/odisha-reporter/media/post_attachments/uploads/2019/03/689-9.jpg)
689-9
ମୁମ୍ବାଇ: ଆଜି ଆକାଶରେ ଉଡ଼ୁଛି ଆକାଶଙ୍କ ମନ। ବାଜିଛି ସାହାନାଇ। ସଜେଇ ହୋଇଛି ଦେଶର ସବୁଠୁ ବିଳାସମୟମୟ ପ୍ରାସାଦ ଆଣ୍ଟିଲିଆ। ପୂରା ପରିବେଶରେ ଉତ୍ସାହର ମାହୋଲ। ନାଚ,ଗୀତରେ ମଜିଛନ୍ତି ସମସ୍ତେ। କାରଣ ଆଜି ହେଉଛି ରିଲାଏନ୍ସ୍ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର। ଆଜି ଆକାଶ ତାଙ୍କ ପିଲାଦିନର ବାନ୍ଧବୀ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିବେ। ଏଥିପାଇଁ ଅମ୍ବାନୀ ହାଉସ୍ ଆଣ୍ଟାଲିଆ ବେଶ୍ ସୁନ୍ଦର ଭାବରେ ସଜାଯାଇଛି।
ବିବାହ ଉତ୍ସବରେ ବିଶ୍ୱର ନାମିଦାମୀ ବ୍ୟକ୍ତି ସାମିଲ ହୋଇଛନ୍ତି। ଏହି ହାଇପ୍ରୋଫାଇଲ୍ ୱେଡିଂ ସେରିମୋନୀକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଆୟୋଜନ କରିଛନ୍ତି ମୁକେଶ । ଶୁଣିବାକୁ ମିଳୁଛି ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେଆର ଏବଂ ପତ୍ନୀ ଚାର୍ଲୀ ବ୍ଲେଆର ଆସି ଏହି ବିବାହରେ ଯୋଗ ଦେଇଛନ୍ତି।
ଏଥିସହ ପୂର୍ବତନ ୟୁଏନ୍ ଜେନେରାଲ୍ ସେକେଟ୍ରାରୀ ବାନ୍ କି ମୁନ୍ ମଧ୍ୟ ଯୋଗ ଦେଇଛନ୍ତି। ସେହିପରି ବଲିଉଡ୍ର ଜଣାଶୁଣା ଚେହେରା ଅଭିନେତା ରଣବୀର ସିଂ, କରନ୍ ଜୋହର, ଅନୁ ମଲ୍ଲିକ, ରାଜ୍ କୁମାର ହିରାନୀ, ଜ୍ୟାକି ସ୍ରଫ୍ , ଆମିର ଖାନ୍, ମନୀସ୍ ମଲୋହୋତ୍ରା ପ୍ରମୁଖ ଯୋଗ ଦେଇଛନ୍ତି।
ଶ୍ରୀଲଙ୍କା କ୍ରିକଟର ମାହେଲା ଜୟବର୍ଦ୍ଧନେ ମଧ୍ୟ ଏହି ବିବାହରେ ଅତିଥି ହୋଇ ଆସିଛନ୍ତି।
/odisha-reporter/media/post_attachments/wp-content/uploads/2019/03/hh-2.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
