Advertisment

କିଏ କଲା ପରିଣିତିଙ୍କ ଏଭଳି ଦଶା?

ମୁମ୍ବାଇ: ମୁଣ୍ଡରେ ଶକ୍ତ ଆଘାତ ଲାଗିଛି, ରକ୍ତ ବୋହୁଛି । ମନେ ହେଉଛି କେହି ଜଣେ ଯେମତି ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ ସେ ଟ୍ରେନ ଭିତରେ ଏପଟ ସେପଟ ଦୌଡୁଛନ୍ତି ମଧ୍ୟ। କାହାଠାରୁ ବଞ୍ଚିବା ପାଇଁ ନା ନିଜକୁ ବଞ୍ଚାଇବା ପାଇଁ, କିଛି ଜଣାପଡୁନି। ଅପକମିଂ ବଲିଉଡ ଫିଲ୍ମ ‘ଦ ଗାର୍ଲ ଅନ୍ ଟ୍ରେନ୍’ରେ ରିଲିଜ ହୋଇଥିବା ଟିଜରରେ ଦେଖିବାକୁ ମିଳିଛି ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ କିଛି […]

କିଏ କଲା ପରିଣିତିଙ୍କ ଏଭଳି ଦଶା?

pariniti

Advertisment

ମୁମ୍ବାଇ: ମୁଣ୍ଡରେ ଶକ୍ତ ଆଘାତ ଲାଗିଛି, ରକ୍ତ ବୋହୁଛି । ମନେ ହେଉଛି କେହି ଜଣେ ଯେମତି ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ ସେ ଟ୍ରେନ ଭିତରେ ଏପଟ ସେପଟ ଦୌଡୁଛନ୍ତି ମଧ୍ୟ। କାହାଠାରୁ ବଞ୍ଚିବା ପାଇଁ ନା ନିଜକୁ ବଞ୍ଚାଇବା ପାଇଁ, କିଛି ଜଣାପଡୁନି।

Advertisment

ଅପକମିଂ ବଲିଉଡ ଫିଲ୍ମ ‘ଦ ଗାର୍ଲ ଅନ୍ ଟ୍ରେନ୍’ରେ ରିଲିଜ ହୋଇଥିବା ଟିଜରରେ ଦେଖିବାକୁ ମିଳିଛି ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ କିଛି ଏଭଳି ଦୃଶ୍ୟ। ସସପେନ୍ସ ଥ୍ରୀଲରରେ ଭରପୁର ଏହି ଫିଲ୍ମର ଲିଡ ରୋଲରେ ପରଣିତି ଚୋପ୍ରା ଥିବା ବେଳେ ତାଙ୍କ ଅପୋଜିଟରେ ଅଭିନାଶ ତିୱାର, କ୍ରିତି କୁଲ୍ଲାଡି ଓ ଅଦିତି ରାଓ ହେଦରୀ ଅଛନ୍ତି। ରିଭୁ ଦାସଗୁପ୍ତାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ପଲ ହକିଂସଙ୍କ ‘ଦ ଗାର୍ଲ ଅନ୍ ଟ୍ରେନ’ ଇଂରାଜୀ ନୋବେଲ ଉପରେ ଆଧାରିତ।

ଫିଲ୍ମର ଟିଜର୍ ଦର୍ଶକଙ୍କ ମନରେ ଉତ୍ସୁକତା ଭରି ଦେଇଛି। ନେଟଫ୍ଲିକ୍ସ ଏହି ଫିଲ୍ମର ଟିଜର ରିଲିଜ କରି ଲେଖିଛି, ‘ଅତୀତ ହିଁ ଭବିଷ୍ୟତକୁ ବଞ୍ଚାଇ ପାରିବ’। ଟିଜର ସହ ପରିଣୀତି ଚୋପ୍ରା ଫିଲ୍ମର ଏକ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି। ପୋଷ୍ଟରରେ ପରିଣିତିଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି, ଯାହା ଲୋକଙ୍କ ମନରେ ଆହୁରି ସସପେନ୍ସ ସୃଷ୍ଟି କରୁଛି।

ଏହି ଫିଲ୍ମର ସୁଟିଂ ଗତ ବର୍ଷ ଶେଷ ହୋଇଯାଇଥିଲା। ପୂର୍ବରୁ ଏହି ଫିଲ୍ମ ୨୦୨୦ ମେ’ ୮ ତାରିଖରେ ରିଲିଜ ହେବାକୁଥିଲା। କିନ୍ତୁ ଲକଡାଉନ ପାଇଁ ଏହା ସିନେମା ଘରେ ରିଲିଜ ହୋଇପାରି ନଥିଲା। ପରିଣୀତି ଚୋପ୍ରାଙ୍କ ଏହି ଫିଲ୍ମ ସିନେମାଘର ପରିବର୍ତ୍ତେ ଏବେ ନେଟଫ୍ଲିକ୍ସରେ ରିଲିଜ୍ ହେବ।ଆସନ୍ତା ଫେବୃଆରୀ ୨୬ ଫିଲ୍ମଟି ପରଦାକୁ ଆସିବ।

Advertisment
Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe