Advertisment

ଏହିଦିନ ରିଲିଜ୍ ହେବ ପ୍ରଭାସଙ୍କ ହାଇ ବଜେଟ୍ ଫିଲ୍ମ 'ଆଦିପୁରୁଷ'

ମୁମ୍ବାଇ: ବାହୁବଲି ପ୍ରଭାସଙ୍କ ଫ୍ୟାନମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ପ୍ରଭାସଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି। କେବଳ ଫିଲ୍ମ ନୁହେଁ, ଏହାର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା ହୋଇଯାଇଛି। ପ୍ରଭାସ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ ତାଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ୨୦୨୨ମସିହା ଅଗଷ୍ଟ ୧୧ରେ ବଡ଼ପରଦାରେ ରିଲିଜ୍ ହେବ।   View this post on Instagram   A post shared by Prabhas (@actorprabhas) […]

author-image
Chinmayee Roy
ଅଦ୍ୟତନ ହୋଇଛି
ଏହିଦିନ ରିଲିଜ୍ ହେବ ପ୍ରଭାସଙ୍କ ହାଇ ବଜେଟ୍ ଫିଲ୍ମ 'ଆଦିପୁରୁଷ'

pravas

ମୁମ୍ବାଇ: ବାହୁବଲି ପ୍ରଭାସଙ୍କ ଫ୍ୟାନମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ପ୍ରଭାସଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି। କେବଳ ଫିଲ୍ମ ନୁହେଁ, ଏହାର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା ହୋଇଯାଇଛି। ପ୍ରଭାସ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ ତାଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ୨୦୨୨ମସିହା ଅଗଷ୍ଟ ୧୧ରେ ବଡ଼ପରଦାରେ ରିଲିଜ୍ ହେବ।

Advertisment
View this post on Instagram

A post shared by Prabhas (@actorprabhas)

ଫିଲ୍ମର କାହାଣୀ ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଆଧାରିତ। ଏଥିରେ ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ରାବଣର ଭୂମିକାରେ ଅଭିନୟ କରୁଛନ୍ତି ଛୋଟେ ନୱାବ୍ ଶୈଫ୍ ଅଲ୍ଲୀ ଖାନ୍। ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଶୈଫ୍ ଓ ପ୍ରଭାସ ଏକାଠି ସ୍କ୍ରିନ୍‌ରେ ନଜର ଆସିବେ। ଏହି ଦୁହିଁଙ୍କ ବ୍ୟତୀତ ଏହି ଫିଲ୍ମରେ ଆହୁରି ଅନେକ ବଡ଼ ବଡ଼ ତାରକା ନଜର ଆସିବେ। ତେବେ ଫିଲ୍ମର ହିରୋଇନ କିଏ ହେବ ସେ ନେଇ କୌଣସି ନାମ ଚୂଡ଼ାନ୍ତ ହୋଇନାହିଁ। ସୀତାଙ୍କ ଭୂମିକା ପାଇଁ କିର୍ତ୍ତୀ ସୁରେଶ, ଅନୁଷ୍କା ଶର୍ମା ଓ କିଆରା ଆଡଭାନୀଙ୍କ ନାଁ ଚର୍ଚ୍ଚାରେ ରହିଛି।

View this post on Instagram

A post shared by Prabhas (@actorprabhas)

'ଆଦିପୁରୁଷ' ଏକ ମେଗା ବଜେଟ୍ ଫିଲ୍ମ ହେବ। ସୁପରହିଟ୍ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ୍‌ ୱାରିୟର୍’ର ନିର୍ଦ୍ଦେଶକ ଓମ୍ ରାଉତ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ଟି-ସିରିଜର ଭୂଷଣ କୁମାର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି। ଖବର ଅନୁଯାୟୀ, ଫିଲ୍ମର ବଜେଟ୍ ୩୫୦ କୋଟିରୁ ୪୦୦ କୋଟି ମଧ୍ୟରେ ରହିବ। ‘ଆଦିପୁରୁଷ’ ହିନ୍ଦୀ ସହିତ ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍‌ ହେବ।

Advertisment