ବିଶେଷ ଅନୁଭବ ହେବନାହିଁ।”
Advertisment
ସେ ଆହୁରି କହିଛନ୍ତି,“ଭାରତରେ ପାକିସ୍ତାନ କଳାକାରଙ୍କୁ ବ୍ୟାନ କରାଯିବା ନେଇ ଉଠିଥିବା ଦାବିକୁ ମୁଁ ସମ୍ମାନ କରୁଛି। କଳାକାରଙ୍କର ଯିବା ଆସିବା ଏକତରଫା ରହିଛି। ମୋ ବିଚାରରେ ଏହା ସେମିତି କିଛି ପ୍ରଭାବ ପକାଇବ ନାହିଁ।”
ଉରୀରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରମାନେ ଭାରତରେ କାମ କରିବାକୁ ନେଇ ରାଜ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ରର ନବ ନିର୍ମାଣ ସେନା (ଏମ୍ଏନ୍ଏସ୍) ଆପତ୍ତି ଉଠାଇବା ସହ ତୁରନ୍ତ ଦେଶ ଛାଡି ଚାଲି ଯିବାକୁ ଧମକ ଦେଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
