ସୁଶାନ୍ତଙ୍କ ଆତ୍ମା ସହ କଥା ହେବାର ଦାବି କରୁଛନ୍ତି ଏହି ବ୍ୟକ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ହେଇଗଲାଣି। ଏବେ ବି ତାଙ୍କ ଆତ୍ମହତ୍ୟାର କାରଣ ରହସ୍ୟ ଘେରରେ ରହିଛି। ସୁଶାନ୍ତଙ୍କ ପରିବାର, କିଛି ନିକଟତର ବନ୍ଧୁ ଓ ଫ୍ୟାନ୍‌ମାନେ ବିଶ୍ୱାସ କରିପାରୁ ନାହାନ୍ତି ଯେ ତାଙ୍କ ଭଳି ଜଣେ ଜ୍ଞାନୀ ଓ ଖୁସ୍‌ମିଜାଜର ପିଲା କେବେ ଆତ୍ମହତ୍ୟା କରିଥିବେ। ତେଣୁ ଅନେକଙ୍କ କହିବା କଥା ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ଏଥିମଧ୍ୟରେ ୟୁଟ୍‌ୟୁବ୍‌ ଚ୍ୟାନେଲ ଚଲାଉଥିବା ଜଣେ ପାରାନର୍ମାଲ ଏକ୍ସପର୍ଟ ଦାବି କରିଛନ୍ତି ଯେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମା ​​ସହ କଥା ହୋଇଛନ୍ତି। ସେ ଏହାର ଏକ ଭିଡିଓ ମଧ୍ୟ ଶେଆର୍ କରିଛନ୍ତି, ଯେଉଁଥିରେ ସୁଶାନ୍ତଙ୍କ ଭଳି ସ୍ୱର କିଛି କହିବାକୁ ଚେଷ୍ଟା କରୁଛି।

ଏହି ଭିଡିଓଟି ସତ୍ୟାସତ୍ୟ ଜଣାପଡ଼ିନାହିଁ। ହେଲେ ଏହି ବିଶେଷଜ୍ଞ ଜଣକ କହିଛନ୍ତି ଯେ ତାଙ୍କ ଭିଡିଓରେ ଥିବା କମେଣ୍ଟ ବକ୍ସରେ ଅନେକ ପ୍ରଶଂସକ ତାଙ୍କୁ ସୁଶାନ୍ତଙ୍କ ସହ ସ୍ପିରିଟ୍ ବକ୍ସ ସେଶନ୍ ବା ସୁଶାନ୍ତଙ୍କ ଆତ୍ମା ​​ସହିତ କଥାବାର୍ତ୍ତା କରିବାକୁ ଦୀର୍ଘ ଦିନ ଧରି ଅନୁରୋଧ କରିଆସୁଥିଲେ। ଏହି ପାରାନର୍ମାଲ ଏକ୍ସପର୍ଟ ନିଜର ଏକ ଡିଭାଇସ୍ ସାହାଯ୍ୟରେ ସୁଶାନ୍ତଙ୍କ ଆତ୍ମାକୁ କିଛି ପ୍ରଶ୍ନ ପଚାରିଛନ୍ତି, ଯାହା ପରେ ସୁଶାନ୍ତଙ୍କ ସହ ମେଳ ଖାଉଥିବା ଏକ ସ୍ୱର ଶୁଭୁଛି ଯିଏକି ପ୍ରଶ୍ନର ଉତ୍ତର ଦେଉଛି।  ହେଲେ ତାଙ୍କୁ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ମିଳୁନାହିଁ।

ବ୍ୟକ୍ତି ଜଣକ ଭିଡିଓରେ ଏହା ମଧ୍ୟ ପଚାରିଛନ୍ତି ଯେ ସୁଶାନ୍ତ କାହିଁକି ତାଙ୍କ ଜୀବନ ନେଲେ? ଯେଉଁଥିରେ ସେହି ସ୍ୱର କେବଳ ଗୋଟିଏ ଶବ୍ଦ କହୁଛି, ‘ପରିବର୍ତ୍ତନ’। ସୁଶାନ୍ତ ଏବଂ ଏହି ପାରାନର୍ମାଲ ବିଶେଷଜ୍ଞଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏହି ଭିଡିଓ ସତ କି ମିଛ ପ୍ରମାଣିତ ହୋଇନାହିଁ। କିନ୍ତୁ ଏହି ଭିଡିଓଟି ଏବେ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି।

ଅନେକ ଲୋକ ଏହି ଭିଡିଓର କମେଣ୍ଟ ବକ୍ସରେ ବିଶେଷଜ୍ଞଙ୍କୁ ପୁଣିଥରେ ସୁଶାନ୍ତଙ୍କ ସହ ଏହି ସ୍ପିରିଟବକ୍ସ ସେଶନ୍ କରିବାକୁ କରିବାକୁ କହିଛନ୍ତି। କାରଣ ତାଙ୍କ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭିଡିଓ ଶେଷରେ, ବିଶେଷଜ୍ଞ ଜଣକ ଆଉ ଗୋଟିଏ କଥା କହିଛନ୍ତି ଯେ ସୁଶାନ୍ତଙ୍କ ସହ ବାର୍ତ୍ତାଳାପ ସମୟରେ ଦୁଇଥର ଯାକ ଅନ୍ୟ କେହିଜଣେ ମଧ୍ୟ ଉପସ୍ଥିତ ଥିଲେ। ଭିଡିଓରେ ଥରେ, ଜଣେ ମହିଳାଙ୍କ ସ୍ୱର ମଧ୍ୟ ଶୁଭୁଛି ଯିଏ କି କିଛି କହିବାକୁ ଚେଷ୍ଟା କରୁଛନ୍ତି। ସୂଚନାଯୋଗ୍ୟ ସୁଶାନ୍ତ ସିଂହ ରାଜପୁତ ଜୁନ୍‌ ୧୪ରେ ମୁମ୍ବାଇସ୍ଥିତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି…

ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଚାଇନା ସାମ୍ବାଦିକଙ୍କ ରହଣି ଉପରେ କଟକଣା ଲଗାଇବ ଆମେରିକା

କ’ଣ ଖାଇବେ, କ’ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ…

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ ବାଲସୁବ୍ରମଣ୍ୟମ

‍‍୫୦ ଲକ୍ଷ ପାଖରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୯୩,୪୨୦

ରାମ ମନ୍ଦିର ପରେ ଶ୍ରୀକୃଷ୍ଣଙ୍କ ଜମି ପୁନରୁଦ୍ଧାର ପାଇଁ କୋର୍ଟ ପହଞ୍ଚିଲେ ଭକ୍ତ

ଏନସିବି ରାଡାରରେ କରଣ ଜୋହର, ଟ୍ୱିଟ୍ କରି କହିଲେ ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନି