Advertisment

କରୋନା ପାଇଁ କବିତା ଲେଖିଲେ ପପୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ମାତ୍ ଦେବାକୁ ଏବେ ସାରା ବିଶ୍ୱରେ ଲଢ଼େଇ ଚାଲିଛି। ଏଥିରେ ଆମ ଦେଶ ଓ ରାଜ୍ୟ ସରକାର ବି ସାମିଲ ହୋଇଛନ୍ତି। ସରକାରୀ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ତେବେ ଅନେକ ସେଲେବ୍ରିଟି ମଧ୍ୟ ଲୋକଙ୍କୁ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରୁଛନ୍ତି। କିଏ ହାତ ଧୋଇବା ନେଇ ତ ଆଉ କିଏ ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ ନିଜ ନିଜ ଢଙ୍ଗରେ […]

ଅଦ୍ୟତନ ହୋଇଛି
କରୋନା ପାଇଁ କବିତା ଲେଖିଲେ ପପୁ

papu23

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ମାତ୍ ଦେବାକୁ ଏବେ ସାରା ବିଶ୍ୱରେ ଲଢ଼େଇ ଚାଲିଛି। ଏଥିରେ ଆମ ଦେଶ ଓ ରାଜ୍ୟ ସରକାର ବି ସାମିଲ ହୋଇଛନ୍ତି। ସରକାରୀ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ତେବେ ଅନେକ ସେଲେବ୍ରିଟି ମଧ୍ୟ ଲୋକଙ୍କୁ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରୁଛନ୍ତି। କିଏ ହାତ ଧୋଇବା ନେଇ ତ ଆଉ କିଏ ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ ନିଜ ନିଜ ଢଙ୍ଗରେ ସଚେତନ କରୁଛନ୍ତି। ଆଉ ଏହି ଧାରାରେ ସାମିଲ ହୋଇଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍‌। ସେ କରୋନାକୁ ନେଇ ଏକ କବିତା ଲେଖି ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି।

Advertisment

ସେ ଲେଖିଛନ୍ତି-

କାଲି ରାତିରେ ମୋ ସପନରେ ଆସିଥିଲା କରୋନା,
ଯେମିତି ତୁ ଘରେ ଅଛୁ ପିଲା ଛୁଆ ଧରି, ସେମିତି ତୁ ଆଉ କିଛ ଦିନ ରହିଯା,
ଜମା ତୁ ହାତଗୋଡ଼ ଅସନା କରନା।
ମତେ ଡ଼ରନା ଜମା ଡରନା,  ବିଦେଶିଆ ରଙ୍ଗଧାରୀ ହ୍ୟାଣ୍ଡସେକ କରୁଚୁ,  ଆଗଭଳି ନମସ୍କାର ଆଉ କରୁନା,
ବାହାରୁ ଘରକୁ ଆସି ପ୍ରଥମ କାମଟା ହାତଗୋଡ଼ ଜମା ତୁ ଧୋଉନା।
ସୁନା ପିଲା ହେଇଜାରେ ବେଳ ଏବେ ଭଲ ନାଇଁ, ବିପଦକୁ ହୁଇସିଲ୍‌ ମାରି ଡାକେନା,
ମୁ କରୋନା କିନ୍ତୁ ମତେ। ଜମା ଡ଼ରନା।
୫ରୁ ୧୦, ୧୦ରୁ ୫୦, ୫୦ରୁ ୫୦୦ ତୁ କରନା, ମତେ ଜମା ଡରନା।
ବାମ୍ଫ ନେଲେଣି ସେ ମଣିଷ ଗୁଡ଼ାକ ଯେ  ଦିନେ ଭାବୁଥିଲେ ମିଛ ବାହାନା,
ଲକ୍ଷ ଲକ୍ଷ ଶବ ଉପରେ ମୁ ଠିଆ ହେଇଚି, ନିଜେ ଜଗି ସେ ସଂଖ୍ୟା ତୁ ବଢ଼ାନା, ମୁ କରୋନା, ମତେ ଡରନା।
Advertisment
ଏତେ ଲାଇଟିରେ ମତେ ନେନା, ମୁ କରୋନା।
ସରକାରୀ କଥା ମାନୁଥା, ଘରେ ସବୁବେଳେ ରାହୁଥା, ଘର ଲୋକଙ୍କ ପାଇଁ ସମୟ ମିଳିଛି, ଜିଦି କରି କୁଆଡେ ଯାନା, ମତେ ଡ଼ରନା।
ସଭିଙ୍କ ମଙ୍ଗଳ ତୋରି ହାତରେ, ବେଣି ବେଲଗାମ ହନା, ମୁ କରୋନା, ମତେ ଡ଼ରନା।
ସୂଚନାଯୋଗ୍ୟ, ପପୁଙ୍କ ସମେତ ଆହୁରି ଅନେକ କଳାକାର ଭିଡିଓ ଶେଆର କରି ଘରେ ରହି ସେମାନେ କେମିତି ସମୟ ଅତିବାହିତ କରୁଛନ୍ତି, ତାହା କହିଛନ୍ତି। ଏକ ଭିଡିଓରେ ଅଭିନେତ୍ରୀ ତମାନ୍ନା ଚିତ୍ର ଆଙ୍କି ଘରେ ସମୟ ବିତାଉଥିବାର ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe