Advertisment

ପରଲୋକରେ ସୁଧା ଶିବପୁରୀ

ମୁମ୍ୱାଇ: ଛୋଟ ପରଦାରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା  ସୁଧା ଶିବପୁରୀଙ୍କର ବୁଧବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଟିଭି ସିରିଏଲ୍  ବ୍ୟତୀତ ସୁଧା ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ’ଇନସାଫ୍ କି ତରାଜୁ’, ’ହମାରି ବୋହୂ ଅଲକା’, ’ବର୍ନିଂ ଟ୍ରେନ୍’,  ’ମାୟା ମେମସାବ୍’, ’ସାୱନ୍ କୋ ଆନେ ଦୋ’  ଆଦି ଫିଲ୍ମରେ ତାଙ୍କୁ […]

ପରଲୋକରେ ସୁଧା ଶିବପୁରୀ

sudhashivpuri

Advertisment

ମୁମ୍ୱାଇ: ଛୋଟ ପରଦାରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା  ସୁଧା ଶିବପୁରୀଙ୍କର ବୁଧବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଟିଭି ସିରିଏଲ୍  ବ୍ୟତୀତ ସୁଧା ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ’ଇନସାଫ୍ କି ତରାଜୁ’, ’ହମାରି ବୋହୂ ଅଲକା’, ’ବର୍ନିଂ ଟ୍ରେନ୍’,  ’ମାୟା ମେମସାବ୍’, ’ସାୱନ୍ କୋ ଆନେ ଦୋ’  ଆଦି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା ।

Advertisment

ଟିଭି ସିରିଏଲ୍ ’କ୍ୟୁଁ କି ଶାଶ୍ ବି କଭି ବୋହୂ ଥି’ର  ‘ବା’ ଚରିତ୍ରରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇପାରିଥଲେ।  ୨୦୦୦ରୁ ୨୦୦୮ରେ ଷ୍ଟାର ପ୍ଲସରେ ପ୍ରସାରିତ  ହେଇଥିବା ଏହି ସରିଏଲ୍ ମହିଳାମାନଙ୍କର ସବୁଠାରୁ ଲୋକପ୍ରିୟ ଧାରାବାହିକ ଥିଲା ।

ସୁଧାଙ୍କ ଜନ୍ମ ରାଜସ୍ଥାନରେ ହୋଇଥିଲା । ଅଷ୍ଟମ ଶ୍ରେଣୀରୁ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପିତାଙ୍କ ମୃତ୍ୟୁ ହୋଇଯିବା ସହ ମା’ ଅସୁସ୍ଥ ଥିବାରୁ ସୁଧାଙ୍କୁ କମ୍ ବୟସରେ କାମ କରିବାକୁ ପଡିଥଲା । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ସେ ୨୦୦୨, ୨୦୦୩, ୨୦୦୪, ୨୦୦୫ ଓ ୨୦୦୭ରେ ଲଗାତାର ଷ୍ଟାର ପରିବାର ଆୱାର୍ଡ ପାଇଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe