Advertisment

ଅନୁରାଗଙ୍କ ଅଡ଼ୁଆ ବଢ଼ିଲା, ପାୟଲଙ୍କୁ ମିଳିଲା କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଭିନେତ୍ରୀ ପାୟଲ ଘୋଷ କାଷ୍ଟିଂ କାଉଚ୍ ଏବଂ ଦୁଷ୍କର୍ମ ଅଭିଯୋଗ ଆଧାରରେ ଅନୁରାଗଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଏନେଇ ଖୁବଶୀଘ୍ର ଅନୁରାଗଙ୍କୁ ମୁମ୍ବାଇ ପୁଲିସ ସମନ କରିପାରେ। ସୂଚନା ଥାଉ କି, ଏଣିକି ପାୟଲଙ୍କ ପାଇଁ କୋର୍ଟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠଓ୍ୱାଲେ ମାମଲା ଲଢ଼ିବେ। ଏନେଇ କେନ୍ଦ୍ରମନ୍ତ୍ରୀ ଆଠଓ୍ୱଲେ ଓ ପାୟଲ ଘୋଷ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଅନୁରାଗଙ୍କ ଅଡ଼ୁଆ ବଢ଼ିଲା, ପାୟଲଙ୍କୁ ମିଳିଲା କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ

me-too

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଭିନେତ୍ରୀ ପାୟଲ ଘୋଷ କାଷ୍ଟିଂ କାଉଚ୍ ଏବଂ ଦୁଷ୍କର୍ମ ଅଭିଯୋଗ ଆଧାରରେ ଅନୁରାଗଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଏନେଇ ଖୁବଶୀଘ୍ର ଅନୁରାଗଙ୍କୁ ମୁମ୍ବାଇ ପୁଲିସ ସମନ କରିପାରେ।

Advertisment

ସୂଚନା ଥାଉ କି, ଏଣିକି ପାୟଲଙ୍କ ପାଇଁ କୋର୍ଟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠଓ୍ୱାଲେ ମାମଲା ଲଢ଼ିବେ। ଏନେଇ କେନ୍ଦ୍ରମନ୍ତ୍ରୀ ଆଠଓ୍ୱଲେ ଓ ପାୟଲ ଘୋଷ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ସହ ସାକ୍ଷାତ୍ କରିବେ। ଏହାସହ ମୁମ୍ବାଇ ପୁଲିସ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ଗିରଫ କରିବାକୁ କେନ୍ଦ୍ରମନ୍ତ୍ରୀ ଦାବି ମଧ୍ୟ କରିଛନ୍ତି।

ଆଠଓ୍ୱଲେ କହିଛନ୍ତି, ମୁମ୍ବାଇ ପୁଲିସ ଅନୁରାଗ କଶ୍ୟପଙ୍କୁ ଗିରଫ କରନ୍ତୁ। ଅନ୍ୟଥା ଆମେ ଶୀଘ୍ର ଧାରଣାରେ ବସିବୁ। ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ ମିଳିବା ପରେ ପାୟଲ ସୋଶାଲ ମିଡିଆରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ପ୍ରକାଶ ଯେ, ପାୟଲ ମୁମ୍ବାଇର ଭର୍ସୋଓ୍ୱା ଥାନାରେ ଅନୁରାଗଙ୍କ ନାଁରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏ ନେଇ ପାୟଲ ନିକଟରେ ଅସନ୍ତୋଷ ବ୍ୟକ୍ତ କରି ଅନଶନରେ ବସିବାକୁ ଚେତାବନୀ ମଧ୍ୟ ଦେଇଥିଲେ। ପରେ ସେ କେନ୍ଦ୍ରମନ୍ତ୍ରୀ ଆଠଓ୍ୱଲେଙ୍କ ସହ ସାକ୍ଷାତ୍ କରିଥିଲେ। ଏହା ପରେ ଉଭୟ ପ୍ରେସମିଟ୍ କରି ସୂଚନା ଦେଇଥିଲେ।

ଅନ୍ୟପଟେ ପାୟଲ ଅନୁରାଗଙ୍କ ମାମଲାରେ ରୁଚା ଚଡ୍ଡାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ପାୟଲ କହିଛନ୍ତି, ରୁଚା ଏହି ମାମଲାରେ ଦ୍ୱିତୀୟ ମୁଖ୍ୟ ଅଭିଯୁକ୍ତ। ରୁଚାଙ୍କ ବିରୁଦ୍ଧରେ ମଧ୍ୟ ପାୟଲ ଭର୍ସୋଭା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିବା ବେଳେ ଏକ ମାନହାନି ନୋଟିସ ମଧ୍ୟ ପଠାଯାଇଛି।

Bollywood Anurag Kashyap Me Too Payal Ghosh