Advertisment

ପୁଣି ବିବାଦରେ ପପୁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍‌। ରାତାରାତି ସୋଶାଲ୍‌ ମିଡିଆ ସେନ୍‌ସେସନ୍ ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସେ ବିବାଦ ଭିତରକୁ ପଶିଯାଇଛନ୍ତି। ଏନେଇ ତାଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଆପଣମାନେ ତ ଜାଣିଥିବେ, ପଶ୍ଚିମବଙ୍ଗର ରାନାଘାଟ୍‌ ରେଲଓ୍ୱେ ଷ୍ଟେସନ୍‌ରେ ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ […]

ଅଦ୍ୟତନ ହୋଇଛି
ପୁଣି ବିବାଦରେ ପପୁ!

ranu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍‌। ରାତାରାତି ସୋଶାଲ୍‌ ମିଡିଆ ସେନ୍‌ସେସନ୍ ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସେ ବିବାଦ ଭିତରକୁ ପଶିଯାଇଛନ୍ତି। ଏନେଇ ତାଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

Advertisment

publive-image ଆପଣମାନେ ତ ଜାଣିଥିବେ, ପଶ୍ଚିମବଙ୍ଗର ରାନାଘାଟ୍‌ ରେଲଓ୍ୱେ ଷ୍ଟେସନ୍‌ରେ ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିଆଁ ତାଙ୍କର ଆଗାମୀ ଫିଲ୍ମ ‘‘ହାପି ହାର୍ଡି ଆଣ୍ଡ ହୀର୍’ରେ ଏକ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି। ଆଉ ତାଙ୍କ ଗୀତ ରେକର୍ଡିଂ ବେଳର ଫଟୋ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଆଉ ସେହି ଭିଡିଓକୁ ନକଲ କରିଛନ୍ତି ପପୁ। ରାନୁ ମଣ୍ଡଳ ଯେମିତି ଶୈଳୀରେ ଗୀତ ଗାଉଛନ୍ତି ପପୁ ମଧ୍ୟ ସେମିତି ଗୀତ ଗାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏପରିକି ସେ ରାନୁଙ୍କ ଭଳି ସଜେଇ ମଧ୍ୟ ହୋଇଛନ୍ତି। ସେ ହଳଦିଆ ରଙ୍ଗର ଶାଢ଼ି ପିନ୍ଧି ମୁଣ୍ଡରେ ଲମ୍ବା ନକଲି ଚୁଟି ବି ଲଗାଇଛନ୍ତି। ମାଇକ୍‌ ସାମ୍ନାରେ ଠିଆ ହୋଇ ରାନୁ ଯେମିତି ଢଙ୍ଗରେ ‘ତେରି ମେରି କାହାନୀ’ ଗୀତକୁ ଗାଇଥିଲେ, ତାକୁ ନକଲ କରିଛନ୍ତି ପପୁ। ସେହିପରି ପପୁଙ୍କ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହୋଇ ହିମେଶ ରେଶମିଆଁଙ୍କର ନକଲ କରୁଛନ୍ତି।

ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ ପ୍ରାୟ ସମସ୍ତେ ପପୁଙ୍କୁ ସମାଲୋଚନା କରିଛନ୍ତି। ପପୁ ଜଣେ ଗରିବ ମହିଳାଙ୍କୁ ଉପହାସ କରିଛନ୍ତି ବୋଲି ସମସ୍ତେ କହୁଛନ୍ତି। କିଛି ଲୋକ ସୋଶାଲ୍ ମିଡିଆରେ ସେମାନଙ୍କ ମତ ରଖି ଲେଖିଛନ୍ତି- ପପୁ ଜଣେ ଅଭଦ୍ର ବ୍ୟକ୍ତି। ସେ ନାରୀମାନଙ୍କୁ ସମ୍ମାନ କରିବା ଶିଖି ନାହାନ୍ତି। ଆଉ କେହି କେହି ଲେଖିଛନ୍ତି- ପପୁ କେବେ ବି ସୁଧୁରିବେନି। ଲୋକେ ଏହା ବି କହିଛନ୍ତି ଯେ, ନିଜ ଦକ୍ଷତା ଦେଖାଇବା ପାଇଁ ପପୁ ଏମିତି ଶସ୍ତା କାମ କରୁଛନ୍ତି। ଏହା ପୂର୍ବରୁ ‘ମିଷ୍ଟର କହ୍ନେୟା’ର ପୋଷ୍ଟର୍‌କୁ ନେଇ ବିବାଦରେ ଫସି ଥିଲେ ପପୁ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe