Advertisment

ଏପ୍ରିଲରେ ବାହାହେବେ ରଣବୀର୍‌-ଆଲିଆ !

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଋଷି କପୁର୍‌ ୟୁଏସ୍‌ରୁ ନିଜର ଚିକିତ୍ସା ସାରି ଭାରତ ଫେରୁଛନ୍ତି। ଏହି କଥା ଋଷିଙ୍କ ପତ୍ନୀ ନୀତୁ କପୁର ସୋଶାଲ୍‌ ମିଡିଆରେ ସେୟାର କହିଛନ୍ତି। ଋଷି ଚଳିତ ମାସ ଶେଷ ସୁଦ୍ଧା ଭାରତ ଫେରିବେ। ଏକ ମିଡିଆ ରିପୋର୍ଟ ଅନୁସାରେ ଋଷି ଭାରତ ଫେରିବା ପରେ ପୁଅ ରଣବୀର କପୁର ଓ ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବାହାଘର କରାଇବେ। ସେ ଚାହୁଁଛନ୍ତି ଯେ, ଯେତେ ଜଲ୍‌ଦି ପୁଅ ବିବାହ […]

ଅଦ୍ୟତନ ହୋଇଛି
ଏପ୍ରିଲରେ ବାହାହେବେ ରଣବୀର୍‌-ଆଲିଆ !

a11

Advertisment

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଋଷି କପୁର୍‌ ୟୁଏସ୍‌ରୁ ନିଜର ଚିକିତ୍ସା ସାରି ଭାରତ ଫେରୁଛନ୍ତି। ଏହି କଥା ଋଷିଙ୍କ ପତ୍ନୀ ନୀତୁ କପୁର ସୋଶାଲ୍‌ ମିଡିଆରେ ସେୟାର କହିଛନ୍ତି। ଋଷି ଚଳିତ ମାସ ଶେଷ ସୁଦ୍ଧା ଭାରତ ଫେରିବେ।

Advertisment

ଏକ ମିଡିଆ ରିପୋର୍ଟ ଅନୁସାରେ ଋଷି ଭାରତ ଫେରିବା ପରେ ପୁଅ ରଣବୀର କପୁର ଓ ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବାହାଘର କରାଇବେ। ସେ ଚାହୁଁଛନ୍ତି ଯେ, ଯେତେ ଜଲ୍‌ଦି ପୁଅ ବିବାହ ବନ୍ଧନରେ ବାନ୍ଧି ହେଉ।
https://www.instagram.com/p/BijYT2THYLw/?utm_source=ig_web_copy_link

ଏ ସୁତ୍ରରୁ ଜଣାପଡ଼ିଛି ଯେ, ରଣବୀର କପୁର ଆଉ ଆଲିଆଙ୍କ ଫ୍ୟାମିଲି ପଣ୍ଡିତଙ୍କୁ ଭେଟିବେ। ସେମାନେ ରଣବୀର ଏବଂ ଆଲିଆଙ୍କ ବାହାଘରର ଶୁଭ ମହୁରତ୍‌, ବିବାହ ତାରିଖ ଠିକ୍‌ କରିବେ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିବାହ ତାରିଖ ଏପ୍ରିଲ୍‌ରେ ଠିକ୍‌ କରାଯାଇଛି।

Advertisment

ଏହି ବର୍ଷ ରଣବୀର ଏବଂ ଆଲିଆଙ୍କ ବିବାହ ହେବାର ଅନେକ ସମ୍ଭାବନା ରହିଛି। ଦୁଇ ପରିବାର ମଧ୍ୟ ବିବାହ ପାଇଁ ସହମତି ପ୍ରକାଶ କରିଛନ୍ତି।  କିଛି ଦିନ ପୂର୍ବରୁ ସୁଇଜର୍‌ଲ୍ୟାଣ୍ଡରେ ଆକାଶ ଆମ୍ବାନି ଓ ଶ୍ଲୋକା ମେହଟାଙ୍କ ପ୍ରି ୱେଡିଂ ସେରରିମନିରେ କରନ୍‌ ଜୋହର୍‌ ଆଲିଆଙ୍କୁ ଶିଘ୍ର ବିବାହ କରିବା ପରାମର୍ଶ ଦେଇଥିଲେ।
https://www.instagram.com/p/BudXXnigfR6/?utm_source=ig_web_copy_link

କରନ୍‌ ମଜାରେ କହିଥିଲେ ଯେ, “ସମସ୍ତେ ରଣବୀର ଏବଂ ଆଲିଆଙ୍କ ବିବାହ କରିବା ପାଇଁ ପ୍ରୟାସ କରୁଛନ୍ତି। ଆପଣ ରଣବୀରଙ୍କୁ ଜାଣିନାହାନ୍ତି। ସେ କେଉଁ ସମୟରେ ମଧ୍ୟ ଆପଣଙ୍କ ହାତରୁ ଯାଇ ପାରନ୍ତି”। ଅବଶ୍ୟ କରନ୍‌ଙ୍କ  କଥା ଶୁଣି ଆଲିଆ ଓ ରଣବୀର ହସିବାକୁ ଲାଗିଥିଲେ।
https://www.instagram.com/p/Bm2UqRIhhsw/?utm_source=ig_web_copy_link

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ରଣବୀର ଏବଂ ଆଲିଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ଅଭିନୟ କରିବେ। ଏହି ଫିଲ୍ମ ସେଟ୍‌ରୁ ହିଁ ତାଙ୍କ ଲଭ୍‌ ଷ୍ଟୋରି ସେଟ୍‌ ହୋଇଥିଲା। କିଛିଦିନ ପୂର୍ବରୁ ଫିଲ୍ମର ଲୋଗ କୁମ୍ଭରେ ରିଲିଜ୍‌ କରାଯାଇଛି। ଏଥିରେ ଅଭିନେତା ଅମିତାଭ ବଚ୍ଚନ, ମୌନୀ ରାୟ ଓ ଡିମ୍ପଲ୍‌ କପାଡ଼ିଆ ପ୍ରମୁଖ ଲିଡ୍‌ ରୋଲ୍‌ରେ ଅଛନ୍ତି। ଫିଲ୍ମକୁ ତିନି ଭାଗରେ ରିଲିଜ୍‌ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe