Advertisment

ପାକିସ୍ତାନକୁ ସବୁ କ୍ଷେତ୍ରରେ ବ୍ୟାନ୍ କରାଯାଉ: ଅଭୟ ଦେଓଲ

ମୁମ୍ବାଇ: କେବଳ ପାକିସ୍ତାନୀ କଳାକାରଙ୍କ ଉପରେ କଟକଣା ନ ଲଗାଯାଉ। ପାକିସ୍ତାନ ସହିତ ହେଉଥିବା ସମସ୍ତ ପ୍ରକାର ବ୍ୟବସାୟ ଉପରେ ମଧ୍ୟ କଟକଣା ଲଗାଯାଉ ବୋଲି କହିଛନ୍ତି ବଲିଉଡ୍ ଅଭିନେତା ଅଭୟ ଦେଓଲ। ସେ କହିଛନ୍ତି,“କେବଳ ପାକିସ୍ତାନୀ କଳାକାରମାନଙ୍କ ଉପରେ କାହିଁକି ବ୍ୟାନ୍ ଲଗାଯିବ? ମୁଁ ଚାହୁଁଛି ପାକିସ୍ତାନ ସହିତ ହେଉଥିବା ସମସ୍ତ ବ୍ୟବସାୟ ଉପରେ ବ୍ୟାନ୍ ଲଗାଯାଉ। ସେଠାରୁ ଆମଦାନୀ ହେଉଥିବା ଓ ସେଠାକୁ ରପ୍ତାନୀ ହେଉଥିବା ସମସ୍ତ ଜିନିଷ ଉପରେ ବ୍ୟାନ୍ ଲଗାଯାଉ।” ପ୍ରଧାନମନ୍ତ୍ରୀ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପାକିସ୍ତାନକୁ ସବୁ କ୍ଷେତ୍ରରେ ବ୍ୟାନ୍ କରାଯାଉ: ଅଭୟ ଦେଓଲ

abhaya

ମୁମ୍ବାଇ: କେବଳ ପାକିସ୍ତାନୀ କଳାକାରଙ୍କ ଉପରେ କଟକଣା ନ ଲଗାଯାଉ। ପାକିସ୍ତାନ ସହିତ ହେଉଥିବା ସମସ୍ତ ପ୍ରକାର ବ୍ୟବସାୟ ଉପରେ ମଧ୍ୟ କଟକଣା ଲଗାଯାଉ ବୋଲି କହିଛନ୍ତି ବଲିଉଡ୍ ଅଭିନେତା ଅଭୟ ଦେଓଲ।

Advertisment

ସେ କହିଛନ୍ତି,“କେବଳ ପାକିସ୍ତାନୀ କଳାକାରମାନଙ୍କ ଉପରେ କାହିଁକି ବ୍ୟାନ୍ ଲଗାଯିବ? ମୁଁ ଚାହୁଁଛି ପାକିସ୍ତାନ ସହିତ ହେଉଥିବା ସମସ୍ତ ବ୍ୟବସାୟ ଉପରେ ବ୍ୟାନ୍ ଲଗାଯାଉ। ସେଠାରୁ ଆମଦାନୀ ହେଉଥିବା ଓ ସେଠାକୁ ରପ୍ତାନୀ ହେଉଥିବା ସମସ୍ତ ଜିନିଷ ଉପରେ ବ୍ୟାନ୍ ଲଗାଯାଉ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି,“ଯଦି ପାକିସ୍ତାନ ଉପରେ ସବୁ ପ୍ରକାର ବ୍ୟାନ୍ ନ ଲାଗେ ତା’ହେଲେ କେହି ଆପଣଙ୍କୁ ଗମ୍ଭୀରତାର ସହିତ ନେବେ ନାହିଁ। ଅଧାଅଧୁରା କାମ କଲେ କେହି ବି ଆପଣଙ୍କୁ ଗୁରୁତ୍ୱର ସହିତ ଗ୍ରହଣ କରିବେ ନାହିଁ। ମୁଁ ବି   ଆପଣଙ୍କ ସରକାରକୁ ଗମ୍ଭୀରତାର ସହିତ ନିଏ ନାହିଁ।”

Advertisment