Advertisment

ଆଉ ନାହାନ୍ତି କଣ୍ଠଶିଳ୍ପୀ ବାଣୀ ଜୟରାମ

ଚେନ୍ନାଇ ଘରେ ତାଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡିନାହିଁ।

ଅଦ୍ୟତନ ହୋଇଛି
Vani jayaram

Vani jayaram

Advertisment

ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ବାଣୀ ଜୟରାମ। ପଦ୍ମଭୂଷଣ ସମ୍ମାନରେ ସାମ୍ମାନିତ ବାଣୀ ଜୟରାମଙ୍କର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଚେନ୍ନାଇ ସ୍ଥିତ ନିଜ ବାସ ଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଚେନ୍ନାଇ ସ୍ଥିତ ଘରୁ ତାଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡିନାହିଁ। ବର୍ତ୍ତମାନ ପୁଲିସ ତାଙ୍କ ମୃତ୍ୟୁର କାରଣ ଖୋଜୁଛି। ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ଚାରିଆଡ଼େ ଶୋକରଛାୟା ଖେଳିଯାଇଛି।

ବାଣୀ ଜୟରାମଙ୍କ ମୃତ୍ୟୁ ଅତି ରହସ୍ୟମୟ ଢଙ୍ଗରେ ହୋଇଥିବା କୁହାଯାଉଛି। ମୃତ୍ୟୁର ସେପରି କୌଣସି କାରଣ ଜଣାପଡିନଥିଲେ ବି ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି। 

Advertisment

ବାଣୀ ଜୟରାମ ନିକଟରେ ଜଣେ ସଫଳ ଗାୟିକା ରୂପେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ୫୦ ବର୍ଷ ପୂରଣ କରିଥିଲେ। ସେ ନିଜ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ରେକର୍ଡ କରିଥିଲେ। ବାଣୀ ଜୟରାମ ଆର୍ ଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଥିଲେ। ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା ମଧ୍ୟ କୁହାଯାଉଥିଲା।

ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ବ୍ୟତୀତ ଓଡ଼ିଆରେ ଅନେକ ଲୋକପ୍ରିୟ ଗୀତରେ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ। ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜରାଟ ଏବଂ ଓଡିଶା ଆଦି ରାଜ୍ୟରୁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। 

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe