Advertisment

ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ପରେଶ ରାୱଲଙ୍କ ପୁଅ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ପରେଶ ରାୱଲ୍ ନିଜର ଅଭିନୟ ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ବର୍ତ୍ତମାନ ତାଙ୍କ ପୁଅ ଆଦିତ୍ୟ ରାୱଲ୍ ଫିଲ୍ମି ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଦିତ୍ୟ Ze5 ର ଫିଲ୍ମ ‘ବମଫାଡ଼୍’ରେ ଅଭିନୟ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି। Mohabbat naseeb hai sirf unko, jinki aashiqi hai #Bamfaad. How excited are you to see the Hindi […]

author-image
Chinmayee Roy
ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ପରେଶ ରାୱଲଙ୍କ ପୁଅ

paresh-rawal

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ପରେଶ ରାୱଲ୍ ନିଜର ଅଭିନୟ ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ବର୍ତ୍ତମାନ ତାଙ୍କ ପୁଅ ଆଦିତ୍ୟ ରାୱଲ୍ ଫିଲ୍ମି ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଦିତ୍ୟ Ze5 ର ଫିଲ୍ମ ‘ବମଫାଡ଼୍’ରେ ଅଭିନୟ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି।

Advertisment

https://twitter.com/ZEE5Premium/status/1247050200985694208?s=20

ଫିଲ୍ମର ଟ୍ରେଲର୍ ବେଶ୍ ଭଲ ହୋଇଛି। ଫିଲ୍ମରେ ଆଦିତ୍ୟ ଏକଦମ୍ ତାଙ୍କ ପିତାଙ୍କ ଯୁବାବସ୍ଥା ଭଳି ଲାଗୁଛନ୍ତି। ହେଲେ ତାଙ୍କ କାମ ପରେଶ ରାୱଲଙ୍କ ପରି ଭଲ କି ନାହିଁ  ତାହା ଦେଖିବା ବେଶ ମଜାଦାର ହେବ। ଆଦିତ୍ୟଙ୍କ ସହ ଅଭିନେତ୍ରୀ ଶାଳିନୀ ପାଣ୍ଡେ ମଧ୍ୟ ଏହି ଫିଲ୍ମ ଜରିଆରେ ଡେବ୍ୟୁ କରୁଛନ୍ତି। ଫିଲ୍ମର କାହାଣୀ ଆହ୍ଲାବାଦର ଏକ ଗାଁର ଲଭଷ୍ଟୋରିକୁ ନେଇ ତିଆରି ହୋଇଛି। ଟ୍ରେଲରରେ ଏକ ରୋମାଣ୍ଟିକ୍ ଗୀତ ମଧ୍ୟ ଶୁଣିବାକୁ ମିଳୁଛି, ଯାହାକି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।

ଏହି ଫିଲ୍ମରେ ଆଦିତ୍ୟ ଏବଂ ଶାଳିନୀଙ୍କ ବ୍ୟତୀତ ‘ଗଲି ବୟ’ ଅଭିନେତା ବିଜୟ ବର୍ମା ଏବଂ ‘ସାକ୍ରେଡ୍ ଗେମ୍ସ’ ଅଭିନେତା ଜତିନ୍ ସରନା ମଧ୍ୟ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରଂଜନ ଚଦେଲ୍। ତେବେ ଏହି ଟ୍ରେଲରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢ଼ିଯାଇଛି।

Advertisment