Advertisment

ପରଦାକୁ ଆସିଲା ‘ରକ୍ ଷ୍ଟାର’

ଭୁବନେଶ୍ୱର: ରିଲିଜ ହୋଇଛି ଓଡିଆ ଫିଲ୍ମ ରକ୍ ଷ୍ଟାର। ଏଥିରେ ଲିଡ ରୋଲରେ ବୁଲୁ ଏବଂ ପୁନମ ଥିଲା ବେଳେ ଅନ୍ୟାନ୍ୟ ଚରିତ୍ରରେ ପ୍ରଜ୍ଞାନ, ପୁଷ୍ପା ପଣ୍ଡାଙ୍କ ସହ ଅନେକ ନୂଆ ପୁରୁଣା କଳାକାର ଅଭିନୟ କରିଛନ୍ତି। ଓଲିଉଡରେ ଦେଖିବାକୁ ମିଳିଛି ଏକ ନୂଆ ଯୋଡ଼ି। ନୂଆ ଧରଣର ପ୍ରେମ କାହାଣୀ ସାଙ୍ଗକୁ ଏହି ଦୁଇ ଲଭ ବାର୍ଡଙ୍କ ରିଲ ରୋମାନ୍ସ ଦେଖିବାକୁ ମିଳିଛି ଫିଲ୍ମ ରକଷ୍ଟାରରେ। ମନୋରଞ୍ଜନ ଫିଲ୍ମସ ଆଣ୍ଡ୍ ଏଣ୍ଟରଟେନମେଣ୍ଟ୍ ବ୍ୟାନରରେ ନିର୍ମିତ ଏହି […]

ଅଦ୍ୟତନ ହୋଇଛି
ପରଦାକୁ ଆସିଲା ‘ରକ୍ ଷ୍ଟାର’

rockstarodiamovie

Advertisment

ଭୁବନେଶ୍ୱର: ରିଲିଜ ହୋଇଛି ଓଡିଆ ଫିଲ୍ମ ରକ୍ ଷ୍ଟାର। ଏଥିରେ ଲିଡ ରୋଲରେ ବୁଲୁ ଏବଂ ପୁନମ ଥିଲା ବେଳେ ଅନ୍ୟାନ୍ୟ ଚରିତ୍ରରେ ପ୍ରଜ୍ଞାନ, ପୁଷ୍ପା ପଣ୍ଡାଙ୍କ ସହ ଅନେକ ନୂଆ ପୁରୁଣା କଳାକାର ଅଭିନୟ କରିଛନ୍ତି। ଓଲିଉଡରେ ଦେଖିବାକୁ ମିଳିଛି ଏକ ନୂଆ ଯୋଡ଼ି। ନୂଆ ଧରଣର ପ୍ରେମ କାହାଣୀ ସାଙ୍ଗକୁ ଏହି ଦୁଇ ଲଭ ବାର୍ଡଙ୍କ ରିଲ ରୋମାନ୍ସ ଦେଖିବାକୁ ମିଳିଛି ଫିଲ୍ମ ରକଷ୍ଟାରରେ। ମନୋରଞ୍ଜନ ଫିଲ୍ମସ ଆଣ୍ଡ୍ ଏଣ୍ଟରଟେନମେଣ୍ଟ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶ ଦେଇଛନ୍ତି କୁମାର ସରୋଜ ଏବଂ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ମନୋରଞ୍ଜନ।  ଫିଲ୍ମରେ ରହିଛି ପାଞ୍ଚଟି ସୁନ୍ଦର ଗୀତ। ସଂଗୀତରେ ସଜେଇଛନ୍ତି ଏସ୍ ଚନ୍ଦ୍ରକାନ୍ତ।

Advertisment

ଯୌବନର ପ୍ରଥମ ପାହାଚରେ ନିଜ ମନକୁ ହଜେଇ ଦେଇଛନ୍ତି ଚୁଲବୁଲି ନାୟିକା ପୁନମ। ତାଙ୍କୁ କିଛି ଭଲ ଲାଗୁନି, ରାତିରେ ନିଦ ହଉନି। ଆଉ ଏସବୁର କାରଣ ଖୋଜି ପାଉନାହାନ୍ତି ସେ। ଭାବିଛନ୍ତି ଏଗୁଡିକ ପ୍ରେମ ରୋଗର ଲକ୍ଷଣ ନୁହେଁତ ? ନାଚୁରାଲ ବ୍ୟାକଡ୍ରପରେ ଗୀତଟି ହେଇଛି ବିଲକୁଲ ୟୁନିକ। ତପୁମିଶ୍ରଙ୍କ ଗାଇକିରେ ଦେଖିବାକୁ ମିଳିଛି ପୁନମଙ୍କ ଦମଦାର ଡ୍ୟାନସ। ମନ ଖୋଜେ ମନଟିଏ ।ହୃଦୟ ଖୋଜେ ହୃଦୟଟିଏ।  ନିଶ୍ୱାସ ସହ ବିଶ୍ୱାସର ସମ୍ପର୍କକୁ ନେଇ ଫିଲ୍ମରେ ରହିଛି ଗୋଟେ ଟଚ୍ଚି ସଙ୍ଗ।ପୁନମ ଏବଂ ବୁଲୁଙ୍କ ଜବରଦସ୍ତ କେମେଷ୍ଟ୍ରୀ ସାଙ୍ଗକୁ କୁମାର ବାପି ଏବଂ ଅନ୍ତରାଙ୍କ କଣ୍ଠଦାନ ଗୀତରେ ଭରିଦେଇଛି ଭରପୁର ଏଣ୍ଟରଟେନମେଣ୍ଟ। ଫିଲ୍ମରେ ରହିଛି ଗୋଟେ ଭିନ୍ନ ଧରଣର ଗୀତ ହ୍ୱାଟ୍ ସାଲ୍ ଆଇ ଡୁ। ଉଦିତ ନାରାୟଣ ଏବଂ ତପୁ ମିଶ୍ରଙ୍କ ଗାୟିକିରେ ଗୀତଟି ହେଇଛି ବିଲକୁଲ ୟୁନିକ।ନୂଆ ଧରଣର ଷ୍ଟୋରୀଲାଇନ, ସୁନ୍ଦର ଲିରିକ୍ସ ସହିତ ଦମଦାର ସଂଗୀତକୁ ଖୁବ ପସନ୍ଦ କରିଛନ୍ତି ସିନେ ଦର୍ଶକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe