Advertisment

ପପୁ ରଖିଲେ ସ୍ପଷ୍ଟୀକରଣ: କହିଲେ, ତାହା ଥିଲା ମୋ ତରଫରୁ ରାନୁ ମଣ୍ଡଳଙ୍କୁ ଉପହାର

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ):  ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସମାଲୋଚିତ ହୋଇଥିବା ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍ ପମ୍‌ ଏ ନେଇ ତାଙ୍କ ସ୍ପଷ୍ଟୀକରଣ ଦେଇଛନ୍ତି। ରାନୁ ମଣ୍ଡଳଙ୍କୁ ଅସମ୍ମାନିତ କରିବାକୁ ସେ ତାଙ୍କର ନକଲ କରି ନାହାନ୍ତି ବୋଲି ପପୁ ସଫେଇ ଦେଇଛନ୍ତି। ଏ ସଂପର୍କରେ ‘ଓଡ଼ିଶା ରିପୋର୍ଟର’ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି,“ସମଗ୍ର ଦେଶ ରାନୁ ମଣ୍ଡଳଙ୍କ ପ୍ରତିଭାକୁ ସମ୍ମାନ ଜଣାଉଛି। […]

ଅଦ୍ୟତନ ହୋଇଛି
ପପୁ ରଖିଲେ ସ୍ପଷ୍ଟୀକରଣ: କହିଲେ, ତାହା ଥିଲା ମୋ ତରଫରୁ ରାନୁ ମଣ୍ଡଳଙ୍କୁ ଉପହାର

papu

Advertisment

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ):  ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସମାଲୋଚିତ ହୋଇଥିବା ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍ ପମ୍‌ ଏ ନେଇ ତାଙ୍କ ସ୍ପଷ୍ଟୀକରଣ ଦେଇଛନ୍ତି। ରାନୁ ମଣ୍ଡଳଙ୍କୁ ଅସମ୍ମାନିତ କରିବାକୁ ସେ ତାଙ୍କର ନକଲ କରି ନାହାନ୍ତି ବୋଲି ପପୁ ସଫେଇ ଦେଇଛନ୍ତି।

Advertisment

ଏ ସଂପର୍କରେ ‘ଓଡ଼ିଶା ରିପୋର୍ଟର’ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି,“ସମଗ୍ର ଦେଶ ରାନୁ ମଣ୍ଡଳଙ୍କ ପ୍ରତିଭାକୁ ସମ୍ମାନ ଜଣାଉଛି। ମୁଁ ମଧ୍ୟ ତାଙ୍କୁ ପ୍ରଶଂସା କରୁଛି। ମୁଁ ତାଙ୍କୁ ସମ୍ମାନ କରେ। ହେଲେ କେବଳ ମୁଁ ତାଙ୍କର ନକଲ କରିନାହିଁ। ଏମିତି ଅନେକ ଲୋକ ତାଙ୍କର ନକଲ କରିଛନ୍ତି। ଟିକ୍‌ଟକ୍‌ ଦେଖିଲେ ଜାଣିପାରିବେ, କେତେ ଲୋକ ତାଙ୍କୁ ନକଲ କରି ଭିଡିଓ ଶେଆର କରିଛନ୍ତି। ଏହା ତାଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ କରାଯାଇନାହିଁ। ଏମିତି କରି ସମସ୍ତେ ତାଙ୍କ ପ୍ରତି ସେମାନଙ୍କ ଭଲ ପାଇବାକୁ ପ୍ରଦର୍ଶିତ କରିଛନ୍ତି।”

ପପୁ କହିଛନ୍ତି,“ ସେ ‘ତେରି ମେରି କାହାନୀ’ ଗୀତ ଗାଉଥିବା ଭିଡିଓ ସମସ୍ତଙ୍କୁ ପସନ୍ଦ ଆସିଛି। ମୋତେ ବି ଏହା ବହୁତ ପସନ୍ଦ ଆସିଥିଲା। ତା’ପରେ ମୁଁ ଚିନ୍ତା କଲି ଯଦି ତାଙ୍କ ଗୀତ ଗାଇବା ଶୈଳୀକୁ ନେଇ ଭିଡିଓଟେ କରିବି, ତା’ହେଲେ ଲୋକମାନେ ତାଙ୍କ ଗୀତ ଓ ଭିଡିଓକୁ ଅଧିକମାତ୍ରାରେ ଦେଖିବାକୁ ଚାହିଁବେ। ଏହି ଭିଡିଓଟି ତାଙ୍କ ପାଇଁ ମୋ ତରଫରୁ ଗୋଟେ ଛୋଟ ଉପହାର ଥିଲା। କିନ୍ତୁ ଲୋକମାନେ ଭିଡିଓଟିକୁ ଭୁଲ୍‌ ଅର୍ଥରେ ନେଲେ। ସବୁ ଜିନିଷରେ ନେଗେଟିଭିଟି ଖୋଜିବା ଠିକ୍‌ ନୁହେଁ।”

Advertisment

ସୂଚନାଯୋଗ୍ୟ, ରାନୁ ମଣ୍ଡଳଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିଆଁ ତାଙ୍କର ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର୍’ରେ ଏକ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି। ଆଉ ତାଙ୍କ ଗୀତ ରେକର୍ଡିଂ ବେଳର ଫଟୋ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଆଉ ସେହି ଭିଡିଓକୁ ନକଲ କରିଛନ୍ତି ପପୁ। ରାନୁ ମଣ୍ଡଳ ଯେମିତି ଶୈଳୀରେ ଗୀତ ଗାଉଛନ୍ତି ପପୁ ମଧ୍ୟ ସେମିତି ଗୀତ ଗାଇ ଭିଡିଓ ଶେଆର କରିଛନ୍ତି। ଭିଡିଓଟିରେ ପପୁ ରାନୁଙ୍କ ଭଳି ସଜେଇ ହୋଇଥିବାର ଦେଖିବାକୁ ମିଳିଛି। ସେ ହଳଦିଆ ରଙ୍ଗର ଶାଢ଼ି ପିନ୍ଧି ମୁଣ୍ଡରେ ଲମ୍ବା ନକଲି ଚୁଟି ବି ଲଗାଇଛନ୍ତି। ମାଇକ୍‌ ସାମ୍ନାରେ ଠିଆ ହୋଇ ରାନୁ ଯେମିତି ଢଙ୍ଗରେ ‘ତେରି ମେରି କାହାନୀ’ ଗୀତକୁ ଗାଇଥିଲେ, ତାକୁ ନକଲ କରିଛନ୍ତି ପପୁ। ସେହିପରି ପପୁଙ୍କ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହୋଇ ହିମେଶ ରେଶମିଆଁଙ୍କର ନକଲ କରୁଛନ୍ତି।

ଏହି ଭିଡିଓ ଦେଖିବା ପରେ ଲୋକେ କହିଥିଲେ ଯେ, ଏମିତି କରି ପପୁ ରାନୁ ମଣ୍ଡଳଙ୍କ ପ୍ରତିଭାକୁ ଅସମ୍ମାନ କରିଛନ୍ତି। ଜଣେ ଗରିବ ମହିଳାଙ୍କୁ ଏମିତି ପରିହାସ କରିବା ଠିକ୍ ନୁହେଁ। ଏହା ସହିତ କେହି କେହି ପପୁ ଆଉ ବଦଳିବେନି ବୋଲି ବି କହିଛନ୍ତି।

କିଛି ଦିନ ପୂର୍ବରୁ ‘ମିଷ୍ଟର କହ୍ନେୟା’ ଫିଲ୍ମର ପୋଷ୍ଟର୍ ପାଇଁ ମଧ୍ୟ ବିବାଦ ଘେରକୁ ଚାଲି ଯାଇଥିଲେ ପପୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe