ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରାତାରାତି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ପାୟଲ ଘୋଷ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ସୋଶାଲ ମିଡିଆରେ ଏକ ଫଟୋ ଶେଆର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚ ଜୋର ଧରିଛି । ଏଥିସହ ଟ୍ରୋଲର ଶିକାର ହୋଇଛନ୍ତି ପାୟଲ।
ରୁଚା ଚଡ୍ଡାଙ୍କ ପରେ ପାୟଲ ଘୋଷଙ୍କୁ ନିକଟରେ ଭାରତ ରତ୍ନ ଡ଼ଃ.ଆମ୍ୱେଦକର ଆୱାର୍ଡରେ ସମ୍ମାନିତ କରାଯାଇଛି । ଯାହାର ଫଟୋକୁ ସେ ସୋଶାଲ ମିଡିଆରେ ଶେୟାର କରିଛନ୍ତି । ଏଥିସହ ସେ ଲେଖିଛନ୍ତି, ଏହି ପୁରସ୍କାର ପାଇ ମୁଁ ବେଶ ଖୁସି । ନଭେମ୍ବର ୨୬ ଦିନ ଏହି ଆୱାର୍ଡ ସେରିମନି ଆୟୋଜିତ ହୋଇଥିଲା । କିନ୍ତୁ ଏଠାକୁ ମୁଁ ଯାଇ ପାରିନଥିଲି । କଠିନ ପରିଶ୍ରମ ଏବଂ ଲମ୍ବା ରାସ୍ତା ପରେ ସଫଳତା ମିଳିଥାଏ । ଏହା ମୋ ପାଇଁ ବହୁତ ବଡ ସମ୍ମାନ ।
Glad to have received the Bharat Ratna Dr.Ambedkar award. I couldn't attend the ceremony on Constitution Day i.e Nov 26. Hard work goes a long way and I really want the youth to take it up. Moments like these really humbles me.! #BlessedAndGrateful pic.twitter.com/PFWr0SIFMM
— Payal Ghosh (@iampayalghosh) November 28, 2020
ପାୟଲଙ୍କ ଏହି ଟ୍ୱିଟ ଦେଖିବା ପରେ କିଛି ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଉ କିଛି ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି । କେଉଁ ଫିଲ୍ମ ପାଇଁ ଏବଂ କ’ଣ ପାଇଁ ପାୟଲଙ୍କୁ ଏହି ଆୱାର୍ଡ ମିଳିଛି ବୋଲି ୟୁଜର୍ସମାନେ ପ୍ରଶ୍ନ କରିଛନ୍ତି । ଏଥିସହ କେବଳ ଅନୁରାଗ କଶ୍ୟପଙ୍କ ନାଁରେ ଆଣିଥିବା ଅଭଯୋଗ ପାଇଁ ହିଁ ତାଙ୍କୁ ଚିହ୍ନିଛନ୍ତି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିନୟରେ ସେତେଟା ସକ୍ରିୟ ନଥିବା ପାୟଲ ଘୋଷ ନିକଟରେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ସେ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ପାୟଲ ।