Advertisment

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ...

ମୁମ୍ବାଇ: ବଲିଉଡରେ ଯେପରି କଳା ବାଦଳ ଢ଼ାଙ୍କି ଦେଇଛି। ଗୋଟିଏ ପରେ ଗୋଟିଏ ବିବାଦ ବଲିଉଡ ଜଗତ ଓ ବଲିଉଡପ୍ରେମୀଙ୍କୁ ବ୍ୟଥିତ କରୁଛି। ନିକଟରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଲାଗିଥିବା କାଷ୍ଟିଙ୍ଗ୍ କାଉଚ୍ ଅଭିଯୋଗ ସାଙ୍ଗକୁ ଦୁଷ୍କର୍ମ ମାମଲା ଇଣ୍ଡଷ୍ଟ୍ରୀକୁ ହୁଲୁସ୍ତୁଲ କରୁଛି। ଅନୁରାଗଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ତେବେ ପାୟଲ ନିଜ ଓକିଲ ନୀତିନ ସାତପୁତେଙ୍କ ସହ ବର୍ସୋଭା ପୁଲିସ ଥାନା ପହଞ୍ଚି ଅନୁରାଗଙ୍କୁ ଗିରଫ କରିବାକୁ […]

ଅଦ୍ୟତନ ହୋଇଛି
ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

anurag kashyap

Advertisment

ମୁମ୍ବାଇ: ବଲିଉଡରେ ଯେପରି କଳା ବାଦଳ ଢ଼ାଙ୍କି ଦେଇଛି। ଗୋଟିଏ ପରେ ଗୋଟିଏ ବିବାଦ ବଲିଉଡ ଜଗତ ଓ ବଲିଉଡପ୍ରେମୀଙ୍କୁ ବ୍ୟଥିତ କରୁଛି। ନିକଟରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଲାଗିଥିବା କାଷ୍ଟିଙ୍ଗ୍ କାଉଚ୍ ଅଭିଯୋଗ ସାଙ୍ଗକୁ ଦୁଷ୍କର୍ମ ମାମଲା ଇଣ୍ଡଷ୍ଟ୍ରୀକୁ ହୁଲୁସ୍ତୁଲ କରୁଛି। ଅନୁରାଗଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ।

Advertisment

ତେବେ ପାୟଲ ନିଜ ଓକିଲ ନୀତିନ ସାତପୁତେଙ୍କ ସହ ବର୍ସୋଭା ପୁଲିସ ଥାନା ପହଞ୍ଚି ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଯଦି ପୁଲିସ ଅନୁରାଗଙ୍କୁ ଗିରଫ ନ କରେ ତେବେ ସେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହା ପୂର୍ବରୁ ଅନୁରାଗଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବାକୁ ପାୟଲ ଥାନା ଯାଇଥିଲେ।

ଅନୁରାଗଙ୍କ ବିରୁଦ୍ଧରେ ପାୟଲ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ଏନେଇ ପାୟଲଙ୍କୁ ବର୍ସୋଭା ପୁଲିସ ସମନ କରିଥିଲା। ଏହାସହ ଶୁକ୍ରବାର କୁପର ହସ୍ପିଟାଲରେ ମେଡିକାଲ ଟେଷ୍ଟ କରିବାକୁ ମଧ୍ୟ କହିଥିଲା। ଏହାପରେ ପାୟଲଙ୍କ ଓକିଲ ନୀତିନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଅନୁରାଗଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।

Advertisment

ସେପଟେ ପାୟଲ ମଧ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ଭୟ ପ୍ରକାଶ କରି ସୋଶାଲ ମିଡିଆ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି।

ପାୟଲ ଟ୍ୱିଟ୍ କରି କହିଛନ୍ତି, ମୁଁ ଜଣେ ଅପରାଧୀ ବିରୁଦ୍ଧରେ ମାମଲା ରୁଜୁ କରାଇଛି, ଯାହାକୁ ନେଇ ଅନ୍ୟ ଲୋକମାନେ ମଧ୍ୟ ସମାନ ଦୃଷ୍ଟିଭଙ୍ଗୀ ରଖିଛନ୍ତି। ଏବେ ମୋତେ ଅଡ଼ୁଆରେ ପକାଯାଉଛି। ମୋତେ ହିଁ ପ୍ରଶ୍ନ କରାଯାଉଛି। ସେପଟେ କିନ୍ତୁ ଅଭିଯୁକ୍ତ ଘରେ ବସି ଆରାମ କରୁଛି। ମୋତେ କଣ ନ୍ୟାୟ ମିଳିବ ବୋଲି କହିଛନ୍ତି ପାୟଲ।

Bollywood Rape Anurag Kashyap Me Too Payal Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe