Advertisment

ପରଦାକୁ ଆସିଲା ‘ୱେଲକମ୍ ବ୍ୟାକ୍’

ମୁମ୍ବାଇ: ଆଜି ଫିଲ୍ମ ଫ୍ର।ଇଡେରେ ପରଦାକୁ ଆସିଛି ୱେଲକମର ସିକ୍ୱେଲ ‘ୱେଲକମ୍ ବ୍ୟାକ୍’। କେବଳ କମେଡି ନୁହେଁ ଦମଦାର ଆକସନରର ତଡକା ବି ରହିଛି ଏହି ଫିଲ୍ମରେ। ୨୦୦୭ରେ ରିଲିଜ୍ ହୋଇଥିବା ୱେଲକମ୍ ଭଳି ଏଥିରେ ମଧ୍ୟ ବାହାଘରକୁ ନେଇ କନଫ୍ୟୁଜନ ସୃଷ୍ଟି କରିଛନ୍ତି ଉଦୟ ସେଟ୍ଟି, ମଜନୁ ଭାଇ ଓ ଡକ୍ଟର ଘୁଙ୍ଗରୁ। ନାନା ପାଟେକର୍, ଅନିଲ କାପୁର୍ ଓ ପରେଶ ରାୱଲଙ୍କ ଜବରଦସ୍ତ କମେଡି ସାଙ୍ଗକୁ ଏହି ସିକ୍ୱେଲରେ ଦେଖିବାକୁ ମିଳିଛି ଜନ୍ ଆବ୍ରାହମ୍ […]

author-image
Rakesh Mallick
ପରଦାକୁ ଆସିଲା ‘ୱେଲକମ୍ ବ୍ୟାକ୍’

wellcom back

ମୁମ୍ବାଇ: ଆଜି ଫିଲ୍ମ ଫ୍ର।ଇଡେରେ ପରଦାକୁ ଆସିଛି ୱେଲକମର ସିକ୍ୱେଲ ‘ୱେଲକମ୍ ବ୍ୟାକ୍’। କେବଳ କମେଡି ନୁହେଁ ଦମଦାର ଆକସନରର ତଡକା ବି ରହିଛି ଏହି ଫିଲ୍ମରେ। ୨୦୦୭ରେ ରିଲିଜ୍ ହୋଇଥିବା ୱେଲକମ୍ ଭଳି ଏଥିରେ ମଧ୍ୟ ବାହାଘରକୁ ନେଇ କନଫ୍ୟୁଜନ ସୃଷ୍ଟି କରିଛନ୍ତି ଉଦୟ ସେଟ୍ଟି, ମଜନୁ ଭାଇ ଓ ଡକ୍ଟର ଘୁଙ୍ଗରୁ। ନାନା ପାଟେକର୍, ଅନିଲ କାପୁର୍ ଓ ପରେଶ ରାୱଲଙ୍କ ଜବରଦସ୍ତ କମେଡି ସାଙ୍ଗକୁ ଏହି ସିକ୍ୱେଲରେ ଦେଖିବାକୁ ମିଳିଛି ଜନ୍ ଆବ୍ରାହମ୍ ଓ ଶୃତି ହାସନଙ୍କ ଲଭ୍ କେମେଷ୍ଟ୍ରି। ମାଡ୍ରାସ୍ କାଫେର ୨ବର୍ଷ ପରେ ଏହି ଫିଲ୍ମ ଜରିଆରେ ପରଦାକୁ ଆସିଛନ୍ତି ଜନ୍। ୱାଣ୍ଟେଡ୍ ଭାୟ୍ ନାସିରୁଦ୍ଦିନ୍ ଶାହଙ୍କ ଦମଦାର ଆକଟିଂ ବି ଦେଖିବାକୁ ମିଳିଛି ଫିଲ୍ମରେ। ୱେଲକମର ଡାଇରେକ୍ଟର ଅନିଶ୍ ବାଜମି ଏଥର ବି ଦର୍ଶକଙ୍କୁ ଭରପୁର ଏଣ୍ଟରଟେନ୍ କରିବା ପାଇଁ ଚେଷ୍ଟା କରିଛନ୍ତି। ଫିଲ୍ମରେ ମୋଟ ୧୧ଟି ଟ୍ରାକ୍ ଥିବା ବେଳେ ଏହାକୁ କମ୍ପୋଜ୍ କରିଛନ୍ତି ଅନୁ ମଲ୍ଲିକ।

Advertisment