Advertisment

ଆସିଲା ମୋଦିଙ୍କ ବାୟୋପିକ୍‌ର ୯ଟି ଲୁକ୍‌

ମୁମ୍ବାଇ: ଏବେ ନିର୍ବାଚନ ଋତୁ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବଲିଉଡ୍‌ ଲୋକପ୍ରିୟ ଅଭିନେତା ବିବେକ୍‌ ଓବରୟେ ପ୍ରଧାନମନ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ଏକ ସୁତ୍ରରୁ ଜଣାପଡ଼ିଛି ଯେ, ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀକୁ ଦର୍ଶଯାଇଛି। ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଜୀବନକୁ ଏହି ଫିଲ୍ମରେ ଦର୍ଶାଯାଇଛି। ଏହି ପିଲ୍ମର ପ୍ରଥମ ପୋଷ୍ଟର ଜାନୁଆରି ୭ ତାରିଖରେ ରିଲିଜ୍‌ […]

author-image
Rosalin Rath
ଅଦ୍ୟତନ ହୋଇଛି
ଆସିଲା ମୋଦିଙ୍କ ବାୟୋପିକ୍‌ର ୯ଟି ଲୁକ୍‌

m11

ମୁମ୍ବାଇ: ଏବେ ନିର୍ବାଚନ ଋତୁ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବଲିଉଡ୍‌ ଲୋକପ୍ରିୟ ଅଭିନେତା ବିବେକ୍‌ ଓବରୟେ ପ୍ରଧାନମନ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ଏକ ସୁତ୍ରରୁ ଜଣାପଡ଼ିଛି ଯେ, ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀକୁ ଦର୍ଶଯାଇଛି।
ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଜୀବନକୁ ଏହି ଫିଲ୍ମରେ ଦର୍ଶାଯାଇଛି। ଏହି ପିଲ୍ମର ପ୍ରଥମ ପୋଷ୍ଟର ଜାନୁଆରି ୭ ତାରିଖରେ ରିଲିଜ୍‌ ହୋଇଥିଲା। ଏହା ପରେ ଫିଲ୍ମରେ ମୋଦିଙ୍କର ବିଭିନ୍ନ ପ୍ରକାର ଲୁକ୍‌ ଦେଖିବାକୁ ମିଳିଛି।

Advertisment

ଟ୍ରେଡ୍‌ ଆନାଲିଷ୍ଟ ତରନ୍‌ ଆଦର୍ଶ ଫିଲ୍ମରେ ମୋଦିଙ୍କ ବିଭିନ୍ନ ପ୍ରକାର୍‌ ଲୁକ୍‌କୁ ଟ୍ୱିଟ୍‌ କରିଛନ୍ତି। ଏହି ଫିଲ୍ମରେ ବିବେକ୍‌ଙ୍କ ୯ଟି ଲୁକ୍‌ ଦେଖିବାକୁ ମିଳିଛି। ଆଉ  ମୋଦିଙ୍କ ଜୀବନର କେଉଁ କେଉଁ ଅଂଶକୁ ଫିଲ୍ମରେ ନିଆଯାଇଛି ତାହା ଏହି ପୋଷ୍ଟର୍‌ ଦେଖି ଜଣାପଡ଼ୁଛି। ମୋଦି ଫିଲ୍ମରେ ଆପାତକାଳୀନ ଜୀବନଠୁ ଆରମ୍ଭ କରି ହିମାଳୟ ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁ ଲୁକ୍‌ରେ ଦେଖାଯାଉଛନ୍ତି।
https://twitter.com/taran_adarsh/status/1107482087211229184

୧୨ ଏପ୍ରିଲ୍‌ ୨୦୧୯ରେ ଏହି ଫିଲ୍କକୁ ରିଲିଜ୍‌ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ଏହି ପିଲ୍ମକୁ ଅମଙ୍ଗ୍‌ କୁମାର ଡାଇରେକ୍ଟ କରିଛନ୍ତି। ସୁରେଶ୍‌ ଓବରୟେ ଏହାକୁ ପ୍ରଡ୍ୟୁସ୍‌ କରିଛନ୍ତି।
ରିପୋର୍ଟ ଅନୁସାରେ ଏହି ଫିଲ୍ମର ଦ୍ୱିତୀୟ ପୋଷ୍ଟର୍‌ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୧୮ ମାର୍ଚ୍ଚ ଆଜି ରିଲିଜ୍‌ କରିଥାନ୍ତେ। କିନ୍ତୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗ କାରଣରୁ ଏହି ରିଲିଜ୍‌କୁ ରୋକି ଦିଆଯାଇଛି।
https://www.instagram.com/p/BsVfww6B-03/?utm_source=ig_web_copy_link

Advertisment

ମୋଦିଙ୍କ ବାୟୋପିକ୍‌ ଏକ ମଲ୍ଟିଷ୍ଟାର୍‌ ଫିଲ୍ମ। ଏହି ଫିଲ୍ମରେ ମନୋଜ ଯୋଶୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକାରେ ଆସୁଛନ୍ତି। ଅଭିନେତା ବୋମନ୍‌ ଇରାନି ଲୋକପ୍ରିୟ ବିଜ୍‌ନେସ୍‌ ମ୍ୟାନ୍‌ ରତନ୍‌ ଟାଟାଙ୍କ ଭୂମିକାରେ ଦେଖାଦେବେ। ଏହା ଶହ ଆହୁରି ଅନେକ କଳାକାରଙ୍କୁ ମଧ୍ୟ ଆପଣ ଏହି ଫିଲ୍ମରେ ଦେଖିବାକୁ ପାଇବେ।