Advertisment

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ସାଉଥ ସୁପରଷ୍ଟାର ପବନ କଲ୍ୟାଣ

ମେଗାଷ୍ଟାର ଚିରଞ୍ଜିବୀଙ୍କ ସାନ ଭାଇ ପବନ କଲ୍ୟାଣ ନିକଟରେ ଏକ ଚାଟ୍‌ ଶୋ'ରେ ନିଜ ବ୍ୟକ୍ତିଗତ ଜୀବନର ଏକ ରାଜ୍‌ ଉପରୁ ପରଦା ଉଠାଇଛନ୍ତି।

author-image
Madhupriya Mistry
Pawan Kalyan

Pawan Kalyan

ସାଉଥର ସୁପରଷ୍ଟାର୍‌ ପବନ କଲ୍ୟାଣ। ସାଉଥ ଇଣ୍ଡଷ୍ଟ୍ରିରେ ରହିଛି ତାଙ୍କର ବେଶ୍‌ ଦବ୍‌ଦବା। ପବନଙ୍କୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ବି ରହିଛି ଜବରଦସ୍ତ କ୍ରେଜ। ରୋମାନ୍ସ ଠାରୁ ଆରମ୍ଭ ଆକ୍ସନ ସବୁ ଫିଲ୍ମରେ ତାଙ୍କ ଅଭିନୟ ନିଆରା। କେବଳ ସେତିକି ନୁହେଁ ଫ୍ୟାନ୍‌ମାନଙ୍କ ସହ ମଧ୍ୟ ତାଙ୍କର ରହିଛି ଘନିଷ୍ଠ ସମ୍ପର୍କ। କିନ୍ତୁ ଏତେ ସବୁ ସଫଳତା ପାଇବା ପରେ ବି ଏମିତି ଏକ ସମୟ ଥିଲା ଯେଉଁଠି ସେ ଆତ୍ମହତ୍ୟା କରିବାକୁ ଚାହିଁଥିଲେ। ଏନେଇ ନିକଟରେ ପବନ କଲ୍ୟାଣ ଖୋଦ୍‌ ଖୁଲାସା କରିଛନ୍ତି।

Advertisment

ମେଗାଷ୍ଟାର ଚିରଞ୍ଜିବୀଙ୍କ ସାନ ଭାଇ ପବନ କଲ୍ୟାଣ ନିକଟରେ ଏକ ଚାଟ୍‌ ଶୋ'ରେ ନିଜ ବ୍ୟକ୍ତିଗତ ଜୀବନର ଏକ ରାଜ୍‌ ଉପରୁ ପରଦା ଉଠାଇଛନ୍ତି। ତାଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଅତ୍ୟଧିକ ଅସୁସ୍ଥ ଥିଲେ। ସେ ଶ୍ୱାସ ଜନୀତ ସମସ୍ୟାରେ ପୀଡିତ ଥିଲେ। ଏହା ବ୍ୟତୀତ ତାଙ୍କ ଉପରେ ପଠା ପଢ଼ାର ଚାପ ମଧ୍ୟ ଥିଲା। ଏହି ସମୟରେ ଭୁଲ୍‌ ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା। ନିଜ ଜୀବନରୁ ବିରକ୍ତି ହୋଇ ସେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେ ନିଜ ବଡ଼ ଭାଇ ଚିରଞ୍ଜିବୀଙ୍କ ବନ୍ଧୁକରୁ ନିଜକୁ ଗୁଳି ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କର ଏହି ପ୍ଲାନିଂ ଅଧୁରା ରହି ଯାଇଥିଲା। ସେ ଆତ୍ମହତ୍ୟା କରିପାରି ନଥିଲେ ବୋଲି ଚାଟ୍‌ ଶୋ' 'ଅନ୍‌ଷ୍ଟପେବୁଲ'ରେ କହିଛନ୍ତି।

ପବନ କଲ୍ୟାଣ ଗୁରୁତର ଆସ୍ଥାମାରେ ପୀଡିତ ଥିଲେ। ତେଣୁ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଥିଲା। ତାଙ୍କ ମନ ପାଠ ପଢ଼ାରେ ଲାଗୁନଥିଲା। ସେ ସର୍ବଦା ଶାନ୍ତ ରହୁଥିଲେ। ତେଣୁ ଏଥିରୁ ସେ ବିରକ୍ତି ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ସେ ଏହି କଠନ ସମୟରୁ ବାହାରକୁ ଆସିଥିଲେ। ସେ ନିଜକୁ ସମ୍ଭାଳି ଥିଲେ ଓ ଶାକ୍ତିଶାଳୀ ହୋଇଥିଲେ।

Advertisment

ଆଜିର ସମୟରେ ପ୍ରତି ଛୋଟ ଛୋଟ କଥାରେ ଲୋକେ ରାଗିଯାଇ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇନିଅନ୍ତି। ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ଯୁବପିଢ଼ି ପବନ କଲ୍ୟାଣଙ୍କ ଠାରୁ ପ୍ରେରଣା ନେବା ଉଚିତ ଏବଂ ନିଜକୁ ସକରାତ୍ମକ ରଖିବାକୁ ଚେଷ୍ଟା କରିବା ଉଚିତ।

Pawan Kalyan South Indian Actors