Advertisment

ନିର୍ବନ୍ଧରେ ପୂରା କ୍ଲୋଜ୍ ହେଲେ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା, ଫଟୋ ଛାଡ଼ିଲେ

ଧୁମଧାମରେ ହୋଇଛି ଆମ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢାଙ୍କ ସହ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ।

Parineeti Chopra and Raghav Chadha get engaged

Parineeti Chopra and Raghav Chadha get engaged

Advertisment

ଧୁମଧାମରେ ହୋଇଛି ଆମ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢାଙ୍କ ସହ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ। ସାତ ଜନ୍ମର ସାଥି ହେବା ପୂର୍ବରୁ ନିର୍ବନ୍ଧ କାର୍ଯ୍ୟକ୍ରମକୁ ବେଶ ଆଡ଼ମ୍ବର ସହ ଆୟୋଜନ କରିଛନ୍ତି ଏ ସେଲିବ୍ରିଟି କପଲ। ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହୋଇଛି। ଯାହା ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି ରାଘବ। ଯେଉଁଥିରେ ଉଭୟଙ୍କୁ ଖୁବ୍ କ୍ଲୋଜ୍ ଦେଖିବାକୁ ମିଳିଛି।

Advertisment

ନିର୍ବନ୍ଧ ପାଇଁ ରାଘବଙ୍କ ଘର ଓ ବାହାରେ ଆକର୍ଷଣୀୟ ସାଜସଜ୍ଜା ହୋଇଛି। ତାସହ ରାଘବ ଚଢାଙ୍କ ସରକାରୀ ବାସଭବନକୁ ଆଲୋକ ଏବଂ ଫୁଲରେ ସଜ୍ଜା ଯାଇଛି। ସନ୍ଧ୍ୟାରେ ଏହି ଉତ୍ସବ ହୋଇଥିଲା।

ନିର୍ବନ୍ଧରେ ପରିଣୀତି ପିନ୍ଧିଥିବା ଲେହେଙ୍ଗାକୁ ଡିଜାଇନ କରିଛନ୍ତି ଖ୍ୟାତନାମା ଡିଜାଇନର ମନୀଷ ମାଲହୋତ୍ରା। ସେହିପରି ରାଘବ ଚଢା ଅଚକନ ପରିଧାନ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଯେଉଁଥିରେ ପରିବାର, ବନ୍ଧୁବାନ୍ଧବଙ୍କ ସମେତ କିଛି ଖାସ୍ ଅତିଥି ଅଛନ୍ତି। ଏଥିରେ ଅତିଥି ଭାବେ ଯୋଗଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱତ ମନଙ୍କ ସହ ଅନେକ ସେଲିବ୍ରିଟି । ସେପଟେ ପରିଣୀତି-ରାଘବଙ୍କ ନିର୍ବନ୍ଧରେ ଯୋଗଦେଇଛନ୍ତି ପ୍ରିୟଙ୍କା ଚୋପ୍ରା।

Advertisment

୨୦୧୨ରେ ଆପରେ ଯୋଗଦେଇଥିଲେ ରାଘବ। ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ସେହିପରି ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ପରିଣିତୀଙ୍କ ପରିଚିତି ରହିଛି। କଲେଜ ବେଳଠୁ ଅଭିନେତ୍ରୀ ପରିନୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ପରସ୍ପରଙ୍କୁ ଜାଣିଛନ୍ତି। ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଉଭୟ ହେଉଛନ୍ତି ଛାତ୍ର।

Love Story Parineeti Chopra Raghav Chadha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe