Advertisment

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୁଲିସ୍ ଦେଲା ଆଉ କିଛି ତଥ୍ୟ, ରିୟାଙ୍କ ବିଷୟରେ ବି କହିଲା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ମାସେରୁ ଅଧିକ ସମୟ ବିତିଗଲାଣି। ପୁଲିସ୍‌ର କହିବା ଅନୁଯାୟୀ, ଏବେ ସୁଦ୍ଧା ଯାହା ଜଣାପଡ଼ିଛି, ସେ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା ପଛର କାରଣ ଜଣାପଡ଼ିନାହିଁ। ଆଉ ୟା ଭିତରେ ତଦନ୍ତ କରୁଥିବା ପୁଲିସ୍ ଟିମ୍ ସୁଶାନ୍ତଙ୍କୁ ଚିକିତ୍ସା କରିଥିବା କିଛି ଡାକ୍ତରଙ୍କୁ ପଚରାଉଚରା କରିଛି। ସୁଶାନ୍ତ ଯେତେବେଳେ ମାନସିକ ଅବସାଦରେ ଥିଲେ ସେତେବେଳେ ଏହି ମାନସିକ ରୋଗ ବିଶେଷଜ୍ଞ (ସାଇକିଆଟ୍ରିଷ୍ଟ)ମାନଙ୍କ ପାଖକୁ ଯାଇଥିଲେ। ପୁଲିସ୍‌ର […]

author-image
Chinmayee Roy
ଅଦ୍ୟତନ ହୋଇଛି
ସିବିଆଇକୁ ଚିଠି ଲେଖି ଆପତ୍ତି କଲେ ରିଆ ଚକ୍ରବର୍ତ୍ତୀ

sushant

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ମାସେରୁ ଅଧିକ ସମୟ ବିତିଗଲାଣି। ପୁଲିସ୍‌ର କହିବା ଅନୁଯାୟୀ, ଏବେ ସୁଦ୍ଧା ଯାହା ଜଣାପଡ଼ିଛି, ସେ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା ପଛର କାରଣ ଜଣାପଡ଼ିନାହିଁ। ଆଉ ୟା ଭିତରେ ତଦନ୍ତ କରୁଥିବା ପୁଲିସ୍ ଟିମ୍ ସୁଶାନ୍ତଙ୍କୁ ଚିକିତ୍ସା କରିଥିବା କିଛି ଡାକ୍ତରଙ୍କୁ ପଚରାଉଚରା କରିଛି। ସୁଶାନ୍ତ ଯେତେବେଳେ ମାନସିକ ଅବସାଦରେ ଥିଲେ ସେତେବେଳେ ଏହି ମାନସିକ ରୋଗ ବିଶେଷଜ୍ଞ (ସାଇକିଆଟ୍ରିଷ୍ଟ)ମାନଙ୍କ ପାଖକୁ ଯାଇଥିଲେ। ପୁଲିସ୍‌ର ସୂଚନା ଅନୁଯାୟୀ, ଗତ କିଛି ବର୍ଷରେ ସୁଶାନ୍ତ ସିଂହ ରାଜପୁତ ୫ ଜଣ ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଦୁଇ ଜଣଙ୍କ ପଚରାଉଚରା କରାଯାଇଥିଲା।

Advertisment

ପୁଲିସ୍ ସୂଚନା ଦେଇଛି ଯେ ସୁଶାନ୍ତ ଯେତେବେଳେ ବି ଡାକ୍ତରଙ୍କ ପାଖକୁ ଯାଉଥିଲେ ରିୟା ତାଙ୍କ ସହିତ ରହୁଥିଲେ। ପଚରାଉଚରା ବେଳେ ଜଣେ ଡାକ୍ତର କହିଛନ୍ତି ଯେ ପ୍ରାୟ ବର୍ଷେ ଧରି ସେ ସୁଶାନ୍ତଙ୍କ ଚିକିତ୍ସା କରିଛନ୍ତି। ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ରିୟା ଚକ୍ରବର୍ତ୍ତୀ ହିଁ ସୁଶାନ୍ତଙ୍କୁ ତାଙ୍କ ସହିତ ପରିଚିତ କରାଇଥିଲେ।

ଏହି ଡାକ୍ତର ଜଣଙ୍କ କହିଛନ୍ତି ଯେ ସେହି ସମୟରେ ସୁଶାନ୍ତ ଗଭୀର ଅବସାଦରେ ଥିଲେ। କିଛି କଥାକୁ ନେଇ ସେ ଖୁବ୍ ଚିନ୍ତିତ ରହୁଥିଲେ। ବହୁତ ସନ୍ଦେହ ବି କରୁଥିଲେ।

Advertisment

ଏହି ଡାକ୍ତର ଜଣଙ୍କ ପୁଲିସ୍‌ଙ୍କୁ ସୁଶାନ୍ତଙ୍କ ବିଷୟରେ ଆହୁରି ଅନେକ କଥା କହିଥିବା ଜଣାପଡ଼ିଛି। ତେବେ ତଦନ୍ତରେ ବାଧା ଦୃଷ୍ଟିରୁ ପୁଲିସ୍ ସେ ସବୁ ବିଷୟରେ ଗଣମାଧ୍ୟମ ଆଗରେ କିଛି କହି ନାହିଁ।

https://www.instagram.com/p/CCsrKbQH2th/?utm_source=ig_web_copy_link

ସୂଚନାଯୋଗ୍ୟ, କିଛି ଦିନ ତଳେ ରିୟା ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ କରି ଗୃହମନ୍ତ୍ରୀ ଅମିତା ଶାହଙ୍କ ନିକଟରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ସେ ସୁଶାନ୍ତଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଅମିତ ଶାହ ସାର୍, ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁକୁ ମାସେ ବିତିଗଲାଣି। ମୋର ସରକାରଙ୍କ ଉପରେ ଭରସା ଅଛି। ନ୍ୟାୟ ପାଇଁ ମୁଁ ଆପଣଙ୍କ ଆଗରେ ହାତ ଯୋଡ଼ି ଅନୁରୋଧ କରୁଛି ଯେ ଯଥାଶୀଘ୍ର ଏହି ମାମଲାର ସିବିଆଇ ଯାଞ୍ଚ କରାନ୍ତୁ। ମୁଁ ବାସ୍ ଜାଣିବାକୁ ଚାହେଁ ଯେ କେଉଁ ଚାପ ଯୋଗୁ ସୁଶାନ୍ତ ଏଭଳି ପଦକ୍ଷେପ ନେଲେ।’