p11
ନୂଆଦିଲ୍ଲୀ: ଗଲୱାନରେ ୨୦ ଜଣ ଭାରତୀୟ ଯବାନ ସହିଦ୍ ହେବା ପରେ ଭାରତରେ ଚାଇନା ଜିନିଷକୁ ବହିଷ୍କାର କରିବା ପାଇଁ ଦାବି ଜୋର୍ ଧରିଛି। ତେଣୁ ଏହାକୁ ନେଇ ବଲିଉଡ୍ ଅଭିନେତା ତଥା ବିଜେପିର ପୂର୍ବ ସାଂସଦ ପରେଶ ରାୱଲ ସୋଶାଲ ମିଡିଆରେ ଏକ ଟ୍ୱିଟ୍ କରିଛନ୍ତି, ଯାହା ଭାଇରାଲ୍ ହେବାରେ ଲାଗିଛି।
ଏହି ଟ୍ୱିଟ୍ ଜରିଆରେ ପରେଶ ବିଭିନ୍ନ ଇ-କମର୍ସ କମ୍ପାନୀଙ୍କୁ ଚାଇନା ପ୍ରଡକ୍ଚ ବିକ୍ରି କରୁଥିଲେ ଡିସ୍କ୍ଲାଇମର୍ ବା ଏହା କେଉଁଠାରେ ତିଆରି ହୋଇଛି, ତାହା ଉଲ୍ଲେଖ କରିବାକୁ କହିଛନ୍ତି। ପରେଶ ଟ୍ୱିଟ୍ରେ ଲେଖିଛନ୍ତି, ‘ହେଲୋ, ଆମାଜନ୍, ଫ୍ଲିପ୍କାର୍ଟ, ସ୍ନାପଡିଲ୍ ଓ ବିଭିନ୍ନ ଅନଲାଇନ୍ କମ୍ପାନୀ, ଯଦି ଆପଣ ଚାଇନା ଉତ୍ପାଦିତ ଦ୍ରବ୍ୟ ବିକ୍ରି କରୁଛନ୍ତି, ତେବେ ଦୟାକରି ସେହି ଜିନିଷ ଉପରେ ଡିସ୍କ୍ଲାଇମର୍ ଲଗାନ୍ତୁ। ଆପଣଙ୍କର ଜଣେ ଗ୍ରାହକ ହୋଇଥିବାରୁ ମୁଁ ଏହା ଜାଣିବାକୁ ଚାହୁଁଛି ଯେ ଯାହାକୁ ମୁଁ କିଣୁଛି, ତାହା କେଉଁ ସ୍ଥାନରୁ ଆସିଛି। ’
ପରେଶଙ୍କର ଏହି ଟ୍ୱିଟ୍କୁ ସମର୍ଥନ କରି ୟୁଜର୍ ୩୧ ହଜାରରୁ ଅଧିକ ରିଟ୍ୱିଟ୍ ହୋଇସାରିଲାଣି। ଏହା ବ୍ୟତୀତ ଏହି ଟ୍ୱିଟକୁ ୮୭ ହଜାରରୁ ଅଧିକ ଲୋକ ଲାଇକ୍ ଏବଂ ୩ ହଜାରରୁ ଅଧିକ ରିପ୍ଲାଏ ମିଳିସାରିଛି। ଏହି ଟ୍ୱିଟରେ ପରେଶ ରାୱଲ #BoycottChineseProducts ନାମରେ ହାସ୍ଟାଗ୍ ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଭାରତୀ-ଚୀନ୍ ସୀମା ବିବାଦ ଆରମ୍ଭରୁ ହିଁ ସୋଶାଲ ମିଡିଆରେ ଚାଇନା ଦ୍ରବ୍ୟକୁ ବୟକଟ୍ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏହା ପୂର୍ବରୁ ଆଉ କିଛି ସେଲେବ୍ରିଟି ଚାଇନା ଜିନିଷକୁ ବୟକଟ୍ କରିବା ପାଇଁ ଫ୍ୟାନମାନଙ୍କୁ ଅନୁରୋଧ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/p11-1.jpg)