Advertisment

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ପ୍ରଣବ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ ।

ଅଦ୍ୟତନ ହୋଇଛି
Panab pattanaik

Panab pattanaik

Advertisment

ଓଡିଆ ସଙ୍ଗୀତ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଓଡିଆ ସିନେ ଇଣ୍ଡଷ୍ଟ୍ରିର କଳାକାର ଏବଂ ଅନ୍ୟ ବ୍ୟକ୍ତିବିଶେଷ ଭେଟିଛନ୍ତି। ଏହାସହ ପ୍ରଣବଙ୍କ ଆସୁ କାମନା କରିଛନ୍ତି ସାରା ଓଡ଼ିଶାବାସୀ ଏବଂ ତାଙ୍କୁ ଭଲ ପାଉଥିବା କୋଟି କୋଟି ସଙ୍ଗୀତପ୍ରେମୀ ।

Advertisment

କିଛି ଦିନ ତଳେ ପ୍ରଣବଙ୍କୁ ଡେଙ୍ଗୁ ହୋଇଥିଲା। ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଛଦିନ ମେଡିକାଲରେ ଚିକିତ୍ସାଧୀନ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପରେ ପ୍ରଣବ ଅତ୍ୟଧିକ ଦୁର୍ବଳ ଅନୁଭବ କରିଥିଲେ। ତାଙ୍କୁ ପୁଣି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ତାଙ୍କ ପତ୍ନୀ କସ୍ତୁରୀକା ପଟ୍ଟନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରଣବ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। କଥାବାର୍ତ୍ତା ମଧ୍ୟ କରୁଛନ୍ତି। ଖାଇବା ପିଇବା ଠିକ୍‌ ଭାବରେ କରୁଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ହସପିଟାଲରୁ ଡିସଚାର୍ଜ ମଧ୍ୟ କରାଯିବ ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି।

Advertisment

୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ପ୍ରଣବ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ  ପ୍ରଣବ କଣ୍ଠଦାନ କରିସାରିଛନ୍ତି ।

୧୯୩୮ ମସିହା ଜାନୁଆରୀ ମାସ ୨୦ ତାରିଖରେ ପ୍ରଣବ ଜନ୍ମଗ୍ରହଣ କରିଥିଲେ। ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ।

Bhubaneswar Panab Pattanaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe