Advertisment

ପ୍ରକୃତି, ମଦ ଓ ସେହି ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ୍‌ ମିଡିଆରେ ଏକ ଫଟୋ ଶେଆର କରି ସମାଲୋଚନାର ଶିକାର ହେଉଛନ୍ତି ଓଲିଉଡ୍‌ ଅଭିନେତ୍ରୀ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର୍ ବିଜୟିନୀ ପ୍ରକୃତି ମିଶ୍ର। ଗତକାଲି ପ୍ରକୃତି ତାଙ୍କ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ଓ ତାଙ୍କ ବନ୍ଧୁ ଥିବାବେଳେ ମଦ ବୋତଲ ଏବଂ ଗ୍ଲାସ୍‌ ବି ରହିଛି। ଫଟୋଟି ଶେଆର କରି ପ୍ରକୃତି କ୍ୟାପସନ୍‌ରେ ଲେଖିଛନ୍ତି, ଯଦିଓ ଆମେ ଉଭୟଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ […]

ପ୍ରକୃତି, ମଦ ଓ ସେହି ଫଟୋ

prko

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ୍‌ ମିଡିଆରେ ଏକ ଫଟୋ ଶେଆର କରି ସମାଲୋଚନାର ଶିକାର ହେଉଛନ୍ତି ଓଲିଉଡ୍‌ ଅଭିନେତ୍ରୀ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର୍ ବିଜୟିନୀ ପ୍ରକୃତି ମିଶ୍ର। ଗତକାଲି ପ୍ରକୃତି ତାଙ୍କ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ଓ ତାଙ୍କ ବନ୍ଧୁ ଥିବାବେଳେ ମଦ ବୋତଲ ଏବଂ ଗ୍ଲାସ୍‌ ବି ରହିଛି।

Advertisment

ଫଟୋଟି ଶେଆର କରି ପ୍ରକୃତି କ୍ୟାପସନ୍‌ରେ ଲେଖିଛନ୍ତି, ଯଦିଓ ଆମେ ଉଭୟଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିପାରିବାନି ତଥାପି ଆମେ ସମସ୍ୟା ସମୟରେ ପରସ୍ପର ସହ ରହି ତାକୁ ସାମ୍ନା କରିବାକୁ ପରସ୍ପରକୁ ସାହାସ ଯୋଗାଇପାରିବା। ମୋ ମତରେ ପ୍ରକୃତ ବନ୍ଧୁତାର ଏହି ଲକ୍ଷ  ହେବା ଦରକାର। ସମତୁଲ, ସୁକ୍ଷ୍ମ ଏବଂ ସମୃଦ୍ଧ ଯେମିତି ମ୍ୟାକ୍‌ ଡୋଲସ୍‌ ନଂ୧।

ପ୍ରକୃତିଙ୍କର ଏହି ପୋଷ୍ଟରେ ଲୋକମାନେ ନାନା କମେଣ୍ଟ କରିଛନ୍ତି । କିଛି ଲୋକ`କହିଛନ୍ତି, ପ୍ରକୃତି ଜଣେ ଆଗଧାଡ଼ିର ନାୟିକା। ସେ ଏମିତି ସର୍ବସମ୍ମୁଖରେ ମଦ୍ୟପାନର ପ୍ରଚାର କରିବା ଅନୁଚିତ। ଆଉ କିଛି ଲୋକ କହିଛନ୍ତି, ପ୍ରକୃତି ଏମିତି କାମ କରି ତାଙ୍କ ବାପା ମନ୍ମଥ ମିଶ୍ରଙ୍କର ନାଁ ପକାଉଛନ୍ତି।

Advertisment

ସେହିପରି କିଛି ଲୋକ ‘ପ୍ରକୃତିଙ୍କର ଏହା ପ୍ରକୃତି ଛଡା କାମ’ ବୋଲି କହିଥିବା ବେଳେ କିଛି ଲୋକ ପ୍ରକୃତିଙ୍କର ବାପା ଭଜନ ଗାଉଛନ୍ତି ଆଉ ଝିଅ ମଦର ପ୍ରଚାର କରୁଛନ୍ତି ବୋଲି କହିଛନ୍ତି। ଏଥିପାଇଁ ତାଙ୍କୁ  କେମିତି ଲାଜ ଲାଗୁନି ବୋଲି କମେଣ୍ଟ ବକ୍ସରେ ଲୋକେ ଲେଖିଛନ୍ତି।

publive-image

ତେବେ ପ୍ରକୃତି ମଦର ଏହି ବ୍ରାଣ୍ଡ ପାଇଁ ପ୍ରମୋସନ୍‌ କରୁଛନ୍ତି ନା ନିଜ ଆଡୁ ସେମିତି ଲେଖିଛନ୍ତି, ତାହା ଜଣାପଡିନାହିଁ। ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ସୂଚନାଯୋଗ୍ୟ, 'ସାତ ସୁରେ ବନ୍ଧା ଏ ଜୀବନ', 'କୁଆଁରୀ କନ୍ୟା', 'ଓମ୍‌ ସାଇ ରାମ୍‌', 'ମିଠା ମିଠା', 'ପାଗଳ କରିଛି ପାଉଁଜି ତୋର' ଫିଲ୍ମରେ କାମ କରିଛନ୍ତି ପ୍ରକୃତି ମିଶ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe