Advertisment

ଆସିବ କଲାମ୍‌ଙ୍କ ବାୟୋପିକ୍

ମୁମ୍ବାଇ: ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ୍‌ ବେଶି ଭଲ ଲାଗୁଛି। ସେହିଭଳି ଏଗୁଡ଼ିକ ବକ୍ସ ଅଫିସ୍‌ରେ ଭଲ ଆୟ ମଧ୍ୟ କରୁଛନ୍ତି। ବିଶେଷ କରି ରାଜନେତା, ସଂଗ୍ରାମୀ ଓ ଖେଳାଳିଙ୍କ ବାୟୋପିକ୍‌ ଗୁଡ଼ିକ ହେଉଛି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ତିଆରି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଆଗକୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଉପରେ ଏକ ଫିଲ୍ମ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଆସିବ କଲାମ୍‌ଙ୍କ ବାୟୋପିକ୍

kalam

ମୁମ୍ବାଇ: ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ୍‌ ବେଶି ଭଲ ଲାଗୁଛି। ସେହିଭଳି ଏଗୁଡ଼ିକ ବକ୍ସ ଅଫିସ୍‌ରେ ଭଲ ଆୟ ମଧ୍ୟ କରୁଛନ୍ତି। ବିଶେଷ କରି ରାଜନେତା, ସଂଗ୍ରାମୀ ଓ ଖେଳାଳିଙ୍କ ବାୟୋପିକ୍‌ ଗୁଡ଼ିକ ହେଉଛି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ତିଆରି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଆଗକୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଉପରେ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ସେହିଭଳି ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ଜୀବନକୁ ନେଇ ବି ଏକ ଫିଲ୍ମ ହେବାକୁ ଥିବା ବେଳେ ଏବେ ଖବର ଆସିଛି ଯେ ଭାରତର ମିଶାଇଲ୍‌ ମ୍ୟାନ୍‌ ତଥା ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍‌ କଲାମ୍‌ଙ୍କ ଉପରେ ଏକ ବାୟୋପିକ୍ ତିଆରି ହେବ।

Advertisment

https://twitter.com/imjytk/status/1213395286883614721

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ପରେଶ ରାୱଲ୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। କଲାମଙ୍କ ବାୟୋପିକ୍‌ରେ ସେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ବୋଲି ଜଣାଇଛନ୍ତି। ସେ କଲାମ୍‌ଙ୍କର ଏକ ଫଟୋ ଶେଆର୍‌ କରି ଲେଖିଛନ୍ତି, “ମୋ ମତରେ ସେ ସନ୍ଥ କଲାମ ଥିଲେ। ମୁଁ ବହୁତ ଭାଗ୍ୟଶାଳୀ ଯେ ମୋତେ କଲାମ୍‌ ସାହେବଙ୍କ ବାୟୋପିକ୍‌ରେ ତାଙ୍କରି ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି।”

https://twitter.com/TheShilpaShetty/status/1209355095172759552

ଏହା ପୂର୍ବରୁ ପରେଶ ରାୱଲ୍  ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାଙ୍କ ଫିଲ୍ମ ଆସିବା ପୂର୍ବରୁ ହିଁ ବିବେକ୍‌ ଓବରୟଙ୍କ ଅଭିନୀତ ‘ପିଏମ୍‌ ନରେନ୍ଦ୍ର ମୋଦି’ ପରଦାକୁ ଆସିଯାଇଥିଲା। ତେଣୁ ତାଙ୍କ ଫିଲ୍ମ ବନ୍ଦ ହୋଇଯାଇଥିଲା। ପରେଶ ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିଛନ୍ତି। ପ୍ରାୟ ସବୁ ଫିଲ୍ମରେ ସେ ଭିନ୍ନ ଭିନ୍ନ  ଅନ୍ଦାଜରେ ପରଦାକୁ ଆସିଛନ୍ତି। ଆଗକୁ ସେ ‘ହଙ୍ଗାମା ୨ ରେ’ ନଜର ଆସିବେ। ଏହି ଫିଲ୍ମଟି ହେଉଛି ୨୦୦୩ରେ ଆସିଥିବା କମେଡି ଫିଲ୍ମ ‘ହଙ୍ଗାମା’ର ସିକ୍ୱେଲ୍। ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଗଲାଣି।  ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଶିଳ୍ପା ଶେଟ୍ଟୀ, ମିଜାନ୍‌ ଜାଫ୍ରି ଓ ପ୍ରଣୀତା ସୁଭାଷ ମୂଖ୍ୟ ଭୂମିକାରେ ନଜର ଆସିବେ।

Advertisment