Advertisment

‘ବିଗ୍‌ ବସ୍ ୧୩: ଫିନାଲେ ପୂର୍ବରୁ ଶୋ' ଛାଡ଼ିଲେ ପାରସ୍‌

ମୁମ୍ବାଇ: ୧୯ ସପ୍ତାହର ଲଢ଼େଇ ପରେ ଆଜି ‘ବିଗ୍‌ ବସ୍ ୧୩’ ଶେଷ ପର୍ଯାୟରେ ପହଞ୍ଚିଯାଇଛି। ଆଜି ଏହାର ଗ୍ରାଣ୍ଡ ଫିନାଲେ ଆଉ ଆଜି ହିଁ ଘୋଷଣା ହେବ ଶୋ’ର ବିଜେତାଙ୍କ ନାଁ। ତେବେ ଏଥର ବିଗ୍‌ ବସ୍‌ ୬ ଜଣଙ୍କୁ ଫାଇନାଲିଷ୍ଟ ଘୋଷଣା କରିଛନ୍ତି। ସେମାନେ ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା, ଆସୀମ ରିୟାଜ୍, ରଶ୍ମି ଦେଶାଇ, ଶେହେନାଜ୍ ଗିଲ୍, ପାରସ୍ ଛାବ୍ରା ଓ ଆରତି ସିଂହ। ତେବେ ବର୍ତ୍ତମାନ ଖବର ଆସିଛି ଯେ ଶୋ’ର ଫିନାଲେ […]

ଅଦ୍ୟତନ ହୋଇଛି
‘ବିଗ୍‌ ବସ୍ ୧୩: ଫିନାଲେ ପୂର୍ବରୁ ଶୋ' ଛାଡ଼ିଲେ ପାରସ୍‌

parash

Advertisment

ମୁମ୍ବାଇ: ୧୯ ସପ୍ତାହର ଲଢ଼େଇ ପରେ ଆଜି ‘ବିଗ୍‌ ବସ୍ ୧୩’ ଶେଷ ପର୍ଯାୟରେ ପହଞ୍ଚିଯାଇଛି। ଆଜି ଏହାର ଗ୍ରାଣ୍ଡ ଫିନାଲେ ଆଉ ଆଜି ହିଁ ଘୋଷଣା ହେବ ଶୋ’ର ବିଜେତାଙ୍କ ନାଁ। ତେବେ ଏଥର ବିଗ୍‌ ବସ୍‌ ୬ ଜଣଙ୍କୁ ଫାଇନାଲିଷ୍ଟ ଘୋଷଣା କରିଛନ୍ତି। ସେମାନେ ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା, ଆସୀମ ରିୟାଜ୍, ରଶ୍ମି ଦେଶାଇ, ଶେହେନାଜ୍ ଗିଲ୍, ପାରସ୍ ଛାବ୍ରା ଓ ଆରତି ସିଂହ। ତେବେ ବର୍ତ୍ତମାନ ଖବର ଆସିଛି ଯେ ଶୋ’ର ଫିନାଲେ ପୂର୍ବରୁ ପାରସ୍‌ ଶୋ’ ଛାଡ଼ିଦେଇଛନ୍ତି।

Advertisment

https://twitter.com/PrabhmanSingh08/status/1228412081436688384?s=20

ସୂଚନା ଅନୁଯାୟୀ ପାରସ ୧୦ ଲକ୍ଷ ଟଙ୍କା ନେଇ ଘରୁ ବାହାରିଯାଇଛନ୍ତି। ସବୁ ସିଜିନ୍‌ ଭଳି ଏଥର ମଧ୍ୟ ବ୍ରିଫ୍‌କେସ୍‌ରେ ୧୦ ଲକ୍ଷ ଟଙ୍କା ରଖି ସମସ୍ତଙ୍କୁ ଏକ ମଉକା ଦେଇଥିଲେ ଯେ ଏହି ଟଙ୍କା ନେଇ ସେ ଶୋ’ ଛାଡ଼ିଦିଅନ୍ତୁ। ତେବେ କୁହାଯାଉଛି ଯେ ଏହି ଟାସ୍କରେ ପାରସ ବ୍ରିଫ୍‌କେସ୍‌ ଉଠାଇଛନ୍ତି ଓ ସେ ଏବେ ଫିନାଲେ ରେସ୍‌ରୁ ବାହାରିଯାଇଛନ୍ତି। ତେବେ ଏଥିସହ ଶୋ’କୁ ୫ ଜଣ ଫାଇନାଲିଷ୍ଟ ମିଳି ଯାଇଛନ୍ତି। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ ଅସୀମ୍‌ ଏହି ଟଙ୍କା ନେଇ ଶୋ’ ଛାଡ଼ିଦେଇଛନ୍ତି। ହେଲେ ବର୍ତ୍ତମାନ ଏହା ପାରସ କରିଛନ୍ତି ବୋଲି ଜଣାପଡ଼ିଛି। ଏସବୁ ଆପଣମାନେ ଆଜି ଗ୍ରାଣ୍ଡଫିନାଲେ ଏପିସୋଡରେ ଦେଖିପାରିବେ।

https://www.instagram.com/tv/B8jBgA3gf6i/?utm_source=ig_web_copy_link

ବିବି ଘର ଭିତରେ ପାରସ ଛାବ୍ରାଙ୍କର ଧମାକେଦାର୍‌ ଏଣ୍ଟ୍ରି ହୋଇଥିଲା। ଆସିବା ଦିନ ସେ ନିଜକୁ ସଂସ୍କାରୀ ପ୍ଲେ-ବୟ କହି ଏଣ୍ଟ୍ରି କରିଥିଲେ। ଶୋ’ରେ ସେ ସମସ୍ତଙ୍କ ସହ ଭଲ ବନ୍ଧୁତା କରିଥିଲେ, ହେଲେ ତାଙ୍କର ସ୍ପେଶାଲ୍‌ ବଣ୍ଡିଂ ହୋଇଥିଲା ମାହିରା ଶର୍ମାଙ୍କ ସହ। ଦର୍ଶକଙ୍କୁ ଏମାନଙ୍କ ଯୋଡ଼ି ବେଶ୍ ପସନ୍ଦ ଆସିଥିଲା। ତାଙ୍କ ବ୍ୟତୀତ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ମଧ୍ୟ ତାଙ୍କର ଭଲ ବଣ୍ଡିଂ ରହିଥିଲା। ପାରସ ସବୁବେଳେ ନିଜ ଗେମ୍‌କୁ ଚାଣକ୍ୟ ଭଳି ଖେଳୁଥିଲେ। ଭିନ୍ନ ଭିନ୍ନ  ପ୍ଲାନ୍‌ ବନାଇ ସମସ୍ତଙ୍କୁ ଧୂଳି ଚଟାଇବାରେ ସେ ମାହିର୍‌। ତେଣୁ ତାଙ୍କୁ ଏହ ସିଜିନ୍‌ର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ କୁହାଯାଏ। ତେବେ କୁହାଯାଉଛି ଯେ ପାରସ ଜାଣିସାରିଥିଲେ ଯେ ସିଦ୍ଧାର୍ଥ ହିଁ ୱିନର୍‌ ହେବେ। ତେଣୁ ସେ ହାରିଯାଇ ଖାଲି ହାତରେ ଯିବା ଅପେକ୍ଷା ୧୦ ଲକ୍ଷ ଟଙ୍କା ନେଇ ଶୋ’ ଛାଡିବା ଭଲ ବୋଲି ଭାବି ଏହି ନିଷ୍ପତ୍ତି ନେଇଛନ୍ତି।

Advertisment

https://www.instagram.com/p/B4usRmPBiNG/?utm_source=ig_web_copy_link

ଆଜି ଫିନାଲେରେ ଲଢ଼ିବେ ଟପ୍‌ ୫। ଆଉ ଜଣାପଡ଼ିବ ଯେ ସିଦ୍ଧାର୍ଥ ଶୁକ୍ଳା, ଆସୀମ ରିୟାଜ୍, ରଶ୍ମି ଦେଶାଇ, ଶେହେନାଜ୍ ଗିଲ୍ଲ୍ ଓ ଆରତି ସିଂହ ଏହି ୫ ଜଣ ସଦସ୍ୟଙ୍କ ଭିତରୁ କିଏ ମାରିବ ବାଜି। କିଏ ହେବ ‘ବିଗ୍‌ ବସ୍‌ ୧୩’ର ବିଜେତା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe