‘କରୋନା’ ମୁକାବିଲା ପାଇଁ ୪କୋଟି ଦାନ କଲେ ପ୍ରଭାସ

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ଭାଇରସ୍ ସହ ମୁକାବିଲା କରୁଛି। ଭାରତରେ ମଧ୍ୟ ଏହା ବିରୁଦ୍ଧରେ ଲଢ଼େଇ ଜାରି ରହିଛି। ଏଥି ନିମନ୍ତେ ୨୧ ଦିନିଆ ଲକଡାଉନ୍ ଚାଲିଛି, ଯାହା ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଚାଲିବ। ଏପରି ସ୍ଥିତିରେ ଫିଲ୍ମ ଜଗତ ସହିତ ଜଡ଼ିତ ବ୍ୟକ୍ତିମାନେ ‘କରୋନା’ ମୁକାବିଲା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକୁ ଆର୍ଥିକ ସହାୟତା ଦେଉଛନ୍ତି। ଏଥିରେ ସାମିଲ ହୋଇଛନ୍ତି ସାଉଥ୍ ସୁପରଷ୍ଟାର୍ ପ୍ରଭାସ୍। Darling #Prabhas contributes 4 Crores […]

pravas

pravas

Chinmayee Roy
  • Published: Saturday, 28 March 2020
  • Updated: 28 March 2020, 12:43 PM IST

Sports

Latest News

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ଭାଇରସ୍ ସହ ମୁକାବିଲା କରୁଛି। ଭାରତରେ ମଧ୍ୟ ଏହା ବିରୁଦ୍ଧରେ ଲଢ଼େଇ ଜାରି ରହିଛି। ଏଥି ନିମନ୍ତେ ୨୧ ଦିନିଆ ଲକଡାଉନ୍ ଚାଲିଛି, ଯାହା ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଚାଲିବ। ଏପରି ସ୍ଥିତିରେ ଫିଲ୍ମ ଜଗତ ସହିତ ଜଡ଼ିତ ବ୍ୟକ୍ତିମାନେ ‘କରୋନା’ ମୁକାବିଲା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକୁ ଆର୍ଥିକ ସହାୟତା ଦେଉଛନ୍ତି। ଏଥିରେ ସାମିଲ ହୋଇଛନ୍ତି ସାଉଥ୍ ସୁପରଷ୍ଟାର୍ ପ୍ରଭାସ୍।

https://twitter.com/PrabhasRaju/status/1243240965760057344?s=20

ପ୍ରଭାସ୍ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ଦେଇଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ଲକ୍ଷ ଓ ଆନ୍ଧ୍ରପ୍ରେଦଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ପ୍ରଭାସଙ୍କ ପୂର୍ବରୁ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍ ମଧ୍ୟ ୧ କୋଟି ୨୫ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ଏମାନଙ୍କ ବ୍ୟତୀତ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ୧ କୋଟି ଟଙ୍କା, ଅଭିନେତା ପବନ କଲ୍ୟାଣ ୨ କୋଟି, ରାମଚରାଣ ୭୦ ଲକ୍ଷ  ଏବଂ ସୁପରଷ୍ଟାର ମହେଶ ବାବୁ ୧ କୋଟି ଟଙ୍କା ଦାନ କରିଛନ୍ତି।

https://www.instagram.com/p/B9_pZMlnQtz/?utm_source=ig_web_copy_link

ସୂଚନାଯୋଗ୍ୟ, ନିକଟରେ ପ୍ରଭାସ୍ ଜର୍ଜିଆରୁ ଫେରିଥିଲେ। ସେଠାରେ ତାଙ୍କ ଫିଲ୍ମ ‘ପ୍ରଭାସ୨୦’ର ଶୁଟିଂ ହେଉଥିଲା। ସେଠାରେ ତାଙ୍କ ସହ ଅଭିନେତ୍ରୀ ପୂଜା ହେଗଡ଼େ ମଧ୍ୟ ଥିଲେ। ତେବେ ବିଦେଶରୁ ଫେରି ଦୁହେଁ ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶାନୁଯାୟୀ ନିଜକୁ ୧୪ ଦିନ ଯାଏଁ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ। ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos