/odisha-reporter/media/post_attachments/uploads/2015/12/imgpinga-song-launch.jpg)
imgpinga-song-launch
ମୁମ୍ବାଇ: ସଞ୍ଜୟ ଲୀଲା ବଂଶାଲୀଙ୍କ ଅପକମିଂ ଫିଲ୍ମ ବାଜିରାଓ ମସ୍ତାନୀର ‘ପିଙ୍ଗ।’ ଗୀତକୁ ନେଇ ପୁଣି ବିବାଦ ଦେଖାଦେଇଛି। ଗୀତରେ ମରାଠୀ ସଂସ୍କୃତିକୁ ଠିକରେ ଉପସ୍ଥାପନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଗୀତରେ ଦୀପିକା ମସ୍ତାନୀ ଭୂମିକାରେ ଓ ପ୍ରିୟଙ୍କା ରାଣୀ କାଶୀବାଈ ଭୂମିକାରେ ଅଭିନୟ କରି ନୃତ୍ୟ ପରିବେଷଣ କରିଛନ୍ତି। ଏହାକୁ ନେଇ ଏକ ଏନଜିଓ ଆପତ୍ତି ଉଠାଇବା ସହ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଫିଲ୍ମର ରିଲିଜ ଉପରେ ରହିତାଦେଶ ଦେବା ପାଇଁ କୋର୍ଟଙ୍କ ନିକଟରେ ଉକ୍ତ ଏନଜିଓ ଆବେଦନ କରିଛି।
Advertisment
ତେବେ ଇତିହାସ ଅନୁଯାଇ ରାଣୀ କାଶୀବାଈ ଖୁବକମ୍ ବୟସରୁ ରୋଗରେ ଆକ୍ରାନ୍ତ ହେଇ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ। ଆଉ ଫିଲ୍ମରେ ତାଙ୍କୁ ନୃତ୍ୟ କରୁଥିବା ଦେଖାଇବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
