Advertisment

ପାକିସ୍ତାନରେ ସୁଟିଂ କରୁଛନ୍ତି ସାରା, ଚିନ୍ତାରେ ତାଙ୍କ ପରିବାର

ମୁମ୍ୱାଇ: ଟେଲି ଅଭିନେତ୍ରୀ ସାରା ଖାନ୍‌ ପାକିସ୍ତାନରେ ସୁଟିଂ କରୁଥିବାରୁ ତାଙ୍କ ବାପାମା’ ଚିନ୍ତାରେ ଅଛନ୍ତି। ଉରୀ ଆକ୍ରମଣ  ଓ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଯାଇଛି। ଫଳରେ ଦୁଇ ଦେଶର କଳାକାରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସାରା ଭାରତ-ପାକିସ୍ତାନ ସୀମା ନିକଟରେ ୨୦ ଦିନ ହେବ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଇଣ୍ଡିଆନ୍‌ ମୋସନ୍‌ ପିକଚର୍ସ ପ୍ରୋଡ୍ୟୁସର୍ସ ଆସୋସିଏସନ୍‌ ସାରାଙ୍କ ସହ ଲଗାତାର ସମ୍ପର୍କରେ ରହିଛି।  ସାରା କହିଛନ୍ତି,“ ଭାରତ-ପାକିସ୍ତାନ ମଧ୍ୟରେ […]

ଅଦ୍ୟତନ ହୋଇଛି
ପାକିସ୍ତାନରେ ସୁଟିଂ କରୁଛନ୍ତି ସାରା, ଚିନ୍ତାରେ ତାଙ୍କ ପରିବାର

sara-khan

Advertisment

ମୁମ୍ୱାଇ: ଟେଲି ଅଭିନେତ୍ରୀ ସାରା ଖାନ୍‌ ପାକିସ୍ତାନରେ ସୁଟିଂ କରୁଥିବାରୁ ତାଙ୍କ ବାପାମା’ ଚିନ୍ତାରେ ଅଛନ୍ତି। ଉରୀ ଆକ୍ରମଣ  ଓ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଯାଇଛି। ଫଳରେ ଦୁଇ ଦେଶର କଳାକାରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି।

Advertisment

ସାରା ଭାରତ-ପାକିସ୍ତାନ ସୀମା ନିକଟରେ ୨୦ ଦିନ ହେବ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଇଣ୍ଡିଆନ୍‌ ମୋସନ୍‌ ପିକଚର୍ସ ପ୍ରୋଡ୍ୟୁସର୍ସ ଆସୋସିଏସନ୍‌ ସାରାଙ୍କ ସହ ଲଗାତାର ସମ୍ପର୍କରେ ରହିଛି।  ସାରା କହିଛନ୍ତି,“ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାକୁ ନେଇ ମୋ ବାପାମା’ ଚିନ୍ତାରେ ଅଛନ୍ତି।  ଏଠାରେ ସ୍ଥିତି ଭଲ ରହିଛି। ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ମୁଁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ମୋ ସାଥୀ କଳାକାରମାନେ ମଧ୍ୟ ଏଠାରେ ସୁରକ୍ଷିତ ରହିଛନ୍ତି। ନବରାତ୍ରୀ ଉତ୍ସବ ପାଳନ ପାଇଁ ମୁଁ ଅକ୍ଟୋବର ୬ରେ ଘରକୁ ଯିବି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe