/odisha-reporter/media/post_attachments/uploads/2016/02/Ghayal-Once-Again.jpg)
Ghayal-Once-Again
ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ଦୁଇଟି ବଲିଉଡ୍ ଫିଲ୍ମ ଘାୟଲ ୱାନ୍ସ ଏଗେନ୍ ଓ ସନମ୍ ତେରି କସମ୍। ହଲିଉଡ୍ର ଆକ୍ସନ କୋର୍ଡିନେଟର ଡନ୍ ବ୍ରାଡଲି ‘ଘାୟଲ ୱାନ୍ସ ଏଗେନ୍’ ଫିଲ୍ମର ଆକ୍ସନ ସିନ୍ ଡିଜାଇନ କରିଛନ୍ତି। ଅଭିନେତା ସନି ଦେୱଲ ଉଭୟ କାହାଣୀ ଲେଖିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅନ୍ୟ ଭୂମିକାରେ ଅଛନ୍ତି ଓମ୍ ପୁରୀ, ସୋହା ଅଲ୍ଲୀ ଖାନ୍, ଟିସ୍କା ଚୋପ୍ରା ଓ ଆଞ୍ଚଲ ମୁଞ୍ଜଲ ପ୍ରମୁଖ। ଚାରି ଜଣ କଲେଜ ଛାତ୍ରକୁ ନେଇ ଏହି ଫିଲ୍ମ ତିଆରି କରାଯାଇଛି। ସନିଙ୍କ ଏହି ଆକ୍ସନ ଫିଲ୍ମକୁ ଟକ୍କର ଦେବ ରୋମାଣ୍ଟିକ୍ ଫିଲ୍ମ ‘ସନମ ତେରି କସମ୍’। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନ୍। ରାଧିକା ରାଓ ବିନୟ ସପ୍ରୁ ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
