Advertisment

ପପ୍‌ ଷ୍ଟାର୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପପ୍‌ ଗାୟିକା ସୁଲୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ। ପୁଲିସ୍‌ ବିବିସିକୁ ଦେଇଥିବା ସୂଚନା ଅନୁଯାୟୀ, ସୋମବାର ସୁଲୀଙ୍କ ମୃତଦେହ ତାଙ୍କ ଘରେ ପଡ଼ିଥିଲା। ପ୍ରଥମେ ତାଙ୍କ ମ୍ୟାନେଜର ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ। ଏ ନେଇ ସେ ପୁଲିସ୍‌କୁ ସୂଚନା ଦେଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ କିଛି […]

ପପ୍‌ ଷ୍ଟାର୍‌ଙ୍କ ପରଲୋକ

suli

Advertisment

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପପ୍‌ ଗାୟିକା ସୁଲୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ।

Advertisment

ପୁଲିସ୍‌ ବିବିସିକୁ ଦେଇଥିବା ସୂଚନା ଅନୁଯାୟୀ, ସୋମବାର ସୁଲୀଙ୍କ ମୃତଦେହ ତାଙ୍କ ଘରେ ପଡ଼ିଥିଲା। ପ୍ରଥମେ ତାଙ୍କ ମ୍ୟାନେଜର ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ। ଏ ନେଇ ସେ ପୁଲିସ୍‌କୁ ସୂଚନା ଦେଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ କିଛି ସ୍ପଷ୍ଟ କରି ପୁଲିସ୍।

ସୁଲୀଙ୍କ ପ୍ରକୃତ ନାମ ‘ଚୋଇ ଜିନ୍‌-ରୀ’। ସେ ପୂର୍ବରୁ ବ୍ୟାଣ୍ଡ୍‌ ଏଫ୍‌ (ଏକ୍ସ)ର ସଦସ୍ୟ ଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୫୦ ଲକ୍ଷ ଫଲୋଅର୍ସ ଅଛନ୍ତି। ଅଭିନୟରେ ମନୋନିବେଶ କରିବା ପାଇଁ ସେ ୨୦୧୫ରେ ବ୍ୟାଣ୍ଡ୍‌ ଏଫ୍‌ (ଏକ୍ସ) ଛାଡ଼ି ଦେଇଥିଲେ। ଏକ ରିପୋର୍ଟ ଅନୁସାରେ, ସୋଶାଲ୍‌ ମିଡିଆରେ ୟୁଜର୍ସ ତାଙ୍କୁ ଅଶ୍ଳୀଳ କମେଣ୍ଟ ଦେବାରୁ ସୁଲୀ ପପ୍‌ ଗୀତରୁ ଦୂରେଇ ଯାଇଥିଲେ।

Advertisment

ସୂଚନାଯୋଗ୍ୟ, ୨୦୦୫ରେ ସେ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ। ସେହିଭଳି ସେ ‘ଫ୍ୟାଶନ୍‌ କିଙ୍ଗ୍‌’ (୨୦୧୪) ଓ ‘ରିୟଲ୍‌’ (୨୦୧୭) ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।
୨୦୧୨ରେ ଟେଲିଭିଜନ ଶୋ’ ‘ଟୁ ଦ ବିୟୁଟିଫୁଲ୍‌ ୟୁ’ ପାଇଁ ତାଙ୍କୁ ନ୍ୟୁ ଷ୍ଟାର୍‌ ଆୱାର୍ଡ ମିଳିଥିଲା।

ମୁମ୍ୱାଇ ମିରର୍‌ର ରିପୋର୍ଟ ଅନୁସାରେ ସୁଲୀ ନିଜକୁ ବହୁତ ଏକୁଟିଆ ଅନୁଭବ କରୁଥିଲେ ଓ ଭୟଭୀତ ରହୁଥିଲେ। ସମସ୍ତେ ତାଙ୍କୁ ଛାଡ଼ି ଚାଲିଯାଉଥିବା ସେ ଅନୁଭବ କରୁଥିଲେ ଓ ଏଥିପାଇଁ ଦୁଃଖୀ ରହୁଥିଲେ ବୋଲି ନିକଟରେ ଏକ ରିଆଲିଟି ଶୋ’ରେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe