Advertisment

ଶୁକ୍ରବାର ପରଦାକୁ ଆସୁଛି ଦୁଇଟି ଧମାକେଦାର୍‌ ଫିଲ୍ମ

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ’ରେ ପରଦାକୁ ଆସୁଛି ଦୁଇ ଦୁଇଟି ବଲିଉଡ୍‌ ଫିଲ୍ମ ‘ପାନିପଥ୍’ ଓ ‘ପତି ପତ୍ନୀ ଔର୍ ଓ୍ୱ’। ଗୋଟିଏରେ ଐତିହାସିକ କାହାଣୀ ଦେଖିବାକୁ ମିଳିବାବେଳେ ଅନ୍ୟଟିରେ ଦେଖିବାକୁ ମିଳିବ ଜବରଦସ୍ତ କମେଡ଼ି। ତେବେ ଫିଲ୍ମ ‘ପାନିପଥ’ ଐତିହାସିକ କାହାଣୀ ତୃତୀୟ ପାନିପଥ ଯୁଦ୍ଧ ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅର୍ଜୁନ କପୁର, ସଂଜୟ ଦତ୍ତ ଏବଂ କ୍ରିତି ସାନନ୍‌ଙ୍କୁ ଦେଖିବାକୁ ମିଳିବା https://www.instagram.com/p/B4eGY7yAHfa/?utm_source=ig_web_copy_link ଫିଲ୍ମରେ ଅର୍ଜୁନ କପୁର ସଦାଶିବ ରାଓ ଭାଓ […]

ଶୁକ୍ରବାର ପରଦାକୁ ଆସୁଛି ଦୁଇଟି ଧମାକେଦାର୍‌ ଫିଲ୍ମ

film

Advertisment

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ'ରେ ପରଦାକୁ ଆସୁଛି ଦୁଇ ଦୁଇଟି ବଲିଉଡ୍‌ ଫିଲ୍ମ ‘ପାନିପଥ୍’ ଓ ‘ପତି ପତ୍ନୀ ଔର୍ ଓ୍ୱ’। ଗୋଟିଏରେ ଐତିହାସିକ କାହାଣୀ ଦେଖିବାକୁ ମିଳିବାବେଳେ ଅନ୍ୟଟିରେ ଦେଖିବାକୁ ମିଳିବ ଜବରଦସ୍ତ କମେଡ଼ି। ତେବେ ଫିଲ୍ମ ‘ପାନିପଥ’ ଐତିହାସିକ କାହାଣୀ ତୃତୀୟ ପାନିପଥ ଯୁଦ୍ଧ ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅର୍ଜୁନ କପୁର, ସଂଜୟ ଦତ୍ତ ଏବଂ କ୍ରିତି ସାନନ୍‌ଙ୍କୁ ଦେଖିବାକୁ ମିଳିବା

Advertisment

https://www.instagram.com/p/B4eGY7yAHfa/?utm_source=ig_web_copy_link

ଫିଲ୍ମରେ ଅର୍ଜୁନ କପୁର ସଦାଶିବ ରାଓ ଭାଓ ଚରିତ୍ରରେ ଅଭିନୟ କରିଥିବା ବେଳେ ସଂଜୟ ଦତ୍ତ ଆଫଗାନିସ୍ତାନର ସୁଲତାନ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମରେ ପାର୍ବତୀ ବାଇଙ୍କ ରୋଲ ଅଭିନୟ କରୁଥିବା କ୍ରିତି ସେନନ୍‌ଙ୍କୁ ପ୍ରଥମ ଥର ଆକ୍ସନ କରୁଥିବାର ଦେଖିବାକୁ ମିଳିବ।  ରିଲିଜ ପୂର୍ବରୁ ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଥିଲା।  ଫିଲ୍ମରେ ଜବରଦସ୍ତ ଡାଇଗଲ୍, ଆକ୍ସନ ଓ ଥ୍ରୀଲର ସହ ରହିଛି ପେଶଓ୍ୱାଙ୍କ ରୋମାନ୍ସ।

https://www.instagram.com/p/B44rsCCABf-/?utm_source=ig_web_copy_link

୧୭୬୧ରେ ମାରାଠା ଓ ଆଫଗାନୀ ଶାସକ ମଧ୍ୟରେ ଲାଗିଥିବା ଘୋମାଘୋଟ ଯୁଦ୍ଧର ସତ୍ୟ କାହାଣୀକୁ ନେଇ ଫିଲ୍ମର ନିର୍ମାଣ କରାଯାଇଛି। ଫିଲ୍ମଟିକୁ ‘ଲଗାନ୍’, ‘ସ୍ୱଦେଶ’ ଓ ‘ଯୋଦ୍ଧାଆକବର୍’ ଭଳି ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିବା ଆଶୁତୋଷ ଗୋଓ୍ୱାରିକର୍ ପାନିପଥର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।

Advertisment

https://www.instagram.com/p/B3qg2YSAL6Z/?utm_source=ig_web_copy_link

ସେପଟେ ଆସନ୍ତାକାଲି ଆଉ ଏକ ଫିଲ୍ମ ପତି ପତ୍ନୀ ଔର୍ ଓ୍ୱ ପରଦାକୁ ଆସୁଛି। ୧୯୭୮ ମସିହାରେ ରିଲିଜ୍  ହୋଇଥିବା ଫିଲ୍ମ ‘ପତ୍ନୀ ଔର୍ ଓ୍ୱ’ର ଏହା ରିମେକ ଭର୍ସନ। ଫିଲ୍ମରେ ରହିଛି ଭରପୂର ମନୋରଞ୍ଜନ ଓ କମେଡ଼ିର ତଡ଼କା। ଏଥିରେ କାର୍ତ୍ତିକ ଆର୍ଯ୍ୟନ୍, ଭୂମି ପେଡେନେକର୍ ଓ ଅନନ୍ୟା ପାଣ୍ଡେଙ୍କ ସହିତ ଅପାର ଶକ୍ତି ଖୁରାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି  ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳୁବ। ଫିଲ୍ମର ନିର୍ଦ୍ଦେଶନା ମୁଦାସର୍ ଅଜିଜ୍ ଦେଇଛନ୍ତି।

https://www.instagram.com/p/B5Fe6PaAOPX/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe