Advertisment

ଜେଲରୁ ମୁକୁଳିଲେ ବଲିଉଡ ଅଭିନେତ୍ରୀ,ହୋଇଥିଲେ ଷଡ଼ଯନ୍ତ୍ରର ଶିକାର

ଡ୍ରଗ୍ସ କାରବାର ମାମଲାରେ କ୍ରିସନ ପରେରାଙ୍କୁ ଫସାଇଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Bollywood actress Chrisann Pereira

Bollywood actress Chrisann Pereira

Advertisment

ବଲିଉଡ ଅଭିନେତ୍ରୀ କ୍ରିସନ ପରେରାଙ୍କୁ ଶେଷରେ ଶାରଜାହ ଜେଲରୁ ଖଲାସ କରାଯାଇଛି। ଡ୍ରଗ୍ସ ଚାଲାଣ ମାମଲାରେ ତାଙ୍କୁ ସେଠାରେ ଗିରଫ କରାଯାଇଥିଲା। ତେବେ ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା କଥା ଜଣାପଡ଼ିବା ପରେ ତାଙ୍କୁ ମୁକ୍ତ କରାଯାଇଛି।

Advertisment

ଡ୍ରଗ୍ସ କାରବାର ମାମଲାରେ କ୍ରିସନ ପରେରାଙ୍କୁ ଫସାଇଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ମୁମ୍ବାଇର ଆନ୍ଥୋନୀ ପଲ ଓ ସିନ୍ଧୁଦୁର୍ଗ ଜିଲ୍ଲା (ମହାରାଷ୍ଟ୍ରର)ର ରାଜେଶ ବାଭୋତେ ଓରଫ ରବି।

କ୍ରିସନ ପରେରାଙ୍କ ମା’ଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଆନ୍ଥୋନୀ ପଲ ଏହି ଷଡ଼ଯନ୍ତ୍ର ରଚିଥିଲେ। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ସୂଚନା ଅନୁସାରେ ଗତ ଲକଡାଉନ ସମୟରେ ଆନ୍ଥୋନି ପଲ ତାଙ୍କ ଭଉଣୀଙ୍କୁ ଦେଖା କରିିବା ପାଇଁ ଯାଇଥିଲେ। ତାଙ୍କ ଭଉଣୀ ଯେଉଁ ବିଲ୍ଡିଂରେ ରହନ୍ତି ସେଠାରେ କ୍ରିସନ ପରେରା ମଧ୍ୟ ରହନ୍ତି। ସେଠାରେ ଆନ୍ଥୋନୀଙ୍କୁ ଦେଖି କ୍ରିସନ ପରେରାଙ୍କ କୁକୁର ଭୁକି ଥିଲା। କୁକୁରକୁ ଘଉଡ଼ାଇବା ପାଇଁ ଆନ୍ଥୋନି ଏକ ଭଙ୍ଗା ଚେୟାର ତା’ ଉପରକୁ ଫୋପାଡ଼ିଥିଲେ। ଏହା ଦେଖି କ୍ରିସନ ପରେରାଙ୍କ ମା’ ରାଗିଯାଇ ଆନ୍ଥୋନିଙ୍କୁ ଗାଳିଗୁଲଜ କରିଥିଲେ। ତାହା ଆନ୍ଥୋନିକୁ ବାଧିଥିଲା। ସେ ତାଙ୍କ ବନ୍ଧୁ ରାଜେଶ ବାଭୋତେଙ୍କ ସହିତ ମିଶି କ୍ରିସନ ପରେରାଙ୍କ ମା’ଙ୍କ ଉପରେ ପ୍ରତିଶୋଧ ନେବାକୁ ଷଡ଼ଯନ୍ତ୍ର ରଚିଥିଲା। 

Advertisment

ଷଡ଼ଯନ୍ତ୍ର ପ୍ରକାରେ କ୍ରିସନ ପରେରାଙ୍କ ମା’ଙ୍କୁ ଚଳିତ ବର୍ଷ ସାକ୍ଷାତ କରିଥିଲେ ରାଜେଶ ବାଭୋତେ ଓରଫ ରବି। ସେ ନିଜକୁ ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀ ଭାବେ ପରିଚୟ ଦେଇଥିଲେ। ସେ ଏକ ୱେବ୍ ସିରିଜ କରିବାକୁ ଯୋଜନା ରଖିଥିବା ଓ ସେଥିରେ କ୍ରିସନ ପରେରାଙ୍କୁ ନେବାକୁ ଚାହୁଁଥିବା କଥା କହିଥିଲେ। ତେବେ କ୍ରିସନ ପରେରାଙ୍କୁ ଏଥିପାଇଁ ଅଡିସନ ଦେବାକୁ ପଡ଼ିବ ବୋଲି କହିଥିଲେ। କ୍ରିସନ ପରେରା ତାଙ୍କ ପ୍ରସ୍ତାବରେ ରାଜି ହୋଇ ଶାରଜାହ ଯାଇଥିଲେ। ସେ ଶାରଜାହ ଗଲା ବେଳେ ତାଙ୍କୁ ଦୁଇ ଅଭିଯୁକ୍ତ ଏକ ଟ୍ରଫି ଦେଇଥିଲେ। ଆଉ ସେଥିରେ ଡ୍ରଗ୍ସ ଥିଲା, ଯାହା କ୍ରିସନ ପରେରା ଜାଣି ନଥିଲେ। ଆଉ ଫସି ଯାଇଥିଲେ।

ସୂଚନାଯୋଗ୍ୟ, ‘ସଡ଼କ ୨’ ଏବଂ ‘ବଟଲା ହାଉସ୍’ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି କ୍ରିସନ ପରେରା। 

Mumbai Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe