Advertisment

ମାତ୍ର ୩୮ ବର୍ଷ ବୟସରେ ଆଖି ବୁଜିଲେ ଏହି ଅଭିନେତ୍ରୀ

ଅଭିନୟ ସହ ପ୍ରିୟା ଜଣେ ଷ୍ଟାଣ୍ଡ ଅଫ କମେଡିଆନ ଭାବେ ମଧ୍ୟ ଜଣାଶୁଣା। ୧୯୮୭ ମସିହା ଏପ୍ରିଲ ୨୩ରେ ପ୍ରିୟା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ।

author-image
Hemant Lenka
Priya

Priya

ହିନ୍ଦୀ ଧାରାବାହିକ ପବିତ୍ର ରିସ୍ତାର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟା ମରାଠେ ଆଉ ନାହାନ୍ତି। ଆଜି ପ୍ରିୟା ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମାତ୍ର ୩୮ ବର୍ଷ ବୟସରେ ପ୍ରିୟା ଆଖି ବୁଜିଛନ୍ତି। ମୁମ୍ବାଇରେ ଶେଷନିଃଶ୍ୱାସ ତ୍ୟାଗ କରିଥିବା ପ୍ରିୟା ଗୋଟିଏ ବର୍ଷ ହେଲାଣି କର୍କଟ ଭଳି ମାରାତ୍ମକ ରୋଗ ସହ ସଂଘର୍ଷ କରୁଥିଲେ। ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ପ୍ରିୟା ଅନେକ ହିନ୍ଦୀ ଓ ମରାଠୀ ଟିଭି ଶୋ’ରେ ଅଭିନୟ କରି ଲୋକଙ୍କ ପାଖରେ ପହଞ୍ଚି ପାରିଥିଲେ।

Advertisment

ଅଭିନୟ ସହ ପ୍ରିୟା ଜଣେ ଷ୍ଟାଣ୍ଡ ଅଫ କମେଡିଆନ ଭାବେ ମଧ୍ୟ ଜଣାଶୁଣା। ୧୯୮୭ ମସିହା ଏପ୍ରିଲ ୨୩ରେ ପ୍ରିୟା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ମୁମ୍ବାଇରେ ନିଜର ସ୍କୁଲ ଓ କଲେଜ ଶିକ୍ଷା ଶେଷ କରିବା ପରେ ସେ ଅଭିନୟ ଦୁନିଆରେ ପାଦ ଥାପି ଥିଲେ। ମରାଠୀ ଧାରାବାହିକ ୟା ସୁଖନୋୟାରେ ସେ ଡେବ୍ୟୁ କରିବା ପରେ ଆଉ ପଛକୁ ଚାହିଁ ନଥିଲେ। ଏହାପରେ ତାଙ୍କୁ ଚାର ଦିବସ ସାସୁଚେରେ ମଧ୍ୟ ଦେଖିବାକୁ ମିଳିଥିଲା।

ପ୍ରିୟା ବାଲାଜୀ ଟେଲିଫିଲ୍ମସର ‘କସମ ସେ’ରେ ବିଦ୍ୟା ବାଲି ଚରିତ୍ରରେ ନଜର ଆସିଥିଲେ। କମେଡି ସର୍କସର ପ୍ରଥମ ସିଜିନରେ ମଧ୍ୟ ସେ ଭାଗ ନେଇଥିଲେ। ୨୦୧୨ରେ ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ‘ବଡେ ଆଚ୍ଛେ ଲାଗତେ ହେ’ରେ ସେ ଜ୍ୟୋତି ମାଲହୋତ୍ରା ଭାବେ ଦର୍ଶକଙ୍କୁ ସାମନା କରିଥିଲେ। ଜୀ ଟିଭିର ପବିତ୍ର ରିସ୍ତା ସିରିଏଲରେ ବର୍ଷା ସତୀଶ ଭାବେ ସେ ଲୋକଙ୍କ ଘରେଘରେ ପହଞ୍ଚି ପାରିଥିଲେ।

Advertisment

୨୦୦୮ରେ ରିଲିଜ ହୋଇଥିବା ହମନେ ଜିନା ଶିଖ ଲିୟା ସେନାମାରେ ପ୍ରିୟାଙ୍କୁ ଦେଖିବାକୁ ମିଳିଥିଲା। ଏହାବାଦ ଏକାଧିକ ମରାଠୀ ଫିଲ୍ମରେ ପ୍ରିୟା ନିଜର ଛାପ ଛାଡ଼ିଛନ୍ତି। ୨୦୧୨ରେ ଶାନ୍ତନୁ ମୋଘେଙ୍କୁ ବିବାହ କରିଥିବା ପ୍ରିୟା ଏବେ ସମସ୍ତଙ୍କୁ ଛାଡ଼ି ଚାଲିଛନ୍ତି। ତାଙ୍କ ପରଲୋକ ଖବର ପୂରା ସିନେମା ଓ ଟେଲି ଦୁନିଆରେ ଶୋକରଚ୍ଛାୟା ଖେଳାଇ ଦେଇଛି।

Bollywood priya-rishta dies