ରିଲିଜ୍‌ ହେଲା ‘ଅଖିଓଁ ସେ ଗୋଲିମାରେ’ର ନୂଆ ଭର୍ସନ

ମୁମ୍ବାଇ: ଅପକମିଙ୍ଗ୍ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ଆଉ ଏକ  ଧମାକେଦାର୍ ଗୀତ ରିଲିଜ୍ ହୋଇଯାଇଛି। ଗୀତଟିର ନାଁ ହେଉଛି ‘ଅଖିଓଁ ସେ ଗୋଲିମାରେ’। ଗୀତରେ କାର୍ତ୍ତିକ ଆର୍ଯ୍ୟନ୍, ଭୂମି ପେଡନେକର୍ ଓ ଅନନ୍ୟା ପାଣ୍ଡେଙ୍କ ସହିତ ପାର୍ଟି ଡାନ୍ସ କରୁଥିବା ନଜର ‌ଆସିଛନ୍ତି। ଗୀତରେ କାର୍ତ୍ତିକ ବେଶ୍ କୁଲ୍ ଓ ଷ୍ଟାଇଲିସ୍ ନଜର ଆସୁଥିବାବେଳେ ଭୂମି ଓ ଅନନ୍ୟା ବେଶ୍ ହଟ୍‌ ଆଣ୍ଡ ବୋଲ୍ଡ ଲାଗୁଛନ୍ତି। ସବିର୍ ଅହମ୍ମଦଙ୍କ ଦ୍ୱାରା ଲେଖା ହେଇଥିବା ଏହି […]

song

song

Chinmayee Roy
  • Published: Thursday, 21 November 2019
  • Updated: 21 November 2019, 01:38 PM IST

Sports

Latest News

ମୁମ୍ବାଇ: ଅପକମିଙ୍ଗ୍ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ଆଉ ଏକ  ଧମାକେଦାର୍ ଗୀତ ରିଲିଜ୍ ହୋଇଯାଇଛି। ଗୀତଟିର ନାଁ ହେଉଛି ‘ଅଖିଓଁ ସେ ଗୋଲିମାରେ’। ଗୀତରେ କାର୍ତ୍ତିକ ଆର୍ଯ୍ୟନ୍, ଭୂମି ପେଡନେକର୍ ଓ ଅନନ୍ୟା ପାଣ୍ଡେଙ୍କ ସହିତ ପାର୍ଟି ଡାନ୍ସ କରୁଥିବା ନଜର ‌ଆସିଛନ୍ତି।

ଗୀତରେ କାର୍ତ୍ତିକ ବେଶ୍ କୁଲ୍ ଓ ଷ୍ଟାଇଲିସ୍ ନଜର ଆସୁଥିବାବେଳେ ଭୂମି ଓ ଅନନ୍ୟା ବେଶ୍ ହଟ୍‌ ଆଣ୍ଡ ବୋଲ୍ଡ ଲାଗୁଛନ୍ତି। ସବିର୍ ଅହମ୍ମଦଙ୍କ ଦ୍ୱାରା ଲେଖା ହେଇଥିବା ଏହି ଗୀତଟିକୁ ତନିଷ୍କ ବାଗଚ୍ଚି କମ୍ପୋଜ୍ କରିଥିବାବେଳେ ମିକ୍କା ସିଂହ ଓ ତୁଲସୀ କୁମାର ‌ଏହାକୁ ଗାଇଛନ୍ତି। ଗୀତଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ରିଲିଜ୍‌ ହେବାର ମାତ୍ର କିଛି ସମୟ ଭିତରେ ହିଁ ଏହା ଭାଇରାଲ୍‌ ହୋଇଯାଇଥିଲା। ଏବେ ପର୍ଯ୍ୟନ୍ତ ଏହାକୁ ୧ କୋଟିରୁ ଅଧିକ ଥର ଦେଖାସରିଲାଣି। ଗୀତଟି ବର୍ତ୍ତମାନ ଟପ୍‌ ଟ୍ରେଣ୍ଡିଂରେ ରହିଛି।

https://www.instagram.com/p/B5DfIoGAmP-/?utm_source=ig_web_copy_link

https://www.instagram.com/p/B3q1hqwDqyj/?utm_source=ig_web_copy_link

୯୦ ଦଶକରେ ହଲ୍‌ଚଲ୍ କରିଦେଇଥିବା ‘ଦୁଲ୍‌ହେ ରାଜା’ ଫିଲ୍ମର ଏହି ଗୀତକୁ ପୁଣିଥରେ ଏକ ଭିନ୍ନ ଅନ୍ଦାଜରେ ଦର୍ଶକକୁ ଭେଟି ଦିଆଯାଇଛି  ଗୋବିନ୍ଦା ଓ ରବିନା ଟଣ୍ଡନଙ୍କ ଏହି ଗୀତକୁ ସେତେବେଳେ ମଧ୍ୟ ବେଶ୍ ପସନ୍ଦ କରାଯାଇଥିଲା।

https://www.instagram.com/p/B3tenSMpOUE/?utm_source=ig_web_copy_link

ସୂଚନାଯୋଗ୍ୟ, ୧୯୭୮ ମସିହାରେ ଆସିଥିବା ବି.ଆର୍ ଚୋପ୍ରାଙ୍କ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ଏହା ରିମେକ୍ ଫିଲ୍ମ। ଯେଉଁଥିରେ ଲିଡ୍ ରୋଲ୍‌ରେ କାର୍ତ୍ତିକ୍ ଆର୍ଯ୍ୟନ୍, ଭୂମି ପେଡନେକର୍ ଓ ଅନନ୍ୟା ପାଣ୍ଡେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଫିଲ୍ମରେ ଆୟୁଷ୍ମାନ୍‌ ଖୁରାନାଙ୍କ ଭାଇ ଅପାରଶକ୍ତି ଖୁରାନା ମଧ୍ୟ ଅଛନ୍ତି। ଫିଲ୍ମଟି ଡିସେମ୍ବର ୬ରେ ପରଦାକୁ ଆସିବ।

https://youtu.be/3GLoGHbhKHg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos