/odisha-reporter/media/post_attachments/uploads/2016/09/pink.jpg)
pink
ମୁମ୍ବାଇ: ଗତ ୧୬ ତାରିଖରେ ପରଦାକୁ ଆସିଥିବା ଅମିତାଭ ବଚ୍ଚନ ଅଭିନୀତ ‘ପିଙ୍କ୍’ ଆଠ ଦିନରେ ୩୯.୦୬ କୋଟି ଟଙ୍କା ଆୟ କରିଛି। ଖୁବଶୀଘ୍ର ଏହା ୫୦ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି।
Advertisment
ରିଲିଜ୍ର ପ୍ରଥମ ଦିନରେ ‘ପିଙ୍କ୍’ ୪.୩୨ କୋଟି ଟଙ୍କା ଆୟ କରିଥିଲେ। ଦ୍ୱିତୀୟ ଓ ତୃତୀୟ ଦିନରେ ଏହା ଯଥାକ୍ରମେ ୭.୬୫ ଓ ୯.୫୪ କୋଟି ଟଙ୍କା ଆୟ କରିଥିଲା। ଚତୁର୍ଥ ଦିନରେ ଅର୍ଥାତ ଫିଲ୍ମ ରିଲିଜ୍ ହେବାର ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ଆୟ ଥିଲା ୩.୭୮ କୋଟି ଟଙ୍କା। ପଞ୍ଚମ ଦିନରେ ‘ପିଙ୍କ୍’ ୩.୫୧ କୋଟି ଟଙ୍କା ଆୟ କରିଥିବା ବେଳେ ଷଷ୍ଠ ଓ ସପ୍ତମ ଦିନରେ ଯଥାକ୍ରମେ ୩.୮୭ ଓ ୩.୨୪ କୋଟି ଟଙ୍କା ଆୟ କରିଛି। ଗତ ଶୁକ୍ରବାର ଅର୍ଥାତ ଅଷ୍ଟମ ଦିନରେ ଏହା ୩.୧୫ କୋଟି କଲେକ୍ସନ କରିଛି।
ପ୍ରଥମ ସପ୍ତାହରେ ‘ପିଙ୍କ୍’ର ଆୟ ୨୧.୫୧ କୋଟି ରହିଥିବା ବେଳେ ଦ୍ୱିତୀୟ ସପ୍ତାହରେ ଶୁକ୍ରବାର ସୁଦ୍ଧା ଏହା ୧୭.୫୫ କୋଟି ଟଙ୍କା କଲେକ୍ସନ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
