Advertisment

ନିଜକୁ ଜୋକର ଭାବୁଛନ୍ତି କି ପପୁ ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ହୃଦୟରେ ସବୁ ଦୁଃଖକୁ ଚାପି ଅନ୍ୟମାନଙ୍କ ମୁହଁରେ ସଜ ହସ ଟିକିଏ ଫୁଟାଇ ପାରୁଥିବା ମଣିଷ ହେଲା "ଜୋକର"। ଏମିତି ଏକ କଷ୍ଟକର କାମକୁ ପରଦା ଉପରେ ଯଦି କେହି ପ୍ରକୃତ ନ୍ୟାୟ ଦେଇପାରିବ ତେବେ ସେ ହେଉଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍। ଆଗକୁ ଆସୁଛି ପପୁ ପମ୍ ପମ୍‌ଙ୍କର ଏକ ଭିନ୍ନ ଧରଣର ଫିଲ୍ମ "ଜୋକର"। ଏଥିରେ ପପୁଙ୍କ ସହ ଫିଲ୍ମରେ ନଜର ଆସିବେ ଦୁଷ୍ମନ୍ତ, ତମନ୍ନା, ଲିପ୍ସା ଓ କୁନା ତ୍ରିପାଠୀଙ୍କ ପରି ଅନେକ କଳାକାର। ଏଥିରେ ପପୁଙ୍କ ମାଆ ଚରିତ୍ରରେ ଅବତୀର୍ଣ୍ଣ ହେବେ ଅନିତା ଦାସ।

<a href="">(image) </a>ଇମୋସନ୍ ଓ ଆକ୍ସନକୁ ନେଇ ନିର୍ମାଣ ହେଉଛି ଫିଲ୍ମ "ଜୋକର"।ଏବେ ଏହାର କିଛି କିଛି ଅଂଶ ସୁଟିଂ ସରିଗଲାଣି। ନିକଟରେ ଏହାର ଏକ ଗୀତ ସୁଟିଂ ଦୃଶ୍ୟ ଥିଲା ଏମିତି। ଷ୍ଟେଜ ଉପରେ ବାଜୁଥିଲା ଗୀତ "ଏମିତିକା ଏ ଜୀବନ, ଆଧେ ଛାଇ ଅଧେ ଜହ୍ନ, ଅଧେ ପୁଣି ପାଣିର ଗାର, ନିଜେ ପିଇ ନିଜ ଲୁହ କରୁଛି ମୁଁ ଅଭିମାନ" । ଗୀତର ତାଳେ ତାଳେ ନାଚୁଥିଲେ ପପୁ ଓ ତାଙ୍କର କିଛି ସହଯୋଗୀ। ପୂରା ଜୋକର ଅବତାରରେ ଥିଲେ ପପୁ। ମୁଣ୍ଡରେ ଟୋପି, ହାତରେ ଭାଓଲିନ୍ ଓ ଜୋକର ଡ୍ରେସରେ ପପୁ ଏକଦମ୍ ଭିନ୍ନ ଲାଗୁଛନ୍ତି।

ଏହି ଫିଲ୍ମରେ ଜଣେ ଜୋକରର ବାସ୍ତବ ଜୀବନ କାହାଣୀକୁ ଉପସ୍ଥାପନା କରାଯାଇଛି। କେମିତି ଜୋକର ର ପ୍ରତ୍ୟକ କଥାକୁ ସମସ୍ତେ ବ୍ୟକ୍ତିଗତ ଜୀବନରେ ଏକ କମେଡି ଭାବରେ ଗ୍ରହଣ କରନ୍ତି ତାହା ଏହି ଫିଲ୍ମର କାହାଣୀ ରହିବ। ପପୁ ଓଲିଉଡର ଜଣେ ହାସ୍ୟ ଅଭିନେତା ତାଙ୍କ ପ୍ରତ୍ୟେକଟି ଫିଲ୍ମରେ କମେଡିର ତଡକା ଥାଏ। ଏଥର ଏହି ଭିନ୍ନ ଧରଣର କାହାଣୀକୁ ନେଇ ରଚିତ ଫିଲ୍ମ ଜୋକରରେ ମଧ୍ୟ ସେ ତାଙ୍କ ଚରିତ୍ରକୁ ବେସ୍ ଭଲଭାବରେ ଦର୍ଶାଇ ପାରିବେ ବୋଲି ଦର୍ଶକଙ୍କ ଆଶା।

https://www.youtube.com/watch?v=SCa_V-dxZmM

author-image
Ordigital Desk