Advertisment

ସୁଶାନ୍ତଙ୍କ ମାମଲାରେ ଆଦିତ୍ୟ ଚୋପ୍ରାଙ୍କୁ ଜେରା କଲା ପୁଲିସ୍

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ମାସେରୁ ଅଧିକ ସମୟ ବିତିଗଲାଣି। ହେଲେ ଏବେ ବି ରହସ୍ୟ ରହିଛି ତାଙ୍କ ଆତ୍ମହତ୍ୟା। ମାମଲାର ମୁମ୍ବାଇ ପୁଲିସ୍ ଯାଞ୍ଚ କରୁଛି। ଏବେ ସୁଦ୍ଧା ଏହି ମାମଲାରେ ବହୁ ଲୋକଙ୍କୁ ପଚରା ଉଚରା କରାସରିଲାଣି। ହେଲେ ଏବେ ସୁଦ୍ଧା କିଛି ଜଣାପଡ଼ି ନାହିଁ। ବର୍ତ୍ତମାନ ପୁଲିସ୍ ୟଶରାଜ ଫିଲ୍ମ ପ୍ରଡକ୍ସନ୍ ହାଉସର ମୁଖ୍ୟ ତଥା ଫିଲ୍ମ ନିର୍ମାତା ‌ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ଼ କରିଛି। ସୂଚନା […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ମାମଲାରେ ଆଦିତ୍ୟ ଚୋପ୍ରାଙ୍କୁ ଜେରା କଲା ପୁଲିସ୍

sushant

Advertisment

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ମାସେରୁ ଅଧିକ ସମୟ ବିତିଗଲାଣି। ହେଲେ ଏବେ ବି ରହସ୍ୟ ରହିଛି ତାଙ୍କ ଆତ୍ମହତ୍ୟା। ମାମଲାର ମୁମ୍ବାଇ ପୁଲିସ୍ ଯାଞ୍ଚ କରୁଛି। ଏବେ ସୁଦ୍ଧା ଏହି ମାମଲାରେ ବହୁ ଲୋକଙ୍କୁ ପଚରା ଉଚରା କରାସରିଲାଣି। ହେଲେ ଏବେ ସୁଦ୍ଧା କିଛି ଜଣାପଡ଼ି ନାହିଁ। ବର୍ତ୍ତମାନ ପୁଲିସ୍ ୟଶରାଜ ଫିଲ୍ମ ପ୍ରଡକ୍ସନ୍ ହାଉସର ମୁଖ୍ୟ ତଥା ଫିଲ୍ମ ନିର୍ମାତା ‌ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ଼ କରିଛି।

Advertisment

ସୂଚନା ଅନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ପାଇଁ ପୁଲିସ୍‌ ପାଖାପାଖି ୪ ଘଣ୍ଟା ଧରି ପୁଲିସ୍ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ପଚରା ଉଚରା କରିଛି ଓ ବୟାନ ରେକର୍ଡ଼ କରିଛି।  ପୂର୍ବରୁ ଏହି ଘଟଣାରେ ସୁଶାନ୍ତ ସିଂହଙ୍କ ଗର୍ଲପ୍ରେଣ୍ଡ ଅଭିନେତ୍ରୀ ରିଚା ଚକ୍ରବର୍ତ୍ତୀ, ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲିଙ୍କୁ ପୁଲିସ୍ ପଚରାଉଚରା କରିଥିଲା। ଏହି ତଦନ୍ତରେ ଏଯାଏଁ ପୋଲିସ  ୩୨ଜଣଙ୍କର ବୟାନ ରେକର୍ଡ଼ କରିସାରିଛି। ଯେଉଁମାନଙ୍କ ମଧ୍ୟରେ ସୁଶାନ୍ତଙ୍କ ବନ୍ଧୁ, ପରିଜନ ଓ ସହାୟକ ଅଛନ୍ତି।

publive-imageକିଛିଦିନ ତଳେ ପୁଲିସ୍ ଯେତେବେଳେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା କରିଥିଲା ସେ କହିଥିଲେ ଯେ ସୁଶାନ୍ତ ନିଜେ ୟଶରାଜ୍ ଫିଲ୍ମ୍ସ (YRF) ସହିତ ଚୁକ୍ତି ଶେଷ କରିବା ସହିତ ତାଙ୍କୁ ମଧ୍ୟ ଚୁକ୍ତି ଶେଷ କରିବାକୁ କହିଥିଲେ। ତେବେ ବର୍ତ୍ତମାନ ପୁଲିସ୍ ଆଦିତ୍ୟଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଛି କି ନାହିଁ ତାହା ଜଣାପଡ଼ିନାହିଁ।

Advertisment

ସୂଚନାଯୋଗ୍ୟ, ୧୪ ଜୁନରେ ମୁମ୍ବାଇସ୍ଥିତ ବାସଭବନରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହାପରଠୁ ବଲିଉଡ୍‌ରେ ନେପୋଟିଜିମକୁ ନେଇ ବାଦବିବାଦ ଜାରିରହିଛି। ଏହି ଘଟଣାକୁ ମୁମ୍ବାଇ ପୁଲିସ ତଦନ୍ତ କରୁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ୩୨ଜଣଙ୍କର ବୟାନ ରେକର୍ଡ଼ କରିସାରିଛି। ତେବେ ଯାଞ୍ଚ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆସ୍ଫିକ୍ସିଆ ବା ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe