Advertisment

ବାଦ୍ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକତା ଇଣ୍ଟନନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲରୁ ବାଦ୍ ପଡ଼ିଲା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’। ନଭେମ୍ବର ୮ରୁ ୧୫ ଯାଏ ଚାଲିବାକୁ ଥିବା ଏ ଫିଲ୍ମ ଫେଷ୍ଟିଭାଲ୍‌ ପାଇଁ  ପୂର୍ବରୁ ‘ପାଟଣାଗଡ଼’କୁ  ମନୋନୀତ କରାଯାଇଥିଲା। ତେବେ ହଠାତ ୨ ଦିନ ତଳେ ଫିଲ୍ମଟି ଏଠାରେ ସ୍କ୍ରିନିଂ ହେବ ନାହିଁ ବୋଲି ପ୍ରଯୋଜକଙ୍କୁ ଉତ୍ସବର ଆୟୋଜକମାନେ ଜଣାଇଥିଲେ। ଆଉ ତା’ ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଫିଲ୍ମକୁ […]

ବାଦ୍ ପଡ଼ିଲା ‘ପାଟଣାଗଡ଼’

p

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକତା ଇଣ୍ଟନନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲରୁ ବାଦ୍ ପଡ଼ିଲା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’। ନଭେମ୍ବର ୮ରୁ ୧୫ ଯାଏ ଚାଲିବାକୁ ଥିବା ଏ ଫିଲ୍ମ ଫେଷ୍ଟିଭାଲ୍‌ ପାଇଁ  ପୂର୍ବରୁ ‘ପାଟଣାଗଡ଼’କୁ  ମନୋନୀତ କରାଯାଇଥିଲା। ତେବେ ହଠାତ ୨ ଦିନ ତଳେ ଫିଲ୍ମଟି ଏଠାରେ ସ୍କ୍ରିନିଂ ହେବ ନାହିଁ ବୋଲି ପ୍ରଯୋଜକଙ୍କୁ ଉତ୍ସବର ଆୟୋଜକମାନେ ଜଣାଇଥିଲେ। ଆଉ ତା’ ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଫିଲ୍ମକୁ ନେଇ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଆଯୋଜକଙ୍କୁ ଲିଗାଲ୍ ନୋଟିସ୍‌ ପଠାଯାଇଥିବାରୁ କୌଣସି ବିବାଦୀୟ ପରିସ୍ଥିତି ଉପୁଜିବାର ଆଶଙ୍କା କରି ଫିଲ୍ମଟିକୁ ଏହି ଫେଷ୍ଟିଭାଲରୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜକଙ୍କ ଏ ନିଷ୍ପତ୍ତିକୁ ଫିଲ୍ମର ପ୍ରଯୋଜକ ଓ କଳାକାର ପ୍ରତିବାଦ କରିଥିବା ବେଳେ ଫିଲ୍ମ ସମୀକ୍ଷକମାନେ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe