Advertisment

‘ପାନିପଥ’କୁ  ପଛରେ ପକାଇଲା ‘ପତି ପତ୍ନୀ ଔର୍ ୱ’

ମୁମ୍ବାଇ: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି  କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡ୍ନେକର୍, ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ପତି ପତ୍ନୀ ଔର୍ ୱ’।  ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନିପଥ’କୁ ପଛରେ ପକାଇ  ଏହି ଫିଲ୍ମଟି ପ୍ରଥମ ଦିନରେ ୯.୧୦ କୋଟି ଟଙ୍କା ଆୟ କରିଛି। ଗତକାଲି ଏହି ଦୁଇଟିଯାକ ଫିଲ୍ମ ଏକା ସାଙ୍ଗରେ  ରିଲିଜ୍‌ ହୋଇଥିଲା https://www.instagram.com/p/B5xLlWrAv2D/?utm_source=ig_web_copy_link ୧୯୭୮ ମସିହାରେ ରିଲିଜ୍‌ ହେଇଥିବା ସଞ୍ଜୀବ କପୁର, ବିଦ୍ୟା ସିହ୍ନା, ରଞ୍ଜିତା, ଋଷି କପୁର, ନିତୁ ସିଂହ ଓ […]

author-image
Chinmayee Roy
ଅଦ୍ୟତନ ହୋଇଛି
‘ପାନିପଥ’କୁ  ପଛରେ ପକାଇଲା ‘ପତି ପତ୍ନୀ ଔର୍ ୱ’

pati

ମୁମ୍ବାଇ: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି  କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡ୍ନେକର୍, ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ପତି ପତ୍ନୀ ଔର୍ ୱ’।  ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନିପଥ’କୁ ପଛରେ ପକାଇ  ଏହି ଫିଲ୍ମଟି ପ୍ରଥମ ଦିନରେ ୯.୧୦ କୋଟି ଟଙ୍କା ଆୟ କରିଛି। ଗତକାଲି ଏହି ଦୁଇଟିଯାକ ଫିଲ୍ମ ଏକା ସାଙ୍ଗରେ  ରିଲିଜ୍‌ ହୋଇଥିଲା

Advertisment

https://www.instagram.com/p/B5xLlWrAv2D/?utm_source=ig_web_copy_link

୧୯୭୮ ମସିହାରେ ରିଲିଜ୍‌ ହେଇଥିବା ସଞ୍ଜୀବ କପୁର, ବିଦ୍ୟା ସିହ୍ନା, ରଞ୍ଜିତା, ଋଷି କପୁର, ନିତୁ ସିଂହ ଓ ପରବିନ ବାବିଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର୍ ୱ’ର ଏହା ରିମେକ୍ ଭର୍ସନ। ଫିଲ୍ମରେ ମନୋରଞ୍ଜନର ପୂରା ତଡ଼୍‌କା ଦେବାକୁ ଚେଷ୍ଟା କରାଯାଇଛି। କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡ୍ନେକର୍, ଅନନ୍ୟା ପାଣ୍ଡେଙ୍କ ସହିତ ଅପାର ଶକ୍ତି ଖୁରାନା ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

https://twitter.com/taran_adarsh/status/1202276719589068800?s=20

ଏହି  ଫିଲ୍ମଟି ପରକୀୟା ପ୍ରୀତି ଉପରେ ଆଧାରିତ ହୋଇଛି। ତେବେ ଫିଲ୍ମର  ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।  ଫିଲ୍ମର ନିର୍ଦ୍ଦେଶନା ମୁଦାସର୍ ଅଜିଜ୍ ଦେଇଛନ୍ତି।

Advertisment

https://www.instagram.com/p/B5Fe6PaAOPX/?utm_source=ig_web_copy_link