ପରଦାକୁ ଆସିଲା ‘ବାଏ ବାଏ ଦୁବାଇ’

ଭୁବନେଶ୍ୱର: ଆଜି ଓଲିଉଡ୍‌ ଫିଲ୍ମ ‘ବାଏ ବାଏ ଦୁବାଇ’ ରିଲିଜ୍ ହୋଇଛି। ଦୁବାଇରେ ବସବାସ କରୁଥିବା ଲୋକଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏଥିରେ ସବ୍ୟସାଚୀ, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ ଓ ପପୁ ପମ୍‌ପମ୍‌ ଅଛନ୍ତି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ସାହୁ।

ଜେଲ୍‌ରୁ ଫେରିବା ପରେ ପପୁ ପମ୍‌ପମ୍‌ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ୍‌ରେ ନଜର ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।