Advertisment

‘ମୁଁ ଜାଣିଛି ବାସ୍ତବରେ କିଏ ମୋର ଶୁଭଚିନ୍ତକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ଅସୀମା ପଣ୍ଡା। ଅନେକ ଫିଲ୍ମରେ ଅନେକ ହିଟ୍ ଗୀତ ସେ ଗାଇଛନ୍ତି। ଫିଲ୍ମ ସହିତ ଅନେକ ଆଲ୍‌ବମ୍ ଓ ଭଜନରେ ବି ସେ କଣ୍ଠଦାନ କରିଛନ୍ତି। ଏବେ ସେ ଘରେ ଘରେ ପରିଚିତ। କିନ୍ତୁ ଏମିତି ବି ଦିନ ଥିଲା ଯେତେବେଳେ ତାଙ୍କୁ ଅଣଦେଖା କରାଯାଇଥିଲା। କ୍ୟାରିୟର ପ୍ରାରମ୍ଭରେ କେତେକ ସଙ୍ଗୀତ ନିର୍ଦ୍ଦେଶକ ତାଙ୍କ କଣ୍ଠ ଭଲ ନୁହେଁ କହି କେବଳ କିଛି ଛୋଟମୋଟ ଅଫର୍‌ ଦେଇଥିଲେ। […]

author-image
Biswobandita Swain
ଅଦ୍ୟତନ ହୋଇଛି
‘ମୁଁ ଜାଣିଛି ବାସ୍ତବରେ କିଏ ମୋର ଶୁଭଚିନ୍ତକ’

as

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ଅସୀମା ପଣ୍ଡା। ଅନେକ ଫିଲ୍ମରେ ଅନେକ ହିଟ୍ ଗୀତ ସେ ଗାଇଛନ୍ତି। ଫିଲ୍ମ ସହିତ ଅନେକ ଆଲ୍‌ବମ୍ ଓ ଭଜନରେ ବି ସେ କଣ୍ଠଦାନ କରିଛନ୍ତି। ଏବେ ସେ ଘରେ ଘରେ ପରିଚିତ। କିନ୍ତୁ ଏମିତି ବି ଦିନ ଥିଲା ଯେତେବେଳେ ତାଙ୍କୁ ଅଣଦେଖା କରାଯାଇଥିଲା। କ୍ୟାରିୟର ପ୍ରାରମ୍ଭରେ କେତେକ ସଙ୍ଗୀତ ନିର୍ଦ୍ଦେଶକ ତାଙ୍କ କଣ୍ଠ ଭଲ ନୁହେଁ କହି କେବଳ କିଛି ଛୋଟମୋଟ ଅଫର୍‌ ଦେଇଥିଲେ। କେହି କେହି ତାଙ୍କୁ କେବଳ ଆଇଟମ୍‌ ଗୀତ ଗାଇବାକୁ ମଧ୍ୟ ବାଧ୍ୟ କରିଥିଲେ। ଆମେ ଏ କଥା କହୁ ନାହୁଁ। ଅସୀମା ନିଜେ ଏ କଥା କହିଛନ୍ତି, ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲେବ୍ରେଟି’ର।

Advertisment

ଅସୀମା କହିଥିଲେ, “ପ୍ରଥମେ ମୁଁ ଯେତେବେଳେ ଗୀତ ଗାଉଥିଲି ସେତେବେଳେ ମୁଁ ପରଦା ପଛରେ ରହିଯାଉଥିଲି। ଲୋକମାନେ ମୋ ଗୀତକୁ ପସନ୍ଦ କରୁଥିଲେ, କିନ୍ତୁ ଅସୀମା ପଣ୍ଡା କିଏ ସେଇଟା ଜାଣିପାରୁ ନ ଥିଲେ। ଆଉ ଯେତେବେଳେ ମୁଁ ଲୋକଲୋଚନକୁ ଆସିବା ଆରମ୍ଭ କଲି ସେ ସମୟରେ ମୁଁ ଲୋକଙ୍କଠାରୁ ଅନେକ ପ୍ରକାରର କମେଣ୍ଟ ଶୁଣିଛି। ରାସ୍ତାରେ ଚାଲିକି ଯାଉଥିବା ସମୟରେ କେହି କେହି କମେଣ୍ଟ କରି କହୁଥିଲେ- କ’ଣ ଗାଡ଼ି ନାହିଁ କି। ଏ କି ଗାୟିକା? ସେହିପରି ଯେତେବେଳେ ଲୋକେ କହୁଥିଲେ ଯେ ଅସୀମା ପଣ୍ଡା କିଏ ସେମାନେ ଚିହ୍ନି ନାହାନ୍ତି ସେତେବେଳେ ଭାରି ଖରାପ ଲାଗୁଥିଲା।”

ସେ କହିଥିଲେ, “ଲୋକପ୍ରୟି ହେବା ପରେ ଯେଉଁ ସଙ୍ଗୀତ ନିର୍ଦ୍ଦେଶକମାନେ ମୋତେ ଅଣଦେଖା କରୁଥିଲେ ସେମାନେ ପ୍ରଶଂସା କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମକୁ ଡାକୁଛନ୍ତି। ପୂର୍ବରୁ ମୋତେ ଏତେ କାର୍ଯ୍ୟକ୍ରମକୁ ଡକା ଯାଉ ନଥିଲା। କିନ୍ତୁ ମୁଁ ପ୍ରଥମରୁ ଯେମିତି ଥିଲି ଏବେ ବି ସେମିତି ଅଛି। ମୁଁ ଜାଣିଛି ବାସ୍ତବରେ କିଏ ମୋର ଶୁଭ ଚିନ୍ତକ।”

Advertisment

ସୂଚନାଯୋଗ୍ୟ, ଅସୀମା ‘ମାୟାରେ ବାୟା’, ‘ରାନୁ ଲୋ ରାନୁ’, ‘ଲବଙ୍ଗ ଲତା’ ଓ ‘ମୋ ହଳଦୀ ଗିନା’ ଆଦି ହିଟ୍‌ ଗୀତ ଗାଇଛନ୍ତି।