ପାରସ୍-ମାହିରା ବାହା ହେଉଛନ୍ତି !

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ସରିଯାଇଛି। ତେବେ ଶୋ’ ଶେଷ ହେବା ପରେ ବି କିଛି ପ୍ରତିଯୋଗୀ ଏବେ ଲାଇମ୍‌ ଲାଇଟ୍‌ରେ ରହିଛନ୍ତି। ବିଶେଷ କରି ଶୋ’ର ବିଜେତା ସିଦ୍ଧାର୍ଥ ଶୁକ୍ଳା, ଅସୀମ ରିଆଜ, ରଶ୍ମି ଦେଶାଇ, ଶେହନାଜ୍‌ ଗିଲ୍‌ ଓ ପାରସ୍ ଛାବ୍ରା ଚର୍ଚ୍ଚାରେ ‌ଅଛନ୍ତି। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ମାହିରା ଶର୍ମା। ସୋଶାଲ୍‌ ମିଡିଆରେ ପାରସ୍‌ଙ୍କ ସହ ୱେଡିଂ ଲୁକ୍‌ରେ ତାଙ୍କ ଫଟୋ ଭାଇରାଲ୍‌ ହେଉଛି। https://www.instagram.com/p/B9HPaLOF2Ca/?utm_source=ig_web_copy_link ‘ବିଗ୍‌ ବସ୍‌’ ଘର […]

pahira

pahira

Chinmayee Roy
  • Published: Sunday, 01 March 2020
  • Updated: 01 March 2020, 02:27 PM IST

Sports

Latest News

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ସରିଯାଇଛି। ତେବେ ଶୋ’ ଶେଷ ହେବା ପରେ ବି କିଛି ପ୍ରତିଯୋଗୀ ଏବେ ଲାଇମ୍‌ ଲାଇଟ୍‌ରେ ରହିଛନ୍ତି। ବିଶେଷ କରି ଶୋ’ର ବିଜେତା ସିଦ୍ଧାର୍ଥ ଶୁକ୍ଳା, ଅସୀମ ରିଆଜ, ରଶ୍ମି ଦେଶାଇ, ଶେହନାଜ୍‌ ଗିଲ୍‌ ଓ ପାରସ୍ ଛାବ୍ରା ଚର୍ଚ୍ଚାରେ ‌ଅଛନ୍ତି। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ମାହିରା ଶର୍ମା। ସୋଶାଲ୍‌ ମିଡିଆରେ ପାରସ୍‌ଙ୍କ ସହ ୱେଡିଂ ଲୁକ୍‌ରେ ତାଙ୍କ ଫଟୋ ଭାଇରାଲ୍‌ ହେଉଛି।

https://www.instagram.com/p/B9HPaLOF2Ca/?utm_source=ig_web_copy_link

‘ବିଗ୍‌ ବସ୍‌’ ଘର ଭିତରେ ଥିବା ବେଳେ କିଛି ପ୍ରତିଯୋଗୀଙ୍କ ରିଲେଶନ୍‌ସିପ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ସେମାନଙ୍କ ଭିତରେ ପାରସ୍ ଓ ମାହିରାଙ୍କ ଯୋଡ଼ି ବି ଥିଲେ। ଥରେ ପାରସ ଖୋଲାଖୋଲି ଭାବେ କହି ଦେଇଥିଲେ ଯେ ସେ ମାହିରାଙ୍କୁ ପସନ୍ଦ କରନ୍ତି। ଏପରିକି ଏଥିପାଇଁ ସେ ତାଙ୍କ ଗର୍ଲପ୍ରେଣ୍ଡଙ୍କ ସହ ବ୍ରେକଅପ୍‌ କରିବା କଥା ମଧ୍ୟ କହିଥିଲେ। ହେଲେ ମାହିରା ନିଜ ମନର କଥାକୁ ପରିପ୍ରକାଶ କରି ନଥିଲେ। ତେବେ ବର୍ତ୍ତମାନ ତାଙ୍କର ଏହି ଫଟୋକୁ ଦେଖି ସମସ୍ତଙ୍କ ମନରେ ଆସୁଥିବ ଯେ ସେମାନେ ବୋଧହୁଏ ବାହା ହେଉଛନ୍ତି।

https://www.instagram.com/p/B9HFWzrlE1F/?utm_source=ig_web_copy_link

ବାସ୍ତବରେ ଏମାନଙ୍କର ଖୁବ୍‌ଶୀଘ୍ର ଏକ ମ୍ୟୁଜିକ୍‌ ଭିଡିଓ ଆସିବାକୁ ଯାଉଛି। ‘ବିବି’ ଘର ଭିତରେ ଦୁହିଁଙ୍କ କେମେଷ୍ଟ୍ରି ଦେଖବା ପରେ ଏମାନଙ୍କୁ ନେଇ ଏକ ରୋମାଣ୍ଟିକ୍‌ ମ୍ୟୁଜିକ୍‌ ଭିଡିଓ ତିଆରି ହେଉଛି। ଆଉ ଏହାର ଶୁଟିଂ ଶେଟ୍‌ରୁ କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ ମାହିରା ଓ ପାରସ୍‌ଙ୍କ ଭିତରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି। ଭିନ୍ନ ଭିନ୍ନ ପୋଜ୍‌ରେ ଉଭୟଙ୍କ ଫଟୋ ବେଶ୍ ସୁନ୍ଦର ଲାଗୁଛି। କ୍ରିଷ୍ଟିୟାନ୍‌ ୱେଡିଂ ଡ୍ରେସ୍‌ରେ ମାହିରା ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେପଟେ ପାରସ୍‌ ମଧ୍ୟ ଗ୍ରୀନ୍‌ ବ୍ଲାକ୍ ଓ ହ୍ୱାଇଟ୍‌ କମ୍ବିନେଶନ୍‌ରେ ବେଶ୍ ହ୍ୟାଣ୍ଡସମ ଲାଗୁଛନ୍ତି।

https://www.instagram.com/tv/B9Kpy1ngOCc/?utm_source=ig_web_copy_link

‘ବିଗ୍‌ ବସ୍‌ ୧୩’ ଘର ଭିତରେ ଏମାନଙ୍କର ଲଭ୍‌ ଅଫେୟାର୍‌ ଥିବାର ଢେର୍‌ ଚର୍ଚ୍ଚା ହୋଇଥିଲା। ହେଲେ ଘରୁ ବାହାରିବା ପରେ ପାରସ୍ ଓ ମାହିରା ଦୁହେଁ କହିଥିଲେ ଯେ ସେମାନଙ୍କ ଭିତରେ ଏବେ କେବଳ ବନ୍ଧୁତା ହିଁ ଅଛି। ପାରସ୍ ବର୍ତ୍ତମାନ କଲର୍ସ ଟିଭିର ଆଉ ଏକ ରିଆଲିଟି ଶୋ’ ‘ମୁଝ୍‌ସେ ଶାଦୀ କରୋଗେ’ର ନଜର ଆସୁଛନ୍ତି। ତାଙ୍କ ସହ ଏହି ଶୋ’ରେ ଶେହନାଜ୍ ଗିଲ୍‌ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos