Advertisment

'ପୁନମ ପାଣ୍ଡେ ସର୍ଭିକାଲ କ୍ୟାନସର ସଚେତନତାର ଆମ୍ବାସଡର ନଥିଲେ'

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ପୁନମ ପାଣ୍ଡେ ସର୍ଭିକାଲ କ୍ୟାନସର ସଚେତନତାର ଆମ୍ବାସଡର ନଥିଲେ।

ଅଦ୍ୟତନ ହୋଇଛି
Poonam Pandey

Poonam Pandey

Advertisment

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ 'ମୃତ୍ୟୁ' ଡ୍ରାମାକୁ ସବୁଠି ବିରୋଧ କରାଯାଉଛି। ସଚେତନତା ନାଁରେ ସେ ଯେପରି 'ମୃତ୍ୟୁ'ର ମିଛ କାହାଣୀ ଲେଖିଥିଲେ, ତାହା ଭୁଲ୍ ବୋଲି ମତ ପ୍ରକାଶ ପାଉଛି। ପରେ ସେ ସାମାଜିକ ସଚେତନତା ଉଦ୍ଦେଶ୍ୟରେ ଏପରି କରିଥିବା ସଫେଇ ଦେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ପୁନମ ପାଣ୍ଡେ ସର୍ଭିକାଲ କ୍ୟାନସର ସଚେତନତାର ଆମ୍ବାସଡର ନଥିଲେ।

Advertisment

ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ସରକାରଙ୍କ ଜାତୀୟ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ବିବେଚନା କରାଯାଉ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି।

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ପୁନମ ପାଣ୍ଡେ ଆଗକୁ ଏହି ଅଭିଯାନରେ ସାମିଲ ହୋଇପାରନ୍ତି। ସେ ଏବଂ ତାଙ୍କ ଟିମ୍ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରୁଥିବା କୁହାଯାଉଛି।

Advertisment

ପ୍ରକାଶ ଥାଉ କି, ଫେବ୍ରୁଆରୀ ୨ରେ ପୁନମ ପାଣ୍ଡେ ସର୍ଭିକାଲ କ୍ୟାନସର ବା ଗର୍ଭାଶୟ କର୍କଟରେ ପ୍ରାଣ ହରାଇଥିବା ଖବର ଶିରୋନାମା ପାଲଟିଥିଲା। ତାଙ୍କ ମ୍ୟାନେଜରଙ୍କ ପକ୍ଷରୁ ସୋଶାଲ ମିଡିଆରେ ପୁନମ ପାଣ୍ଡେଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଥିଲା। ଏପରିକି ଜାତୀୟ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଥିଲେ ମୃତ୍ୟୁ ଖବର ସତ ବୋଲି କହିଥିଲେ ପୁନମଙ୍କ ମ୍ୟାନେଜର। କିନ୍ତୁ ପର ଦିନ ପୁନମ ଏ ଖବର ମିଛ ଏବଂ ସେ ସର୍ଭିକାଲ କ୍ୟନସର ବାବଦରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରିଥିବା କହିଥିଲେ।

ଏବେ ବି ଅନେକ ମହିଳା ଅଛନ୍ତି ଯେଉଁମାନେ ଏହି କର୍କଟ ବାବଦରେ ସଚେତନ ନାହାନ୍ତି, ସେମାନଙ୍କ ଅବଗତ ନିମନ୍ତେ ଏପରି କରିବାକୁ ପଡିଥିଲା ବୋଲି ପୁନମ ପାଣ୍ଡେ ସଫେଇ ଦେଇଥିଲେ। ପୁନମଙ୍କ ଏପରି ପ୍ରୟାସକୁ ସମସ୍ତେ ବିରୋଧ କରିଥିବା ବେଳେ ସେ ସର୍ଭିକାଲ କ୍ୟାନସର ସଚେତନତା ପ୍ରୋଗ୍ରାମର ଆମ୍ବାସଡର ନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି। 

Poonam Pandey Cervical Cancer Cervical Cancer Awareness Cervical Cancer Awareness Ambassador
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe