Advertisment

ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଗୁଲ୍‌ ପନାଗଙ୍କ ପୁଅ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍‌ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ  ଟ୍ୱିଟରରେ ଭିଡିଓ ଶେଆର୍‌ କରନ୍ତି। ବେଳେ ବେଳେ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଟିପ୍ସ ବି ସେ ଦିଅନ୍ତି। ତା’ସହିତ ବେଳେ ବେଳେ ଅତିସାଧାରଣ କଥା, ଯାହା ତାଙ୍କୁ ପସନ୍ଦ ଆସେ, ସେଗୁଡ଼ିକୁ ମଧ୍ୟ ସେ ଶେଆର୍ କରନ୍ତି। ଏମିତି ଏକ ଭିଡିଓ ସେ ଅକ୍ଟୋବର ୧୬ ତାରିଖରେ ଶେଆର କରିଥିଲେ। ସେ ବଲିଉଡ୍‌ ଅଭିନେତ୍ରୀ ଗୁଲ୍‌ […]

ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଗୁଲ୍‌ ପନାଗଙ୍କ ପୁଅ

a

Advertisment

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍‌ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ  ଟ୍ୱିଟରରେ ଭିଡିଓ ଶେଆର୍‌ କରନ୍ତି। ବେଳେ ବେଳେ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଟିପ୍ସ ବି ସେ ଦିଅନ୍ତି। ତା’ସହିତ ବେଳେ ବେଳେ ଅତିସାଧାରଣ କଥା, ଯାହା ତାଙ୍କୁ ପସନ୍ଦ ଆସେ, ସେଗୁଡ଼ିକୁ ମଧ୍ୟ ସେ ଶେଆର୍ କରନ୍ତି। ଏମିତି ଏକ ଭିଡିଓ ସେ ଅକ୍ଟୋବର ୧୬ ତାରିଖରେ ଶେଆର କରିଥିଲେ। ସେ ବଲିଉଡ୍‌ ଅଭିନେତ୍ରୀ ଗୁଲ୍‌ ପନାଗଙ୍କ ପୁଅ ନିହାଲଙ୍କର ଏକ ଭିଡିଓକୁ ଶେଆର୍‌ କରି ତାଙ୍କୁ ଆଶୀର୍ବାଦ ଦେଇଥିଲେ।

Advertisment

ଗୁଲ୍‌ ପନାଗ ଏକ ଭିଡିଓ ଟ୍ୱିଟର୍‌ରେ ଶେଆର୍ କରିଥିଲେ। ଏଥିରେ ସେ ଓ ତାଙ୍କ ପୁଅ ଥିଲେ। ଭିଡିଓରେ ଗୁଲ୍‌ ପନାଗ ତାଙ୍କ ପୁଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏକ ପତ୍ରିକା ଦେଖାଇ ଇଏ କିଏ ବୋଲି ପଚାରୁଛନ୍ତି। ତା’ପରେ ନିହାଲ କହୁଛନ୍ତି, ମୋଦି। ତା’ପରେ ଗୁଲ୍‌ ତାଙ୍କୁ କହୁଛନ୍ତି, ମୋଦି ନୁହେଁ ମୋଦିଜୀ। ଏହି ଭିଡିଓ ଶେଆର୍ କରି ଗୁଲ୍ ଲେଖିଥିଲେ ଯେ ଏବେ ତାଙ୍କ ପୁଅ ମୋଦିଜୀଙ୍କୁ ପତ୍ରିକା ଓ ଖବରକାଗଜରେ ଦେଖି ଚିହ୍ନି ପାରୁଛି।

ଗୁଲ୍‌ ପନାଗଙ୍କ ଏହି ଭିଡିଓକୁ ରି-ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘ବହୁତ ସୁନ୍ଦର। ଛୋଟ ନିହାଲକୁ ମୋର ଆର୍ଶୀବାଦ ଦେବ। ମୁଁ ନିଶ୍ଚିତ ଯେ ଆପଣଙ୍କ ମଧ୍ୟରେ ସେ ଜଣେ ବଢ଼ିଆ ଗୁରୁ ଓ ମାର୍ଗଦର୍ଶକ ପାଇବେ।’

Advertisment

https://twitter.com/narendramodi/status/1184676930441940992

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe