Advertisment

ପୁଣିଥରେ ଏକାଠି ହେଲେ ପରିନୀତି ଓ ଅର୍ଜୁନ

ମୁମ୍ବାଇ: ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି ଅପକମିଙ୍ଗ ଫିଲ୍ମ ‘ସନ୍ଦୀପ ଓର୍‌ ପିଙ୍କି ଫେରାର’ର ଟ୍ରେଲର୍। ଆସନ୍ତା ୨୦ ତାରିଖରେ ପରଦାକୁ ଆସିବାକୁ ଥିବା ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଟପ୍‌ ଫାଇଭ୍‌ ଟ୍ରେଣ୍ଡରେ ସାମିଲ୍ ହୋଇଛି। ଟ୍ରେଲର ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। ଫିଲ୍ମର ଟ୍ରେଲର୍‌ରେ ପରିନୀତିଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ତାଙ୍କ କ୍ୟାରେକ୍ଟର ବେଶ୍ ଦମ୍‌ଦାର୍‌ ରହିଛି। ଅନ୍ୟପଟେ […]

ପୁଣିଥରେ ଏକାଠି ହେଲେ ପରିନୀତି ଓ ଅର୍ଜୁନ

arjun-pari

Advertisment

ମୁମ୍ବାଇ: ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି ଅପକମିଙ୍ଗ ଫିଲ୍ମ ‘ସନ୍ଦୀପ ଓର୍‌ ପିଙ୍କି ଫେରାର’ର ଟ୍ରେଲର୍। ଆସନ୍ତା ୨୦ ତାରିଖରେ ପରଦାକୁ ଆସିବାକୁ ଥିବା ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଟପ୍‌ ଫାଇଭ୍‌ ଟ୍ରେଣ୍ଡରେ ସାମିଲ୍ ହୋଇଛି। ଟ୍ରେଲର ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।

Advertisment

ଫିଲ୍ମର ଟ୍ରେଲର୍‌ରେ ପରିନୀତିଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ତାଙ୍କ କ୍ୟାରେକ୍ଟର ବେଶ୍ ଦମ୍‌ଦାର୍‌ ରହିଛି। ଅନ୍ୟପଟେ ଅର୍ଜୁନ୍‌ ପୂରା ଇଣ୍ଟେନ୍ସ କ୍ୟାରେକ୍ଟର (ଚିନ୍ତନଶୀଳ ବ୍ୟକ୍ତିବିଶେଷ) ନଜର ଆସିଛନ୍ତି। ଏହି ଫିଲ୍ମରେ ଆପଣ ପରିନୀତିଙ୍କୁ ଭିନ୍ନ ଭିନ୍ନ ଗୂପରେ ଦେଖିବାକୁ ପାଇବେ। ଫିଲ୍ମରେ ବହୁତ ସସପେନ୍ସ ରହିଥିବା ଟ୍ରେଲରରୁ ଅନୁମାନ କରାଯାଉଛି। ଏଥିରେ କମେଡିର ତଡ଼କା ମଧ୍ୟ ଲାଗିଛି।  ଟ୍ରେଲର୍‌ ଦେଖିବା ପରେ ଦର୍ଶକଙ୍କ ଭିତରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିଯାଇଛି।

‘ସନ୍ଦୀପ ଓର୍‌ ପିଙ୍କି ଫେରାର’ ଜରିଆରେ ପୁଣିଥରେ ଏକାଠି ନଜର ଆସିଛନ୍ତି ପରିନୀତି ଚୋପ୍ରା ଓ ଅର୍ଜୁନ କପୁର।  ଏହା ପୂର୍ବରୁ ଏମାନେ ‘ନମସ୍ତେ ଇଂଲଣ୍ଡ’ ମୁଭିରେ ଏକାଠି ନଜର ଆସିଥିଲେ। ଏହି ଦୁଇ ଷ୍ଟାରଙ୍କ ସହ ରଘୁବୀର ଯାଦବ ଓ ନିନା ଗୁପ୍ତାଙ୍କୁ ମଧ୍ୟ ସିନେମାରେ ଦେଖିବାକୁ ମିଳିବ। ଫିଲ୍ମଟି ହେଉଛି ଏକ ସସ୍‌ପେନ୍ସ ଥ୍ରୀଲର, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଦିବାକର ବାନାର୍ଜୀ। ଫିଲ୍ମଟି ମାର୍ଚ୍ଚ ୨୦ ତାରିଖରେ ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe