Advertisment

'ମୁସ୍କୁରାଏଗା ଇଣ୍ଡିଆ' ଗୀତ ପାଇଁ ବଲିଉଡର ପ୍ରଶଂସା କଲେ ମୋଦି

ମୁମ୍ବାଇ: କୋରୋନା ଭୂତାଣୁର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବିପଦପୂର୍ଣ୍ଣ ଭୂତାଣୁ ଓ ତଦ୍ଦଜନିତ ସଂକ୍ରମଣ ସହ ଲଢ଼ିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବଲିଉଡର ସେଲେବ୍ରିଟିମାନେ। ସରକାରଙ୍କୁ ଆର୍ଥିକ ସହାୟତା ଦେବା ସହ ଏମାନେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ ମଧ୍ୟ କରୁଛନ୍ତି। ନିକଟରେ ଦେଶବାସୀଙ୍କ ମନୋବଳକୁ ବଢ଼ାଇବା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ନିର୍ମାତା-ନିର୍ଦ୍ଦେଶକ ଜ୍ୟାକି ଭାଗନାନି ଏକ ଗୀତ ରିଲିଜ କରିଥିଲେ। […]

ଅଦ୍ୟତନ ହୋଇଛି
'ମୁସ୍କୁରାଏଗା ଇଣ୍ଡିଆ' ଗୀତ ପାଇଁ ବଲିଉଡର ପ୍ରଶଂସା କଲେ ମୋଦି

SONG-OF-HOPE

Advertisment

ମୁମ୍ବାଇ: କୋରୋନା ଭୂତାଣୁର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବିପଦପୂର୍ଣ୍ଣ ଭୂତାଣୁ ଓ ତଦ୍ଦଜନିତ ସଂକ୍ରମଣ ସହ ଲଢ଼ିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବଲିଉଡର ସେଲେବ୍ରିଟିମାନେ। ସରକାରଙ୍କୁ ଆର୍ଥିକ ସହାୟତା ଦେବା ସହ ଏମାନେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ ମଧ୍ୟ କରୁଛନ୍ତି। ନିକଟରେ ଦେଶବାସୀଙ୍କ ମନୋବଳକୁ ବଢ଼ାଇବା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ନିର୍ମାତା-ନିର୍ଦ୍ଦେଶକ ଜ୍ୟାକି ଭାଗନାନି ଏକ ଗୀତ ରିଲିଜ କରିଥିଲେ। ଏହି ଗୀତର ନାଁ ହେଉଛି ‘ମୁସ୍କୁରାଏଗା ଇଣ୍ଡିଆ’। ତେବେ ଦେଶବାଶୀଙ୍କୁ ଆଶାର କୀରଣ ଦେଖାଉଥିବା ଏହି ଗୀତକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

Advertisment

https://twitter.com/narendramodi/status/1247358476851937280?s=20

ଭିଡିଓଟିକୁ ସୋଶାଲ୍ ମିଡିଆରେ ଶେୟାର୍ କରି ମୋଦି କହିଛନ୍ତି, ‘ପୁଣିଥରେ ହସିବ ଭାରତ, ପୁଣି ଜିତିବ ଭାରତ, ଭାରତ ଲଢ଼ିବ ଏବଂ ଜିତିବ ମଧ୍ୟ। ଏହା ଆମ ଫିଲ୍ମ ତାରକାମାନଙ୍କ ବହୁତ ପ୍ରଶଂସନୀୟ ପ୍ରୟାସ।’ ଏହି ଗୀତର ବିଶେଷତ୍ୱ ହେଉଛି, ସମସ୍ତ ତାରକା ନିଜ ଘରେ ରହି ହିଁ ଶୁଟ୍ କରିଛନ୍ତି। ସମସ୍ତେ ନିଜ ନିଜ ଘରର ବାଲକୋନି, ଛାତ ଓ ଅଗଣାରେ ରହି ଗୀତ ଶୁଟ୍ କରିଛନ୍ତି। ଭିଡିଓରେ ଅକ୍ଷୟ କୁମାର, କାର୍ତ୍ତିକ ଆର୍ଯ୍ୟନ, ଟାଇଗର ଶ୍ରଫ, ଭିକି କୌଶଲ, ରାଜକୁମାର ରାଓ, ସିଦ୍ଧାର୍ଥ ମାଲହୋତ୍ରା, କ୍ରିତି ସେନନ୍, ଆୟୁଷ୍ମାନ ଖୁରାନା, ଭୂମି ପେଡନେକର୍, କିଆରା ଆଡଭାନୀ, ଅନନ୍ୟା ପାଣ୍ଡେ, ରକୁଲ୍ ପ୍ରୀତ, ଆର୍ ଜେ ମାଲିସ୍କାଙ୍କ ସମେତ ଜ୍ୟାକି ଭାଗନାନି ମଧ୍ୟ ନଜର ଆସିଛନ୍ତି।

https://twitter.com/akshaykumar/status/1247139528218824704?s=20

ଏହି ଗୀତଟିକୁ ଆଶାର ଗୀତ (ସଙ୍ଗ ଅଫ୍ ହୋପ୍) ବୋଲି କୁହାଯାଉଛି। ଗୀତଟି ପିଏମ୍ ମୋଦୀଙ୍କ ଏକ ଭିଡିଓ ବାର୍ତ୍ତା ସହିତ ଆରମ୍ଭ ହୋଇଛି ଯେଉଁଥିରେ ସେ କରୋନା ସହ ଯୁଦ୍ଧରେ ଜିତିବା ବିଷୟରେ କହୁଛନ୍ତି। ଏହା ପରେ ସମଗ୍ର ଭାରତକୁ ଏହି ଗୀତରେ ଦେଖାଇବାକୁ ଚେଷ୍ଟା କରାଯାଇଛି। ଏଥିରେ କରୋନା ସହ ଲଢୁଥିବା ପୋଲିସ୍, ଡାକ୍ତର ଏବଂ ସାଧାରଣ ଲୋକଙ୍କ ଭିଜୁଆଲ୍ ଦେଖିବାକୁ ମିଳିଛି।  ଆଉ ଶେଷରେ,  ଯେତେବେଳେ ଜାତୀୟ ସଙ୍ଗୀତ ବାଜୁଛି, ମନରେ ଦେଶପ୍ରେମ ଜାଗ୍ରତ କରିରୁଛି। ଗୀତର ଲିରିକ୍ସ ଦେଶର ସାମ୍ପ୍ରତିକ ସ୍ଥିତିକୁ ଏପରି ଭାବରେ ବର୍ଣ୍ଣନା କରୁଛି ଯେ, ଭିଡିଓ ଆପଣଙ୍କୁ ଭାବପ୍ରବଣ କରିଦେବ। ସୂଚନାଯୋଗ୍ୟ, ବିଶାଲ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗାଇଛନ୍ତି ମଧ୍ୟ। ଗାତଟିକୁ କୌଶଲ କିଶୋର ଲେଖିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe